-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
22-Feb-2021
ଏସ୍.ରାମପୁର(ପ୍ରେରଣା ଖବର: ସୁବର୍ଣ୍ଣପୁର ଜିଲ୍ଲା ରାମପୁର ପଂଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚାଲିଥିବା ତିନି ଦିନିଆ କ୍ଲଷ୍ଟର ସ୍ତରିୟ ଯୁବ ରେଡକ୍ରସ ତାଲିମ ଶିବିର ଉଦ୍ଯାପିତ ହୋଇଯାଇଛି । ଅଧ୍ୟକ୍ଷ କଳ୍ପନା ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ତାଲିମ ଶିବିରର ଉଦଯାନୀ ଦିବସରେ ମୂଖ୍ୟ ଅତିଥି ଭାବରେ ସୋନପୁର ମହାବିଦ୍ୟାଳୟର ପ୍ରଧ୍ୟାପକ ତଥା ଯୁବ ରେଡକ୍ରସର ଜିଲ୍ଲା ସଭାପତି ପ୍ର.ତରୁଣ କୁମାର ମିଶ୍ର, ସମ୍ମାନୀତ ଅତିଥି ଭାବରେ ଯୁବ ରେଡକ୍ରସ ଜିଲ୍ଲା ସଂଯୋଜକ ଉମାକାନ୍ତ ନାଗ ଯୋଗଦାନ କରି ଆଗାମୀ ଯୁବ ପିଢୀ ପାଇଁ ଯୁବ ରେଡକ୍ରସ କିପରି ପ୍ରେରଣା ଦାୟକ ହେବ ସେହି ବିଷୟରେ ବକ୍ତବ୍ୟ ରଖିଥିଲେ । ଯୁବ ରେଡକ୍ରସ କାଉନସିଲର ରୂପବନ୍ତ ପଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ପ୍ରାଥମିକ ଚିକିତ୍ସା ଅଧ୍ୟାପକ ରବିଚନ୍ଦ୍ର ପଶାୟତ, ସତ୍ୟନାରାୟଣ ହୋତା ପ୍ରମୁଖ ପ୍ରାଥମିକ ଚିକିତ୍ସା, ପ୍ରାକୃତିକ ବିପର୍ଯ୍ୟୟ
ସମୟରେ ସାବଧାନତା ଏବଂ ସୋନପୁର ଆରଟିଓ ସଡକ ସୁରକ୍ଷାର ବିଭିନ୍ନ ଦିଗ ବିଷୟରେ ଶିବିରର ସ୍ୱେଚ୍ଚାସେବୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଶିବିରରେ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିବୃନ୍ଦ ପୁରସ୍କୃତ କରିଥିଲେ । ସମାଜ ପ୍ରତି ସେବା ଏବଂ ସମର୍ପଣ ନିମନ୍ତେ ସମ୍ମାନନୀୟ ତରୁଣ କୁମାର ମିଶ୍ର ଏବଂ ସୁଶ୍ରୀ କଳ୍ପନା ଦାଶ ଙ୍କୁ ଶିବିରରେ ମାନପତ୍ର ଏବଂ ଉଡଢୌକନ ଦେଇ ସମ୍ମାନୀତ କରାଯାଇଥିଲା । ବିଭିନ୍ନା ମହାବିଦ୍ୟାଳୟରୁ ଆସିଥିବା ପରାମର୍ଶଦାତା ତଥା ଉକ୍ତ ବିଦ୍ୟାଳୟର ଶିକ୍ଷକ ଏବଂ ଅଣଶିକ୍ଷକ କର୍ମଚାରୀ ମାନଙ୍କ ମିଳିତ ସହଯୋଗରେ ଶିବିର ସଫଳ ହୋଇଥିଲା । ଶେଷରେ ଓଡିଆ ବିଭାଗ ଅଧ୍ୟାପକ ଲୋକେଶ୍ୱର ପାଣ୍ଡେ ଧନ୍ୟବାଦ ଅର୍ପଣ କରିଥିଲେ ।