-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
21-Jun-2026
ଡୁଙ୍ଗୁରିପାଲି,ତା.୨୧/୬(ପ୍ରେରଣା ଖବର): ଯୋଗ ,ଧ୍ୟାନ ଓ ପ୍ରାଣାୟାମ ଏ ତିନିହେଁ ସୁସ୍ଥ ଶରୀରର ଉତ୍ତମ ଲକ୍ଷଣ। ଏକସୁସ୍ଥ ଶରୀର ପାଇଁ ସୁସ୍ଥ ମନ ଆବଶ୍ୟକ ଏହି ଲକ୍ଷ୍ୟ ନେଇ ଆଜି ଜୁନ୍ ୨୧ ତାରିଖରେ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହ।ଠାରେ ଯୋଗ ଦିବସ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦୀନବନ୍ଧୁ ପ୍ରଧାନଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି ।ସଭାରେ ସମ୍ମାନିତ ଅତିଥି ଭାବରେ ପରିଚାଳନା କମିଟି ସଦସ୍ୟ ଭକ୍ତ ଭୋଇ ଯୋଗଦାନ କରି ସୁସ୍ଥ ଜୀବନ ଯାପନ ପାଇଁ ଯୋଗର ଆବଶ୍ୟକତା ବିଷୟରେ ମତ ପ୍ରଦାନ୍ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିନିକା ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଉପେନ୍ଦ୍ର ଭୋଇ, ଶିକ୍ଷାବିଡ ସମ୍ପଦ ଖମାରୀ, ଯୋଗ ପ୍ରଶିକ୍ଷକ ସୁନିଲ କୁମାର ସାହୁ ଯୋଗଦାନ କରି ଯୋଗାସନର ବିଭିନ୍ନ ମୁଦ୍ରା ପ୍ରଦର୍ଶନ କରିଥିଲେ। ଖେଳ ଶିକ୍ଷକ ଚିନ୍ମୟ କୁମାର ଦାସ ସାମୂହିକ ଭାବରେ ସୂର୍ଯ୍ୟ ନମସ୍କାରର ସୋପାନ ଗୁଡ଼ିକ ସୁନ୍ଦର ଭାବରେ ପ୍ରଦର୍ଶନ କରିଥିଲେ ।
ସଂସ୍କୃତ ଶିକ୍ଷକ ରାଜୁ ମେହେର ସଭା ସଂଯୋଜନା କରିଥିବା ବେଳେ ଛାତ୍ରୀ ଶ୍ରିମୟୀ ସେଠୀ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ଆଲୁମିନି ସଦସ୍ୟ କିରନ କୁମାର ପଟେଲ ଧନ୍ୟବାଦ ଅର୍ପଣ କରିଥିଲେ ଓ କର୍ମଚାରୀ ସୁରଜ୍ ଖମାରୀ, ସମୀର କଠାର,ବିଭୀଷଣ ଖମାରୀ ଓ କିଶୋର ପଟେଲ ସହାୟୋଗ କରିଥିଲେ।