-+91-9937148622 |
prerana_bgr@rediffmail.com |
Monday 3rd August 2026 |
R.N.I. Regd No. ODIODI/2010/46693
Breaking News
03-Aug-2026
ନବରଙ୍ଗପୁର :- (ପ୍ରିୟଦର୍ଶିନୀ ପାତ୍ର)ଶ୍ରାବଣ ମାସର ପ୍ରଥମ ସୋମବାର ରେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ କେଲିଆ ଶୈବ ପୀଠରେ ସକାଳୁ ବୋଲ ବମ ଭକ୍ତଙ୍କ ଭିଡ ଜମିଥିଲା | ଆଜି ଭୋର ୩ ଘ ସମୟରୁ କେଲିଆ ଶୈବ ପୀଠରେ ଭକ୍ତ ମାନେ ପହଞ୍ଚି ଧାଡି ବାନ୍ଧି ଜଣେ ଜଣେ ବାବା ଝଡେଶ୍ଵର ମହାଦେବଙ୍କ ଉପରେ ଜଳ ଢାଳି ଅଭିଷେକ କରି ପୂଜାର୍ଚ୍ଚନା କରିଥିଲେ | ଶାନ୍ତି ଶୃଙ୍ଖଳାର ସହ କାଉଡିଆ ମାନେ ଶ୍ରୀ ଝଡେଶ୍ଵର ମହାଦେବଙ୍କୁ ଜଳ ଲାଗି କରିବା ସହ ଦର୍ଶନ କରିଥିଲେ | ଏଠାରେ ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ଵ ଭକ୍ତ ଙ୍କ ସମାଗମ ହୋଇଥିଲା। କେଲିଆ ମନ୍ଦିର କମିଟି ପକ୍ଷରୁ ମଧ୍ୟ ଭକ୍ତଙ୍କ ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିବା କେଲିଆ ମନ୍ଦିର ସମ୍ପାଦକ ଦେବରାଜ ପାତ୍ର ଏବଂ କେଲିଆ ମନ୍ଦିର କୋଷାଧକ୍ଷ ଜି ସାଇରଜୁ ସୂଚନା ଦେଇଥିଲେ | ଏହା ସହ ଡାବୁଗାଁ, ବିରିସୋଲା, ବାଘବେଢା ଓ ଜୁନାପାଣି ଶିବ ମନ୍ଦିରରେ ମଧ୍ୟ କାଉଡିଆ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା | ବିଭିନ୍ନ ଶୈବପୀଠ ମାନଙ୍କରେ ଭକ୍ତ ମାନଙ୍କ ସୁରକ୍ଷା ଓ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଡାବୁଗାଁ ଥାନା ପକ୍ଷରୁ ପୋଲିସ ମୁତୟନ କରାଯାଇଥିଲା |