-+91-9937148622 |
prerana_bgr@rediffmail.com |
Saturday 17th October 2026 |
R.N.I. Regd No. ODIODI/2010/46693
Breaking News
22-Feb-2021
ଭୁବନେଶ୍ଵର (ପ୍ରେରଣା ଖବର) ଆର୍ଥିକ ବର୍ଷ ପାଇଁ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ସୋମବାର ବିଧାନସଭାରେ ରାଜ୍ୟ ବଜେଟ୍ ଉପସ୍ଥାପନ କରିଛନ୍ତି। ମୋଟ୍ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପିତ ହୋଇଛି। କୃଷି ପାଇଁ ୨୦ ହଜାର କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି। କାଳିଆ ଯୋଜନା ପାଇଁ ରାଜ୍ୟ ସରକାର ବଜେଟ୍ରେ ୧୮୦୦ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି। ଏଥିସହ ପାନୀୟ ଜଳ ଯୋଗାଣ ପ୍ରତି ରାଜ୍ୟ ସରକାର ଗୁରୁତ୍ଵ ଦେଇଛନ୍ତି।ପାଇପ୍ ଯୋଗେ ପାନୀୟ ଜଳ ପାଇଁ ୧୨ ହଜାର କୋଟି ନିବେଶ ଲକ୍ଷ୍ୟ ରଖାଯାଇଛି। ବସୁଧା ଯୋଜନାରେ ୨୪୧୯ କୋଟି ବ୍ୟୟ ବରାଦ ଲକ୍ଷ୍ୟ ରହିଛି। ସ୍ଵଚ୍ଛ ଭାରତ ମିଶନ ପାଇଁ ବଜେଟ୍ରେ ୪୧୫ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ୫ ଲକ୍ଷ ପକ୍କା ଘର ନିର୍ମାଣ ପାଇଁ ୩ ହଜାର ଏବଂ ସହରୀ ଶ୍ରମ ନିଯୁକ୍ତି ଯୋଜନା ମୁକ୍ତା ଆରମ୍ଭ କରାଯିବା ନେଇ ରାଜ୍ୟ ସରକାର ବଜେଟ୍ରେ ଘୋଷଣା କରିଛନ୍ତି।