-+91-9937148622 |

prerana_bgr@rediffmail.com |

  Sunday 13th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   (12-Sep-2026)       ||      ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (12-Sep-2026)       ||      ବାଲାଜୀ କଲେଜ ଅଫ ନର୍ସିଂ କୁ ମିଳିଲା ଏନ୍ଓସି♦️ ଚଳିତ ଶିକ୍ଷାବର୍ଷରେ ୫ଟି ପାଠ୍ୟକ୍ରମ ପାଇଁ ମିଳିଲା ଅନୁମୋଦନ   (12-Sep-2026)       ||      ଉଠା ଦୋକାନୀଙ୍କ ଦୁଃଖ♦️ଜୀବନ ଜୀବିକା କେତେ ଦୁର୍ବିସହ ପରିଶ୍ରମୀ ଏକା ଜାଣେ, ପରିଶ୍ରମ ଫଳ କେତେ ମିଠା ଲାଗେ ପ୍ରଦୀପ ଭାଇ ବଖାଣେ    (12-Sep-2026)       ||      ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   (12-Sep-2026)       ||     

HOME   ଜିଲ୍ଲା

ବିରୋଧୀଙ୍କ ଅଭିଯୋଗର ଉତ୍ତରରଖିଲେ ପୌରାଧ୍ୟକ୍ଷା: ବାରମ୍ବାର ଭୁଲତଥ୍ୟ ଦେଇ ଲୋକଙ୍କୁ ବିଭ୍ରାନ୍ତ କରିଚାଲିଛି କଂଗ୍ରେସ : ଲିକା ସାହୁ

07-Jun-2026



ବଲାଙ୍ଗୀର(ପ୍ରେରଣା ଖବର): ବଲାଙ୍ଗୀର ପୌରପାଳିକାକୁ ବିଭିନ୍ନ ସମୟରେ ପୂର୍ବତନ ବିଧାୟକ ନରସିଂହ ମିଶ୍ର ଓ କଂଗ୍ରେସଦଳ ଟାର୍ଗେଟକରି ଦୁର୍ନୀତି ଅଭିଯୋଗ ଆଣୁଛନ୍ତି । ମୁଖ୍ୟତଃ ମହାରାଣୀସାଗର ଓ ଅନ୍ୟ ୧୧ଟି ବନ୍ଧକଟାର ପୁନଃରୁଦ୍ଧାର ପ୍ରସଙ୍ଗରେ ଦୁର୍ନୀତି ଅଭିଯୋଗ ଆଣୁ ନଗର କଂଗ୍ରେସ ପକ୍ଷରୁ ଶନିବାର ଧାରଣା ଦିଆଯାଇଥିଲା । ଏହି ପ୍ରସଙ୍ଗରେ ଗତକାଲି କଂଗ୍ରେସ-ବିଜେଡିଦଳ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ତେବେ ବିରୋଧୀ କଂଗ୍ରେସଦଳର ଅଭିଯୋଗର ଉତ୍ତର ରଖିଛନ୍ତି ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାହୁ । ଆଜି ସ୍ଥାନୀୟ ସର୍କିଟହାଉସଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ବିଳନୀରେ ଲିକା ସାହୁ କହିଛନ୍ତି ଯେ, କଂଗ୍ରେସ ଦଳର ନରସିଂହ ମିଶ୍ର ୧୦ବର୍ଷ ପର୍ଯ୍ୟନ୍ତ ବିଧାୟକ ରହି କୌଣସି ଗୋଟିଏ ମଧ୍ୟ ବନ୍ଧର ପଙ୍କୋଦ୍ଧାର କରାଇ ପାରିଲେ ନାହିଁ । ପୌରପରିଷଦ ବିରୁଦ୍ଧରେ ବିଧାୟକ ଥିବା ସମୟରେ ଓ ଏବେ ନରସିଂହ ବାରମ୍ବାର ବିଷୋଦ୍ଗାର କରି ଆସୁଛନ୍ତି । ସେଥିପାଇଁ ପୌରପାଳିକା ଅଞ୍ଚଳରେ ୨୦୨୪ ନିର୍ବାଚନରେ ଜନସାଧାରଣ କଂଗ୍ରେସଦଳକୁ ପ୍ରତ୍ୟାଖ୍ୟାନ କରିଥିଲେ । ତଥାପି କଂଗ୍ରେସ ଦଳ ଏହି ଘଟଣାରୁ ଶିକ୍ଷାଲାଭ ନକରି ବାରମ୍ବାର ଭୁଲତଥ୍ୟ ଦେଇ ଲୋକଙ୍କୁ ବିଭ୍ରାନ୍ତ କରିଚାଲିଛନ୍ତି । ମହାରାଣୀସାଗର ଦୁର୍ନୀତି କଥା ଉଠାଇ ଲକ୍ଷ୍ମୀ ଯୋର ପ୍ରକଲ୍ପରେ କରାଇଥିବା ମହାଦୁର୍ନିତୀରୁ ଦୃଷ୍ଟି ହଟାଇବାକୁ ଚେଷ୍ଟା କରୁଛନ୍ତି। ମହାରାଣୀସାଗରର ତଥ୍ୟରଖି ପୌରାଧ୍ୟକ୍ଷା କହିଛନ୍ତି ଯେ,ଏଠାରେ କିଭଳି କାମ ହୋଇଛି ବଲାଙ୍ଗୀର ଜନସାଧାରଣ ସ୍ୱଚକ୍ଷୁରେ ଦେଖୁଛନ୍ତି । ଏଠାରେ ଥିବା ସ୍ୱଚ୍ଛଜଳରେ ହଜାର ହଜାର ଲୋକ ଗାଧୋଉଛନ୍ତି । ମାତ୍ର ୪୪ ଲକ୍ଷ ଟଙ୍କା ବିଲ ପେମେଣ୍ଟ ହୋଇଥିବା ବେଳେ ବିରୋଧୀ ଏଠାରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ଉଠାଉଛନ୍ତି ଯାହାକି ହାସ୍ୟାସ୍ପଦ ବୋଲି ଲିକା ସାହୁ କହିଛନ୍ତି । ସରକାର ମଞ୍ଜୁର କରିଥିବା ୧୨କୋଟି ୧୮ଲକ୍ଷ ଟଙ୍କା ମଧ୍ୟରୁ ପୌରପାଳିକାକୁ ୮କୋଟି ୩୩ ଲକ୍ଷ ଟଙ୍କା ଆସି ଥିଲା । ସରକାରଙ୍କ ନିର୍ଦ୍ଦେଶରେ ସ୍ୱୟଂସହାୟିକା ଗୋଷ୍ଠୀ ଜରିଆରେ ଏହି କାମକୁ କରାଯାଉଛି । ସେଥିରୁ ମାତ୍ର ୪୪ ଲକ୍ଷ ଟଙ୍କା ବିଲ ପେମେଣ୍ଟ କରାଯାଇଛି । ଏବେ ବାକିଆକାମ କରାଯାଉଛି । ବାହାର ପାଣି ନପଶିବା ପାଇଁ ମହରାଣୀ ସାଗରରେ ଏକ ସ୍ୱତନ୍ତ୍ରଉନ୍ନତମାନର ଡ୍ରେନ ନିର୍ମାଣ ଚାଲିଛି । ଲକ୍ଷ୍ମୀଯୋରରେ ପ୍ରକଲ୍ପରେ ଠିକାକରି କେବଳ ନରସିଂହଙ୍କ ପରିବାର ଓ ସମର୍ଥକ ଲାଭବାନ ହୋଇଥିବା ବେଳେ ଏଠାରେ ୨୦ କୋଟି ଟଙ୍କା ଖର୍ଚ୍ଚ ସତ୍ୱେ ତାହା ବ୍ୟବହାର ଉପଯୋଗୀ ହୋଇପାରିଲା ନାହିଁ । ତାହାର ଭିଜିଲାନ୍ସ ତଦନ୍ତ କରାଯିବ କି? ଠିକ ସେହିପରି ଏବେ ୧୧ଟି ବନ୍ଧ ପାଇଁ ପ୍ରାୟ ୧୪ କୋଟି ଟଙ୍କାର ଅନୁଦାନ ରହିଛି । ବଲାଙ୍ଗୀର ସହରର ବନ୍ଧକଟାର ପାଣି ମଣିଷ ବ୍ୟବହାର ଉପଯୋଗୀ ନୁହେଁ ବୋଲି ଟେଷ୍ଟ ରିପୋର୍ଟ ଆସିଥିଲା ଓ ଏହାକୁ ତୁରନ୍ତ ନିସ୍କାସନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ କରିଥିଲେ । ପରିବେଶ ପ୍ରଦୂଷଣ ବିଭାଗ ତଥା ଜିଲ୍ଲାପ୍ରଶାସନର ନିର୍ଦ୍ଦେଶରେ ୧୧ଟି ବନ୍ଧର ଜଳ

ନିସ୍କାସନ କରାଇ ସେଠାରେ ଯୁଦ୍ଧକାଳୀନ ଭତ୍ତିରେ ପଙ୍କୋଦ୍ଧାର କାମ ଚାଲିଛି । ପ୍ରତ୍ୟେକବନ୍ଧରେ ଏକ ତଦାରଖ କମିଟି ଗଠନ କରି ସେମାନଙ୍କର ଆବଶ୍ୟକ ପରାମର୍ଶ ନିଆଯାଉଛି । ପ୍ରତ୍ୟେକୱାର୍ଡର କାଉନସିଲର ଓ ପୌରଅଧିକାରୀ,କର୍ମଚାରୀ ଜଗିରହି କାମ କରାଉଛନ୍ତି। ଏହି ବିକାଶମୂଳକ କାମ ବିରୋଧିଙ୍କୁ ହଜମ ହେଉନାହିଁ । ସେଥିପାଇଁ ସେମାନେ ବିଭିନ୍ନ ସମୟରେ ବିଭ୍ରାନ୍ତିମୂଳକ ଅଭିଯୋଗ ଆଣି କାମକୁ ବନ୍ଦ କରାଇବାକୁ ଅପଚେଷ୍ଟା କରୁଛନ୍ତି। ଯଦି ଏଭଳି ତଥ୍ୟହୀନ ଓ ବିଭ୍ରାନ୍ତିମୂଳକ ଅଭିଯୋଗରୁ ବିରୋଧି କଂଗ୍ରେସ କ୍ଷାନ୍ତ ନହୁଏ ତାହେଲେ ଆଗାମୀଦିନରେ ବଲାଙ୍ଗୀରର ହଜାର ହଜାର ମହିଳାଙ୍କୁ ରାଜରାସ୍ତାକୁ ଆଣି କଂଗ୍ରେସଦଳକୁ ଉଚିତ ଜବାବ ଦିଆଯିବ ବୋଲି ପୌରାଧ୍ୟକ୍ଷା ଲିକା ସାହୁ ସାମ୍ବାଦିକ ସମ୍ବିଳନୀରେ ଚେତାବନୀ ଦେଇଛନ୍ତି । ଚଳିତ ପୌରପରିଷଦ ଅମଳରେ ବଲାଙ୍ଗୀର ସହରରେ କରାଯାଇଥିବା ବିକାଶମୂଳକ ପ୍ରକଲ୍ପର ତଥ୍ୟ ମଧ୍ୟ ପୌରାଧ୍ୟକ୍ଷା ଗଣମାଧ୍ୟମ ସମ୍ମୁଖରେ ଦେଇ ଥିଲେ । ସହରରେ ଡ୍ରେନନିର୍ମାଣ, ପେଭରବ୍ଲକ ରାସ୍ତା, ଆଲୋକିକରଣ ବ୍ୟବସ୍ଥାକୁ ଉନ୍ନତ କରାଯାଇଛି ବୋଲି ତଥ୍ୟ ରଖିଥିଲେ । ତେବେ ବଲାଙ୍ଗୀରକୁ ସଫା,ସବୁଜ-ସୁନ୍ଦର କରି ଗଢିତୋଳିବାର ସଂକଲ୍ପ ନେଇଛୁ ଓ ସେଦିଗରେ କାମ କରାଯାଉଛି । ତେଣୁ ବିରୋଧି କଂଗ୍ରେସ ବିକାଶର ବିରୋଧି ନହୋଇ ସହଯୋଗ କରିବାକୁ ପୌରାଧ୍ୟକ୍ଷା ଆହ୍ୱାନ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ କାଉନସିଲର ଶମ୍ଭୁ ନାଗ ଓ ଇସମତ ଆରାଖାନ ମଧ୍ୟ ବିରୋଧି କଂଗ୍ରେସର ଆଭିମୁଖ୍ୟକୁ ତୀବ୍ର ସମାଲୋଚନା କରିଥିଲେ। ମହାରାଣୀସାଗର କାମରେ ମହିଳା ସ୍ୱୟଂସହାୟକଗୋଷ୍ଠୀଙ୍କୁ ନିୟୋଜିତ କରାଯିବାକୁ ପୂର୍ବତନ ବିଧାୟକ ବିରୋଧ କରିଥିଲେ। ତେଣୁ ପୂର୍ବତନ ବିଧାୟକ ନରସିଂହ ମିଶ୍ରଙ୍କୁ କାଉନସିଲର ଇସମତ ଆରାଖାନ ଜଣେ ମହିଳା ବିରୋଧିନେତା ବୋଲି କହିଥିଲେ। ଆଜିର ଏହି ସାମ୍ବାଦିକ ସମ୍ବିଳନୀରେ ଉପାଧ୍ୟକ୍ଷା ଗାୟିତ୍ରୀ ଭୋଇ,ସରିତା ଦାସ,ନନ୍ଦିନୀ ପୋଢ,ସନ୍ତୋଷିନୀ କୁଅଁର,ପିଙ୍କି କବାଟଙ୍କ ସମେତ ସମସ୍ତ ବିଜେଡି କାଉନସିଲରଗଣ ଯୋଗ ଦେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026
  ଜିଲ୍ଲା  
ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   13-Sep-2026
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026
  ରାଜ୍ୟ  
ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   13-Sep-2026
  ଜିଲ୍ଲା  
ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   13-Sep-2026
  ଜିଲ୍ଲା  
ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ   12-Sep-2026
  ଜିଲ୍ଲା  
ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   12-Sep-2026
  ଜିଲ୍ଲା  
*ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   12-Sep-2026

You Might Also Like