-+91-9937148622 |
prerana_bgr@rediffmail.com |
Sunday 21st June 2026 |
R.N.I. Regd No. ODIODI/2010/46693
Breaking News
21-Jun-2026
ବରପାଲି - (ସୁଦାମ ଦୀପ) ବରଗଡ଼ ଜ଼ିଲ୍ଲା ବରପାଲି ର ମହାନ ପୌରାଣିକ 149 ତମ ଶୀତଲଷଷ୍ଠୀ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି l ଆଜି ସନ୍ଧ୍ୟା ରେ ମାତା ପାର୍ବତୀ ଙ୍କ ଶ୍ୱଶୁରାଲୟ ଗମନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି ଅଵସର ରେ ଶଙ୍ଖ,ଦୁଲଦୁଲି, ଘଣ୍ଟ ପାର୍ଟି, ବ୍ୟାଣ୍ଡ ପାର୍ଟି, ଧମାଲ, ବିହୁ, ଝାଂଜ, କସ୍ତାଲ ଆଉ ଅନେକ ପ୍ରକାରର ଏକ ବିରାଟ ଶୋଭାଯାତ୍ରା ରେ କପିଳେଶ୍ଵର ବାବା ଓ ମାତା ପାର୍ବତୀ ସହର ପରିକ୍ରମା କରିଥିଲେ l ଏହି ଅବସରରେ ଦିବ୍ୟ କିଶୋର ମେହେର ଙ୍କ ସ୍ମୃତି ରେ ଶ୍ରୀ କୃଷ୍ଣ ମେହେର ବସ୍ତ୍ରାଲୟ ତରଫରୁ ଶୁଭ୍ରାନ୍ତ ମେହେର ଙ୍କ ଦ୍ୱାରା ଅନ୍ନ ଭୋଗ ବଣ୍ଟନ କରାଯାଇଥିଲା l ମେହେର ଙ୍କ ଅନୁସାରେ ତାଙ୍କ ର ବିଶ୍ୱାସ ଯେ ସେବା ମନୋଭାବ ଦ୍ୱାରା ଆତ୍ମା ତୃପ୍ତି ହୁଏ l ବିଶେଷ କରି ବାବା କପିଲେଶ୍ୱର ଓ ମାତା ପାର୍ବତୀ ଙ୍କ ସବୁ ମାୟା l ଏହି ଅବସରରେ ବ୍ୟାପକ ଜନ ସମାଗମ ଦେଖିବାକୁ ମିଳିଥିଲା l