-+91-9937148622 |
prerana_bgr@rediffmail.com |
Friday 3rd July 2026 |
R.N.I. Regd No. ODIODI/2010/46693
Breaking News
10-Feb-2021
ଭୁବନେଶ୍ୱର(ପ୍ରେରଣା ଖବର)ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ରହସ୍ୟ ଉପରୁ ଖୁବ୍ ଶୀଘ୍ର ପରଦା ହଟିପାରେ। ଝରାଫୁଲଙ୍କ ଭିସେରା ରିପୋର୍ଟ ଯାଜପୁର ପୋଲିସ୍କୁ ମିଳିଥିବା ବେଳେ ଏହାକୁ ନେଇ ପୋଲିସ୍ ତର୍ଜମା କରୁଛି। ତେଣୁ ଖୁବ୍ ଶୀଘ୍ର ଝରାଫୁଲଙ୍କ ମୃତ୍ୟୁ ରହସ୍ୟର ଖୁଲାସା ହେବାର ସମ୍ଭାବନା ରହିଛି।ସୂଚନାଥାଉ କି, ତିନି ଦିନିଆ ରିମାଣ୍ଡରେ ଯାଇଥିବା ଝରାଫୁଲଙ୍କ ବୟଫ୍ରେଣ୍ଡ୍ ତଥା ଗିରଫ ଅଭିଯୁକ୍ତ ରାକେଶ ସ୍ୱାଇଁ ଫେବୃଆରୀ ୫ରେ ଜେଲ୍କୁ ଫେରିଥିଲେ।ବହୁ ଚର୍ଚ୍ଚିତ ଝରାଫୁଲ ମୃତ୍ୟୁ ଘଟଣାରେ ଫେବୃଆରୀ ୪ରେ ଭୁବନେଶ୍ୱର ସୁନ୍ଦରପଦା ନିକଟରୁ ପୋଲିସ୍ ରାକେଶଙ୍କର ସ୍କୁଟର ଜବତ କରିଥିଲା। ଏହା ପରଦିନ ଅର୍ଥାତ୍ ଫେବୃଆରୀ ୫ରେ ରାକେଶ ପିନ୍ଧିଥିବା ପ୍ୟାଣ୍ଟ୍,ଶର୍ଟକୁ ପୋଲିସ୍ ଜବତ କରିଥିଲା। ଝରାଫୁଲଙ୍କ ମୃତ୍ୟୁ ଦିନ ଏହି ପ୍ୟାଣ୍ଟ୍, ଶର୍ଟକୁ ରାକେଶ ପିନ୍ଧିଥିଲେ ବୋଲି ଜଣାପଡ଼ିଛି। ଏହାସହ ସେଦିନ ରାକେଶ ଧରିଥିବା ମୋବାଇଲକୁ ମଧ୍ୟ ପୋଲିସ ଜବତ କରିଥିଲା।