-+91-9937148622 |

prerana_bgr@rediffmail.com |

  Sunday 13th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   (12-Sep-2026)       ||      ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (12-Sep-2026)       ||      ବାଲାଜୀ କଲେଜ ଅଫ ନର୍ସିଂ କୁ ମିଳିଲା ଏନ୍ଓସି♦️ ଚଳିତ ଶିକ୍ଷାବର୍ଷରେ ୫ଟି ପାଠ୍ୟକ୍ରମ ପାଇଁ ମିଳିଲା ଅନୁମୋଦନ   (12-Sep-2026)       ||      ଉଠା ଦୋକାନୀଙ୍କ ଦୁଃଖ♦️ଜୀବନ ଜୀବିକା କେତେ ଦୁର୍ବିସହ ପରିଶ୍ରମୀ ଏକା ଜାଣେ, ପରିଶ୍ରମ ଫଳ କେତେ ମିଠା ଲାଗେ ପ୍ରଦୀପ ଭାଇ ବଖାଣେ    (12-Sep-2026)       ||      ବରପାଲି ଓଡ଼ିଶା ଆଦର୍ଶ ବିଦ୍ୟାଳୟର ପ୍ରତିଷ୍ଠା ଦିବସ ‘ସ୍ପାର୍କ’ ପାଳିତ   (12-Sep-2026)       ||      ଭଟିଗାଁ ରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ଅବସରରେ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ   (11-Sep-2026)       ||      ମା’ ସମଲେଶ୍ୱରୀ କଲେଜରେ ଫ୍ରେସର୍ସ ସ୍ୱାଗତ ସମାରୋହ   (11-Sep-2026)       ||      ସିଦ୍ଧାର୍ଥ ସ୍ନାତକ ମହାବିଦ୍ୟାଳୟ ବିନିକାରେ ବିପର୍ଯ୍ୟୟ ପରିଚାଳନା କାର୍ଯ୍ୟକ୍ରମ   (11-Sep-2026)       ||      ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଶିଖର ଛୁଇଁବ ଲୋଇସିଂହାର ବିକାଶ: ମାନ୍ୟବର ମନ୍ତ୍ରୀ    (11-Sep-2026)       ||      ବଲାଙ୍ଗିର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ-ଆଚାର୍ଯ୍ୟାଙ୍କ ଏକତ୍ରୀକରଣ ସ୍ମୃତିରେ ଭିଜିଲା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସର   (11-Sep-2026)       ||     

HOME   ଜିଲ୍ଲା

ବୋର୍ଡ ସଫଳତାର ଧାରା ଜାରି, ଜେଇଇ ଆଡଭାନ୍ସରେ ଯୁବୋଦୟର ଦମଦାର ପ୍ରଦର୍ଶନ

02-Jun-2026



ବଲାଙ୍ଗୀର(ପ୍ରେରଣା ଖବର): ଓଡ଼ିଶାର ଶିକ୍ଷା କ୍ଷେତ୍ରରେ ନିରନ୍ତର ସଫଳତାର ନୂଆ ଅଧ୍ୟାୟ ରଚନା କରୁଥିବା ଯୁବୋଦୟ ଶିକ୍ଷାନୁଷ୍ଠାନ ଚଳିତ ବର୍ଷ ଜେଇଇ ଆଡଭାନ୍ସ ପରୀକ୍ଷାରେ ଉଲ୍ଲେଖନୀୟ କୃତିତ୍ୱ ହାସଲ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ନିଟ୍ ପରୀକ୍ଷାରେ ଜାତୀୟ ସ୍ତରରେ ସଫଳତାର ଛାପ ଛାଡ଼ିଥିବା ଏହି ଅନୁଷ୍ଠାନ ବର୍ତ୍ତମାନ ଇଞ୍ଜିନିୟରିଂ ପ୍ରବେଶିକା କ୍ଷେତ୍ରରେ ଅନ୍ୟଏକ ନିଜର ଦକ୍ଷତା ପ୍ରମାଣ କରିଛି।
ଲଗାତାର  ଜେଇଇ ଆଡଭାନ୍ସ ପ୍ରସ୍ତୁତି କ୍ଷେତ୍ରରେ ଯୁବୋଦୟ  ଛାତ୍ରଛାତ୍ରୀମାନେ ସର୍ବଭାରତୀୟ ସ୍ତରରେ ଉଲ୍ଲେଖନୀୟ ସ୍ଥାନ ହାସଲ କରିଛନ୍ତି। ପରୀକ୍ଷାରେ ଅଂଶଗ୍ରହଣ କରିଥିବା ଦୁଇ ତୃତୀୟାଂଶ ଛାତ୍ରଛାତ୍ରୀ  ସଫଳତାର ସହ ଯୋଗ୍ୟତା ଅର୍ଜନ କରିଛନ୍ତି। ସେଥିମଧ୍ୟରୁ ଦୁଇ ଜଣ ଛାତ୍ର ଓ ଜଣେ ଛାତ୍ରୀ ୧୦୦୦ ସର୍ବଭାରତୀୟ ରାଙ୍କ ମଧ୍ୟରେ ସ୍ଥାନ ପାଇଥିବା ବେଳେ  ୭ ଜଣ ୧୦ ହଜାର ରାଙ୍କ ଭିତରେ ନିଜ ସ୍ଥାନ ସୁନିଶ୍ଚିତ କରିଛନ୍ତି।

ଅନୁଷ୍ଠାନର ମେଧାବୀ ଛାତ୍ର କୌଶିକ  ଜେଇଇ ଆଡଭାନ୍ସରେ ୪୩୮ତମ ସର୍ବଭାରତୀୟ ରାଙ୍କ , ଜେଇଇ ମେନରେ ୯୯.୯୩ ଓ  ଜେଇଇ ଆଡଭାନ୍ସରେ ପଶ୍ଚିମ ଓଡ଼ିଶାରେ ସର୍ବାଧିକ  ଅଙ୍କ ହାସଲ କରି ସମସ୍ତଙ୍କ ଦୃଷ୍ଟିଆକର୍ଷଣ କରିଛନ୍ତି। ଏଠାରେ ଲ୍ଲେଖଯୋଗ୍ୟଯେ ଜେଇଇ ଆଡଭାନ୍ସରେ କୌଶିକ ପଶ୍ଚିମ ଓଡ଼ିଶାର  ଟପ୍ପର ହେବା ସହ ରାଜ୍ୟରେ ପ୍ରଥମ ତିନି ସ୍ଥାନରେ ରହିଛନ୍ତି |  ସେହିପରି ସୌମ୍ୟ ୩୩୧୬, ଦେବ ୯୯୨୯, ଅଭିନବ ୪୭୫୪, ଶ୍ଲୋକ ୯୭୦୯, ଧର୍ମେଶ ୧୦୧୩, ଅମିଶା ୨୬୪, ପ୍ରତୀକ ୯୯୨୭, ବିଶ୍ୱଜିତ ୯୮୧୭ ଏବଂ ଋଷିକା ୫୬୨୯ ସର୍ବଭାରତୀୟ ରାଙ୍କ  ହାସଲ କରି ଜେଇଇ ଆଡଭାନ୍ସ ପରୀକ୍ଷାରେ ନିଜ ଦକ୍ଷତାର ପରିଚୟ ଦେଇଛନ୍ତି। ଏହି ସଫଳତା ଯୁବୋଦୟ ଶିକ୍ଷାନୁଷ୍ଠାନର ଶିକ୍ଷାଦାନ ପ୍ରଣାଳୀ ଓ ଛାତ୍ରଛାତ୍ରୀଙ୍କ ନିଷ୍ଠାପୂର୍ଣ୍ଣ ପରିଶ୍ରମର ପ୍ରତିଫଳନ ବୋଲି ଅଭିଭାବକ ଓ ଶିକ୍ଷାବିତ୍ ମହଳରେ ମତ ପ୍ରକାଶ ପାଇଛି। ସାଧାରଣ ପରିବାରରୁ ଆସିଥିବା ଏହି ଛାତ୍ରଛାତ୍ରୀମାନେ ମାତ୍ର ଦୁଇ ବର୍ଷର ନିଷ୍ଠାପୂର୍ଣ୍ଣ ପ୍ରଶିକ୍ଷଣ ଓ କଠୋର ପରିଶ୍ରମ ଦ୍ୱାରା ଏପରି ଉଚ୍ଚ ସଫଳତା ହାସଲ କରିପାରିଛନ୍ତି।

ଯୁବୋଦୟର  ଛାତ୍ରଛାତ୍ରୀମାନେ କେବଳ ଜେଇଇ ଆଡଭାନ୍ସ ନୁହେଁ, ନିଟ୍, ସିବିଏସଇ ଓ ସିଏଚଏସଇ ପରୀକ୍ଷାରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରି ପଶ୍ଚିମ ଓଡ଼ିଶା ସହ ସାରା ରାଜ୍ୟର ଶିକ୍ଷା କ୍ଷେତ୍ରରେ ନୂଆ ମାନଦଣ୍ଡ ସୃଷ୍ଟି କରିଆସୁଛନ୍ତି। ଅଭିଜ୍ଞ ଓ ଦକ୍ଷ ଅଧ୍ୟାପକମାନଙ୍କ ମାର୍ଗଦର୍ଶନରେ ପରିଚାଳିତ ଯୁବୋଦୟ ଦୀର୍ଘଦିନ ଧରି ଡାକ୍ତର ଗଢ଼ିବାରେ ସଫଳତା ଲାଭ କରିଥିବା ବେଳେ ବର୍ତ୍ତମାନ ଉତ୍କୃଷ୍ଟ ଇଞ୍ଜିନିୟର ତିଆରି କରିବା ଦିଗରେ ମଧ୍ୟ ସଫଳ ପଦକ୍ଷେପ ନେଇଛି ବୋଲି ଅଭିଭାବକ ମହଳରେ ଚର୍ଚ୍ଚା ହେଉଛି।

"ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ଭଳି ଆମେ କେବଳ ବୋର୍ଡ ପରୀକ୍ଷା ଫଳାଫଳ ଉପରେ ଗୁରୁତ୍ୱ ଦେଉନାହୁଁ। ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ସଫଳତା ପାଇଁ ବୋର୍ଡ ସହିତ ନିଟ୍ ଏବଂ ଜେଇଇ ଭଳି ଜାତୀୟ ସ୍ତରର ପ୍ରବେଶିକା ପରୀକ୍ଷାକୁ ମଧ୍ୟ ସମାନ ପ୍ରାଧାନ୍ୟ ଦେଇଥାଉ। ଆମର ଛାତ୍ରଛାତ୍ରୀଙ୍କ ସଫଳତା ହିଁ ପ୍ରମାଣ କରୁଛି କାହିଁକି ପଶ୍ଚିମ ଓଡ଼ିଶାରେ ଯୁବୋଦୟ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ପ୍ରଥମ ପସନ୍ଦ ପାଲଟିଛି," ବୋଲି ଅନୁଷ୍ଠାନର ନିର୍ଦ୍ଦେଶକ ଶ୍ରୀ ଅମ୍ବରୀଶ ଦାଶ କହିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026
  ରାଜ୍ୟ  
ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   13-Sep-2026
  ଜିଲ୍ଲା  
ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   13-Sep-2026
  ଜିଲ୍ଲା  
ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ   12-Sep-2026
  ଜିଲ୍ଲା  
ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   12-Sep-2026
  ଜିଲ୍ଲା  
*ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   12-Sep-2026
  ଜିଲ୍ଲା  
ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   12-Sep-2026
  ଜିଲ୍ଲା  
ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   12-Sep-2026
  ଜିଲ୍ଲା  
ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   12-Sep-2026
  ଜିଲ୍ଲା  
ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   12-Sep-2026
  ଜିଲ୍ଲା  
ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   12-Sep-2026

You Might Also Like