-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
08-Feb-2021
ଉଲୁଣ୍ଡା (ଗୌରଚନ୍ଦ୍ର ପରିଛା)ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଉଲୁଣ୍ଡା ବ୍ଲକକୁ ଗସ୍ତ କରି ବିଭିନ୍ନ ପ୍ରକଲ୍ପର ଉଦଘାଟନ କରିଛନ୍ତି । ପ୍ରଥମେ ହିକୁଡି ଠାରେ ଶ୍ରୀଯୁକ୍ତ ବେହେରାଙ୍କୁ ସ୍ୱାଗତ କଲାପରେ ହିକୁଡି ଛକ ସ୍ଥିତ ଗ୍ରାମୀଣ ବଜାର ଉଦଘାଟନ କରିଥିଲେ । ପରେ ସେଠାରୁ ପାତ୍ରପାଲି, ଭଜବଲପୁର, ମୁଣ୍ଡୋଘାଟ, ମରାଲୋଏ, ଉଲୁଣ୍ଡା, ମାଟିଖାଇ ନୂଆପଡାରେ ଆମଗାଁ ଆମ ବିକାଶର କମ୍ୟୁନିଟୀ ସେଂଟରର ଉଦଘାଟନ କରିଥିଲେ । ଏଥିସହିତ ଲଙ୍କାବାହାଲର ଗୋଷ୍ଠୀ ସାଧନ କେନ୍ଦ୍ର ଉଦଘାଟନ କରିବା ସହ ଧର୍ମଶାଲା ହାଇସ୍କୁଲରେ ଶିକ୍ଷା ଦର୍ପଣର ଶୁଭାରମ୍ଭ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଉଲୁଣ୍ଡା ବିଡିଓ ହେମସାଗର ଭୋଇ, ସ୍ଥାନୀୟ ସରପଂଚ ସନ୍ତୋଷିନୀ ଭୋଇ, ସମିତି ସଭ୍ୟା ଶିବାନୀ ବସ୍ତିଆ, ବିହାରୀଲାଲା ମିଶ୍ରଙ୍କ ସମେତ ବହୁ ଦଳୀୟ କର୍ମୀ ସାମିଲ ହୋଇଥିଲେ । ଏହି ଅବଶରରେ ଗାଁ ମାନଙ୍କରେ ରହିଥିବା ବିଭିନ୍ନ ସମସ୍ୟା ନେଇ ମନ୍ତ୍ରୀଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ । ବିଶେଷକରି ମରାଲୋଏ ନୂଆପଡା ଦିର୍ଘ ୩୦ ବର୍ଷଧରି ରହିଆସୁଥିଲେ ମଧ୍ୟ ଘରପଟ୍ଟା ଏବଂ ଆବାଶ ଯୋଜନାରୁ ବଂଚିତ ହେଉଥିବାରୁ ମନ୍ତ୍ରୀଙ୍କୁ ଗୁହାରୀ କରିଥିଲେ । ସେଠାରେ ତୁରନ୍ତ ମନ୍ତ୍ରୀ ଶ୍ରୀଯୁକ୍ତ ବେହେରା ଉଲୁଣ୍ଡା ତହସିଲଦାରଙ୍କୁ ଫୋନକରି ଯଥାଶିଘ୍ର ଏହାର ସମାଧାନ କରିବାକୁ ତାଗିତ କରିଥିଲେ ।