-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
13-Oct-2020
କଳାହାଣ୍ଡି, ୧୩/୧୦- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ହାତୀନଦୀ ରେ ଜଣେ ଯୁବତୀ ମାନସିକ ଚାପରେ ଆସି ଡେଇଁ ପଡିଥିବା ବେଳେ ନଦୀ ରେ ଗାଧୋଉଥିବା ତିନି ଯୁବକ ଯୁବତୀ ଙ୍କୁ ଗଭୀର ନଦୀ ପାଣି ରୁ ଉଦ୍ଧାର କରିଥିଲେ ।ପରେ ଖବର ପାଇ ଓଡ୍ରାଫ ଟିମ ପହଞ୍ଚି ଯୁବତୀ ଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।ତେବେ କାମଠନା ରୁ ଏକ ଅଟୋ ରେ ନିଜ ସମ୍ପର୍କୀୟ ଘର ଲଡୁଗାଁ ଯାଉଥିବା ବେଳେ ଯୁବତୀ ଜଣକ ଅଚାନକ ଭାବେ ନଦୀ ରେ ଡେଇଁ ପଡିଥିଲେ। ନଦୀରେ ଡେଇପଡିବା କାରଣ ଅସ୍ପଷ୍ଟଥିଲେ ମଧ୍ୟ ଯୁବତୀ ଜଣକ ମାନସିକତା ହରାଇବସି ଏଭଳି ଉଦ୍ୟମ କରିଥିବା ଲୋକଙ୍କ ଭିତରେ ଚର୍ଚା ହୁଏ।
(କଳାହାଣ୍ଡି ଜିଲ୍ଲା ରୁ ତ୍ରିନାଥ ବେଶ୍ରା ଙ୍କ ରିପୋ୍ଟ )