-+91-9937148622 |
prerana_bgr@rediffmail.com |
Sunday 11th October 2026 |
R.N.I. Regd No. ODIODI/2010/46693
Breaking News
28-Feb-2021
ପୁରୁଷୋତ୍ତମପୁର (ଉମା ମହାରଣା): ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଭାଟ୍ଟକୁମରଡ଼ା,ପଞ୍ଚାୟତ ଅଞ୍ଚଳରେ ଇଫକୋ,ଓ.ଆଇ.ଏଫ.ଏଫ.ଡ଼ି.ସି.ଦ୍ୱାରା ବ୍ଲକ ଭେଟିନାର ଅଧିକାରୀ ମନୋଜ କୁମାର ଶତପଥି ସୁନିତା କୁମାରୀ ପାତ୍ରଙ୍କ ସହାୟତାରେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକର ଭାଟ୍ଟକୁମରଡ଼ା ଅଞ୍ଚଳରେ ଗାଈଗୋରୁ,ଛେଳି,ମେଣ୍ଢା ଏହି ବିଭିନ୍ନ ପ୍ରକାର 324 ପଶୁଙ୍କୁ ଟୀକାକରଣ ସହିତ ଔଷଧ ବଣ୍ଟନ କରାଯାଇଛି l ଗରିବ ହରିଜନ ଜାତିର ଲୋକଙ୍କୁ ବିଭିନ୍ନ ପ୍ରକାର ଔଷଧ ପ୍ରଦାନ କରାଯାଇଥିଲା l ଇଫକୋ,ଆଇ.ଏଫ.ଏଫ.ଡ଼ି.ସି.ର ସଂସ୍ଥା ପକ୍ଷରୁ ହାତକୁ ନେଇଥିବା ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଥିଲେ lଏହି କାର୍ଯ୍ୟକ୍ରମକୁ ଉଦୟ ସେଠୀ,ଲିଙ୍ଗରାଜ ବେହେରା, ଅଜୟ କୁମାର ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିବା ବେଳେ ଆଇଏଫଏଫଡିସି ତାପସ ରଞ୍ଜନ ସାହୁ,ରବୀନ୍ଦ୍ର ପାଣିଗ୍ରାହୀ ପ୍ରମୁଖ କର୍ମଚାରୀ ପରିଚାଳନା କରିଥିଲେ l