-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
20-Jun-2026
(ପ୍ରିୟଦର୍ଶିନୀ ପାତ୍ର,)
ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ର ୨ୟ ଦିବସ ରେ ଡାବୁଗାଁ ରେ ବ୍ଲକ ସ୍ତରୀୟ କୃଷକ ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ, ସାଂସଦ ପ୍ରତିନିଧି ଜେ ରାଜଶେଖର ରାଓ, ଡାବୁଗାଁ ବିଡ଼ିଓ ସମୀର କୁମାର ପାତ୍ର, ବରିଷ୍ଠ ଆଇନଜୀବି ଜୟନ୍ତ କୁମାର ପାତ୍ର, ବ୍ଲକ କୃଷି ଅଧିକାରୀ ସୁଦ୍ଧେସ୍ନା ଧୋଳ, ସହକାରୀ ଉଦ୍ୟାନ କୃଷି ଅଧିକାରୀ ରବି ଶଙ୍କର ପଣ୍ଡା, ମସ୍ୟ ବିଭାଗର ଆର କେ ଦାସ, ଜି କିରଣ କୁମାର, ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଷୟୀ, ଓ ଧନସିଂ ଭତ୍ରା, ରତନ କଲାର, ନରେଶ ସିଂ, ଡଙ୍ଗରିଗୁଡା ସରପଞ୍ଚ ରାମ କୁମାର ଗଣ୍ଡ ଏବଂ ବ୍ଲକ ସ୍ତରୀୟ ଅଧିକାରୀ ମାନେ ମାନେ ମଞ୍ଚାସିନ ଥିଲେ। ସିଆରସିସି ଗୁପ୍ତ ପ୍ରସାଦ ନାଗ ମଞ୍ଚ ପରିଚାଳନା କରିଥିଲେ। କୃଷକ ମାନଙ୍କ ପାଇଁ ଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ଆଇନଜୀବି ଜୟନ୍ତ କୁମାର ପାତ୍ର ମାର୍ଗଦର୍ଶନ କରିଥିଲେ।ଆଜି ଏହି କାର୍ଯ୍ୟକ୍ରମ ସମୟରେ ଡାବୁଗାଁ ଅଂଚଳର କୃଷକ ଭାଇ ମାନେ ଏବଂ ସ୍ଥାନୀୟ ଜନସାଧାରଣ ଉପସ୍ଥିତି ଥିଲେ।