-+91-9937148622 |
prerana_bgr@rediffmail.com |
Saturday 10th October 2026 |
R.N.I. Regd No. ODIODI/2010/46693
Breaking News
28-Feb-2021
ଲୋଇସିଂହା, (ବିନୋଦ କୁମାର ଦୀପ): ଆସନ୍ତା ଏପ୍ରିଲ ମାସରେ ଅନୁଷ୍ଠିତ ହେବାକୁ ଥିବା ରମାଇ ପାହାଡ଼ ଉତ୍ସବକୁ ସୁରୁଖୁରୁରେ ତଥା ଜାକ୍ ଜମକ୍ ରେ ପାଳନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା l
ଲୋଇସିଂହା ବ୍ଲକ ଭାଲୁପାଲି ଗ୍ରାମର ପାଦଦେଶରେ ରମେଇ ପାହାଡ଼ ଶୋଭା ପାଉଛି l ଏ ନେଇ ମହୋତ୍ସବର ସଫଳ ଆୟୋଜନ ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଯୋଗିସୁରଡ଼ା କଲେଜ ଛକ ଠାରେ ଥିବା ମହୋତ୍ସବ କାର୍ଯ୍ୟାଳୟରେ ଏହି ପ୍ରାକ୍ ପ୍ରସ୍ତୁତି ସଭା ଅନୁଷ୍ଠିତ ହୋଇ କାର୍ଯ୍ୟକ୍ରମ ସମ୍ପର୍କିତ ବିଭିନ୍ନ ଆଲୋଚନା ହୋଇଥିଲା l ଏହାକୁ ମହୋତ୍ସବ କମିଟିର ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ପରିଚାଲନା କରିଥିଲେ l ବୈଠକ ପ୍ରାରମ୍ଭରେ ସରୋଜ କୁମାର ତ୍ରିପାଠୀଙ୍କ ସ୍ମୁତି ଉଦ୍ଦେଶ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା l ଏହି ସଭାରେ ଅତିଥି ଭାବେ ଶଶୀଭୁଷଣ ପୁରୋହିତ, ରବୀନ୍ଦ୍ର କୁମାର ପୁଟେଲଙ୍କ ସମେତ ଅନେକ ସଦସ୍ୟ ମାନେ ଯୋଗ ଦେଇ ସରୋଜ କୁମାର ତ୍ରିପାଠୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l