-+91-9937148622 |
prerana_bgr@rediffmail.com |
Sunday 11th October 2026 |
R.N.I. Regd No. ODIODI/2010/46693
Breaking News
28-Feb-2021
ଗଞ୍ଜାମ (ଉମା ମହାରଣା): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ରାଜସ୍ବ ଫାଙ୍କି ବେଆଇନ ଭାବରେ ଇଟାଭାଟି କରି ପରିବେଶକୁ ପ୍ରଦୂଷଣ କରିବାରେ ଲାଗିଛନ୍ତି। ଏହାକୁ ନେଇ ୪୦ ଜଣ ଇଟାଭାଟି ମାଲିକଙ୍କୁ ଜରିମାନା ଧାର୍ଯ୍ୟ କରାଯାଇଛି। ମାତ୍ର ଏହାକୁ କିଛି ମାଲିକ ଖାତିର ନ କରି ରାଜସ୍ବ ଫାଙ୍କି ଲକ୍ଷଲକ୍ଷର ଇଟା ପକାଉଛନ୍ତି।ଏହାକୁ ନେଇ ରବିବାର ତହସିଲଦାର ନିତିଶ କୁମାର ତ୍ରିପାଠୀ, ଅତିରିକ୍ତ ତହସିଲଦାର ସୁନିଲ କୁମାର ଟୁଡୁଙ୍କ,ସହିତ ଆଇନ ଶୃଙ୍ଖଳାକୁ ଆଖି ଆଗରେ ରଖି ସ୍ଥାନୀୟ ପୋଲିସ ଅଧିକାରୀ ଜଗନ୍ନାଥ ମଲ୍ଲିକଙ୍କ ଉପସ୍ଥିତରେ ପାଣ୍ଡିଆ ଗ୍ରାମପଞ୍ଚାୟତର ପାଣ୍ଡଲୋଖୋଳି ନିକଟରେ ଥିବା ଏକ ଇଟାଭାଟିକୁ ଜେସିବି ଲଗାଇ ଭାଙ୍ଗିଛନ୍ତି। ଏହି ଅଭିଯାନ ଜାରି ରହିବ। ସମସ୍ତ ବେଆଇନ ଭାବେ ଗଢ଼ି ଉଠିଥିବା ଇଟାଭାଟିକୁ ଭଙ୍ଗା ଯିବ ବୋଲି ତହସିଲଦାର କହିଛନ୍ତି। ସେହିପରି ପାଣ୍ଡିଆର ସର୍କଲ ରାଜସ୍ବ ନିରୀକ୍ଷକ ସମେତ କର୍ମଚାରୀ ଉପସ୍ଥିତ ଥିଲେ l