-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
10-Feb-2021
କୁଚିଣ୍ଡା (ପ୍ରେରଣା ଖବର ବ୍ୟୁରୋ) : ପାରିବାରିକ କଳହର ଅଭାବନୀୟ ଘଟଣା । ଝିଅ ଟିଏ ବାହା ହୋଇ ଶାଶୁ ଘର ଆସିଥାଏ । ମା ବଦଳରେ ଶାଶୁ ଏବଂ ଭଉଣୀ ବଦଳରେ ଯାଆଟି ପାଇଥାଏ । କିନ୍ତୁ ଯେତେବେଳେ ସେହି ଦୁହେଁ (ଶାଶୁ ଓ ଯାଆ) ସ୍ନେହ ବଦଳରେ ଅତ୍ୟାଚର କରିଥାନ୍ତି । ତେବେ ସି ଝିଅ କହିବା କାହାକୁ । ଏପରି ଏକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଅଞ୍ଚଳରେ ଦେଖିବାକୁ ମିଳିଛି । ଗୋଟିଏ ପରିବାରରେ ଶାଶୂ, ଦୁଇ ବୋହୂ ମଧ୍ୟରେ କୌଣସି କାରଣରୁ କଳହ ଲାଗିଥିଲା। ଶେଷରେ କଥା ଗାଁ ସମାଜରେ କଥା ପଡିବା ପରେ ସମାଜର ଲୋକେ ବୋହୂଙ୍କ ମୁଣ୍ଡ ଲଣ୍ଡା କରିଛନ୍ତି। ଏପିରିକି ସାମାଜ ବୈଠକରେ ମହିଳାଙ୍କୁ ୬ ହଜାର ଟଙ୍କା ଜରିମାନା ଓ ଲଣ୍ଡା କରିବା ଘଟଣା । ସାରା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।
ଖବର ଅନୁଯାୟୀ, ଗତ ୫ତାରିଖ ଦିନ କୁଚିଣ୍ଡା ଥାନା ପାରୁଆଭାଡ଼ି ଗାଁରେ ଜଣେ ମହିଳା , ଘରେ ତାଙ୍କ ସ୍ୱାମୀ ନଥିବା ବେଳେ ଶାଶୁ ଓ ବଡ଼ ଯା ଆସି ଯୌତୁକ କିଛି ଆଣିନଥିବା କହି ପାଟିତୁଣ୍ଡ କରିଥିଲେ । ମହିଳା ଜଣଙ୍କ କଣ ପାଇଁ ଏତେ ପାଟି କାଇ କରୁଛି କହି ବଡ଼ ଯାଙ୍କ ମୁହଁକୁ ହାତରେ ବନ୍ଦ କରିଥିଲେ । ଏଥିରେ ବଡ଼ ଯାଆ ଓ ଶାଶୁ ରାଗିଯାଇଥିଲେ । ପରେ ମହିଳାଙ୍କ ମିଶି ମାଡ଼ ମାରିବା ସହ ଚୁଡ଼ି ଭାଙ୍ଗିବା ଏବଂ ଲୁଗା ମଧ୍ୟ ଚିରି ଦେଇଥିଲେ । ଯାହାକୁ ନେଇ ଗାଁରେ ସାମାଜିକ ବୈଠକ ବସିଥିଲା । ଏଥିରେ ମହିଳାଙ୍କୁ ଲଣ୍ଡା କରିବା ସହିତ ୬ ହଜାର ଟଙ୍କା ଜରିମାନା କରାଯାଇଥିଲା। ବଡ଼ଯା’ଙ୍କୁ ପିଟିବା ଅର୍ଥ ଦେଡ଼ଶୁରଙ୍କୁ ପିଟିବା ସହ ସମାନ କହି ବୈଠକରେ ନିଷ୍ପତ୍ତି ଶୁଣାଇଥିଲେ।
ଲଣ୍ଡା ନକରିବାକୁ ମହିଳା ଜଣକ ଯେତେ କାକୁତିବିନତି କରିଥିଲେ କିନ୍ତୁ କେହି ଶୁଣିନଥିଲେ। ଏପରିକି ମହିଳାଙ୍କ ସ୍ୱାମୀ ସମାଜ ଭାଇଙ୍କୁ ଜରିମାନା ଟଙ୍କା ଅଧିକ ନିଅନ୍ତୁ, କିନ୍ତୁ ମୋ ପତ୍ନୀର ମୁଣ୍ଡ ଲଣ୍ଡା ନକରନ୍ତୁ ବୋଲି ଅନୁରୋଧ କରିଥିଲେ। ହେଲେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ଅନୁରୋଧ କେହି ବି ଶୁଣିନଥିଲେ। ସମସ୍ତଙ୍କ ସମ୍ମୁଖରେ ମହିଳାଙ୍କୁ ଲଣ୍ଡା କରାଯାଇଥିଲା ।ଏହି ଘଟଣା ପରେ ସଂପୃକ୍ତ ମହିଳା ଜଣକ ଲୋକଲଜ୍ଜାରେ ଶାଶୂଘର ଛାଡ଼ି ତାଙ୍କ ମା’ ଘରେ ରହୁଛନ୍ତି। ଏହାକୁ ନେଇ ମହିଳା ଜଣକ ଆଜି କୁଚିଣ୍ଡା ଥାନା ଆସି ୯ ଜଣକ ବିରୋଧରେ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।