-+91-9937148622 |
prerana_bgr@rediffmail.com |
Saturday 10th October 2026 |
R.N.I. Regd No. ODIODI/2010/46693
Breaking News
28-Feb-2021
ବରଗଡ଼ (ମୁକୁନ୍ଦ ଦାସ): ଆଜି ରବିବାର ଦିନ ନିଷ୍ଠା ପରିବାର ଓ ମହାନଦୀ ନେତ୍ର ଚିକିତ୍ସାଳୟ ର ମିଳିତ ଉଦ୍ୟମରେ ଏକ କମ୍ପ୍ୟୁଟରୀକୃତ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଥିଲା।ଏହି ଶିବିରକୁ ମାତୃଛାୟାର ପ୍ରତିଷ୍ଠାତା ତଥା ସମାଜସେବୀ ଦେବଦତ୍ତ ତ୍ରିପାଠୀଙ୍କ ମାଁ ହରିମତୀ ତ୍ରିପାଠୀ ଫିତା କାଟି ଶୁଭାରମ୍ଭ କରି ନିଜର ଚକ୍ଷୁ ପରୀକ୍ଷା କରାଇଥିଲେ।ନିଷ୍ଠା ର ସଦସ୍ଯ ତଥା ପୁର୍ବତନ ସାଂସଦ ପ୍ରଭାସ ସିଂହ ସମ୍ମାନୀତ ଅତିଥି ଭାବରେ ଯୋଗଦେଇ ଥିଲେ। ଏଥିରେ ୧୬୯ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇଥିଲା।ତନ୍ମଧ୍ୟ ରୁ ୪୬ ଜଣଙ୍କର ମାଗଣା ଚକ୍ଷୁ ଅପରେସନ ପାଇଁ ପଣ୍ଡାପାଲି ଚିକିତ୍ସାଳୟକୁ ବସ ଯୋଗେ ପଠାଯାଇଅଛି। ଦ୍ବିତୀୟ ପର୍ଯ୍ୟାୟରେ ଆଉ ୬ ଜଣଙ୍କୁ ଅପରେସନ ପାଇଁ ପଠାଯିବ।ନିଷ୍ଠା ପରିବାର ଦ୍ବାରା କିଛି ଗରିବ ରୋଗୀଙ୍କୁ ମାଗଣାରେ ଚଷମା ମଧ୍ୟ ପ୍ରଦାନ କରାଯାଇଥିଲା ।ଏହି ଶିବିରରେ ଡାକ୍ତର ୟସ ଅଗ୍ରୱାଲା,ଟେକେନିସିଆନ ସୁଜିତ ଥପା ଓ ତାଙ୍କ ଟିମ୍ ସହ ନିଷ୍ଠା ପରିବାରର ସଭାପତି ରକ୍ଷପାଲ ସାହୁ, ସଂପାଦକ ଅଶ୍ବିନୀ ତ୍ରିପାଠୀ,କୋଷାଧକ୍ଷ ଶ୍ୟାମ ସୁନ୍ଦର ସାହୁ ଙ୍କ ସମେତ ନିଷ୍ଠା ପରିବାର ର ସମସ୍ତ ସଦସ୍ଯ ଉପସ୍ଥିତ ଥିଲେ ।
ଦୀର୍ଘ ଦଶ ବର୍ଷ ଧରି ଅସହାୟଙ୍କ ସେବାରେ ଉତ୍ସାର୍ଗୀକୃତ ନିଷ୍ଠା ପରିବାର ସମସ୍ତଙ୍କ ଦ୍ୱାରା ଆଦୃତ ହୋଇପାରିଛି l