-+91-9937148622 |
prerana_bgr@rediffmail.com |
Thursday 18th June 2026 |
R.N.I. Regd No. ODIODI/2010/46693
Breaking News
07-Jun-2026
ସୋନପୁର,(ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ଜିଲ୍ଲା ବନଖଣ୍ଡ ବିଭାଗ ପକ୍ଷରୁ ସ୍ଥାନୀୟ ବନଖଣ୍ଡ କାର୍ଯ୍ୟାଳୟ ସ୍ଥିତ ସଭାଗୃହ ଠାରେ ଆଜି ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି। ଜିଲ୍ଲା ବନଖଣ୍ଡ ଅଧିକାରୀ ଅଜିତ୍ ବିଶି ଙ୍କ ପୌରହିତ୍ୟ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଳାପାଳ ଡ. ନୃପରାଜ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସାମାଜିକ କର୍ମୀ ଗୋବିନ୍ଦ ମହାରଣା ଏସିଏଫ୍ ଗିରିଧାରୀ ନାଗ, ଏସିଏଫ୍ ଅଭିନାଶ ବରିହା ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସର ରେ ( ଜଳବାୟୁ କାର୍ଯ୍ୟ) ଶୀର୍ଷକ ବିଷୟ ଉପରେ ଆଲୋଚନା କରାଯାଇଥିଲା । ପରିବେଶ କୁ ସୁସ୍ଥ ରଖିବା କୁ ହେଲେ ଜଙ୍ଗଲ ସୁରକ୍ଷା ସହ ବନ୍ୟଜନ୍ତୁ ଙ୍କ ସୁରକ୍ଷା ଅପରିହାର୍ୟ୍ଯ । ଏଣୁ ଜଙ୍ଗଲ ସୁରକ୍ଷା ସମସ୍ତ ଙ୍କ ନୈତିକ ଦାୟିତ୍ୱ ହେବା ଉଚିତ୍ ବୋଲି ଏହି ଅବସର ରେ ମତ ପ୍ରକାଶ ପାଇଥିଲା । ବିଷୟବସ୍ତୁ ବିଶେଷଜ୍ଞ ପ୍ରକାଶ ସାହୁ ସଭା ସଂଯୋଜନା କରିଥିବା ବେଳେ ଶେଷ ରେ ସୋନପୁର ରେଞ୍ଜର ସୁବାସ ଚନ୍ଦ୍ର ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ । ଏହି ଅବସରରେ ବିନିକା ଫବସି ଗାଁ ର ଅଖୋଜ୍ କୁମାର ଶାଣ୍ଡ, ବୀରମହାରାଜପୁର ଗୋବିନ୍ଦପୁର ଗାଁ ର ପ୍ରଫୁଲ୍ଲ ସାହୁ, ଡୁଙ୍ଗୁରିପାଲି ବ୍ଲକ୍ ଗଜବନ୍ଦ ଗାଁ ର ଯୁଧିଷ୍ଟିର ରଣା, ସୋନପୁର ବ୍ଳକ କିର୍ତିପୂର୍ ଗାଁ ର ଗଜାନନ ସାଥୁଆ, ଉଲଣ୍ଡା ବ୍ଳକ ଖଜୁରିଆପାଲି ଗାଁ ର ସୁନୀତା ଗଉଡ ଓ ତରଭା ବ୍ଳକ ପୋଲବନ୍ଧ ଗାଁ ର ଗିରିଧାରୀ ଭୋଇ ପ୍ରମୁଖ ଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ଦିଆଯାଇଥିଲା । ସେହିପରି ବୀରମହାରାଜପୁର ବ୍ଳକ ର ପିତାମହୁଲ ଗାଁ ର ସରକାରୀ ୟୁଜିଏଚସି ବିଦ୍ୟାଳୟ, ଡୁଙ୍ଗୁରିପାଲି ବ୍ଳକ ମାୟାବରାହା ପଞ୍ଚାୟତ ହାଇସ୍କୁଲ୍ , ସୋନପୁର ବ୍ଳକ ବାଲପୂର୍ ନେତାଜୀ ପାଠାଗାର, ବିନିକା ବ୍ଲକ ବିଶାଲପାଲି ସରକାରି ୟୁ ପି ସ୍କୁଲ ଓ ତରଭା ମାହେଶ୍ୱରୀ କ୍ଲବ୍ କୁ ପ୍ରକୃତି ମିତ୍ର ପୁରଷ୍କାର ଦିଆଯାଇଥିଲା । ଏହି ଅବସର ରେ ଜିଲ୍ଲା ବନ ବିଭାଗ ର ସମସ୍ତ ରେଞ୍ଜର, ଫରେଷ୍ଟର୍ ଓ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ l