-+91-9937148622 |

prerana_bgr@rediffmail.com |

  Sunday 13th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||      ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଛାତ୍ରୀ ମାନଙ୍କର ପ୍ରବେଶ ଉତ୍ସବ   (12-Sep-2026)       ||      ବଲାଙ୍ଗୀର ଜିଲ୍ଲାସ୍ତରୀୟ ପୁରାତନ ଆଚାର୍ଯ୍ୟ ଆଚାର୍ଯ୍ୟାଙ୍କ ଏକତ୍ରୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ   (12-Sep-2026)       ||      ବାଲାଜୀ କଲେଜ ଅଫ ନର୍ସିଂ କୁ ମିଳିଲା ଏନ୍ଓସି♦️ ଚଳିତ ଶିକ୍ଷାବର୍ଷରେ ୫ଟି ପାଠ୍ୟକ୍ରମ ପାଇଁ ମିଳିଲା ଅନୁମୋଦନ   (12-Sep-2026)       ||     

HOME   ଜିଲ୍ଲା

ପାନୀୟଜଳର ସୁବ୍ୟବସ୍ଥା ପାଇଁ ପିଏଚବିଭାଗ ଓ ଗ୍ରାମ୍ୟପାନୀୟଜଳ ବିଭାଗକୁ ନିର୍ଦ୍ଦେଶ ଦେଲେ ବଲାଙ୍ଗୀର ବିଧାୟକ

02-Jun-2026



ବଲାଙ୍ଗୀର(ପ୍ରେରଣା ଖବର)-ଆଜି ବଲାଙ୍ଗୀର ବିଧାୟକ କଳିକେଶନାରାୟଣ ସିଂଦେଓ ସ୍ଥାନୀୟ ସର୍କିଟହାଉସଠାରେ ବିଭିନ୍ନ ବିଭାଗୀୟଅଧିକାରୀଙ୍କୁ ଡାକି ଆଲୋଚନା କରିବା ସହିତ ଉନ୍ନୟନକାମର ସମୀକ୍ଷା କରିଛନ୍ତି। ତେବେ ବଲାଙ୍ଗୀର ସହରରେ ଦେଖାଦେଇଥିବା ଜଳସଂକଟ ଦୂରକରିବା ଓ ଗ୍ରାମାଞ୍ଚଳରେ ପାନୀୟଜଳର ସୁବ୍ୟବସ୍ଥା କରିବା ପାଇଁ ପିଏଚବିଭାଗ ଓ ଆରଡବ୍ଲୁଏସଏସ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ବିଧାୟକ କଳିକେଶ ବଲାଙ୍ଗୀର ପୌରାଧ୍ୟକ୍ଷା ଲିକା ସାଙ୍କୁ ନେଇ ପ୍ରଥମେ ବଲାଙ୍ଗୀର ସହରରେ ଦେଖା ଦେଉଥିବା ବିଦ୍ୟୁତସମସ୍ୟା ନେଇ ବିଦ୍ୟୁତବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ବଲାଙ୍ଗୀର ସହରକୁ ସଠିକ ପରିମାଣରେ ବିଦ୍ୟୁତ ଯୋଗାଣ ହେଉଥିବା ବେଳେ କିଛିସ୍ଥାନରେ ଦୁର୍ବଳ ଭିତ୍ତିଭୂମୀ କାରଣରୁ ସମସ୍ୟା ରହିଥିବା ଅଧିକ୍ଷଣଯନ୍ତ୍ର ସ୍ୱୀକାର କରିଥିଲେ। ଅନେକ ସ୍ଥାନରେ ନୂତନ ଟ୍ରାନ୍ସଫର୍ମର ଓ କେବୁଲିଂ କରାଯାଇ ସାରିଥିବା ସୂଚନା ଦେବା ସହିତ ଖୁବଶୀଘ୍ର ସମସ୍ୟାଗୁଡିକର ସମାଧାନ କରାଯିବ ବୋଲି ଯନ୍ତ୍ରୀ କହିଥିଲେ । ତେବେ ବଲାଙ୍ଗୀର ସହରରେ ଦୁଇଘଣ୍ଟାରୁ ଅଧିକ ସମୟ ବିଦ୍ୟୁତ ଚାଲିଯାଉଥିବା,ଶାସ୍ତ୍ରୀନଗରରେ ନୂଆଟ୍ରାନ୍ସଫର୍ମର ଲଗାଇବା.ବରପାଲିପଡା ଅଞ୍ଚଳରେ ଲୋଭୋଲଟେଜ ସମସ୍ୟା ବିଷୟରେ ବିଧାୟକ ଯନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ ଓ ସମସ୍ୟାର ସମାଧାନ କରିବାକୁ ନିର୍ଦ୍ଦେଶ କରିଥିଲେ । ଠିକ ସେହିପରି ବଲାଙ୍ଗୀର ସହରକୁ ତରଭା ନିକଟରୁ ତେଲନଦୀରୁ ପାନୀୟଜଳ ଆସୁଥିବା ଓ ବିଦ୍ୟୁତସମସ୍ୟାରୁ ଠିକରେ ଜଳ ଯୋଗାଣ ହୋଇପାରୁନଥିବା ବିଷୟରେ ଜନସ୍ୱାସ୍ଥ୍ୟବିଭାଗର ଅଧିକ୍ଷଣଯନ୍ତ୍ରୀ ଇଂ.ଇନ୍ଦ୍ରଜିତ ସାହୁ ବିଧାୟକଙ୍କୁ ଅବଗତ କରିଥିଲେ । ବଲାଙ୍ଗୀର ସହରୁ ପ୍ରତିଦିନ ୧୭ଲକ୍ଷ ଲିଟର ପାଣିର ଆବଶ୍ୟକତା ଥିବା ବେଳେ ପ୍ରତ୍ୟହ ୧୭.୫ ଲକ୍ଷ ଲିଟର ଜଳ ଅଣାଯାଉଛି। ୧୫% ଜଳ ଜଳ ଯୋଗାଣବେଳେ ନଷ୍ଟ ହେଉଛି । ତେବେ ସୋନପୁର ଜିଲ୍ଲାରେ ବିଦ୍ୟୁତ ସମସ୍ୟାରୁ ବହୁତ ସମୟରେ ପମ୍ପ ଚାଲିପାରୁନଥିବାରୁ ସମସ୍ୟା ହେଉଛି ବୋଲି ପିଏଚ ଯନ୍ତ୍ରୀ ଇଂ.ସାହୁ କହିଥିଲେ । ସେପଟେ କିନ୍ତୁ ଗତ ଅପ୍ରେଲ ମାସରେ ଶିବତଳା ପମ୍ପହାଉସ ପାଇଁ ସ୍ୱତନ୍ତ୍ର ଟ୍ରାନ୍ସଫର୍ମର ଲଗାଯାଇ ସାରିଥିବା ବିଷୟରେ ବିଦ୍ୟୁତବିଭାଗର ଅଧିକ୍ଷଣଯନ୍ତ୍ରୀ କହିଥିଲେ। ଏଣିକି ଆଉ ବେଶି ସମସ୍ୟା ହେବ ନାହିଁ ବୋଲି ଯନ୍ତ୍ରୀ କହିଥିଲେ । ସହରରେ ଅଧିକଟ୍ୟାଙ୍କର ଓ ପାଣିଟାଙ୍କିର ବ୍ୟବସ୍ଥା କରି ଜଳ ଯୋଗାଣ କରିବାକୁ ବିଧାୟକ ନିର୍ଦ୍ଦେଶ କରିଥିଲେ । ଲୋୟରସୁକତେଲ ବିସ୍ଥାପିତ କଲୋନୀରେ ଜଳସମସ୍ୟା କଥା ମଧ୍ୟ ଆଲୋଚନା ହୋଇଥିଲା । ଚଳିତବର୍ଷ ଲୋୟରସୁକତେଲ କତ୍ତୃପକ୍ଷ ଟ୍ୟାଙ୍କର ଲଗାଇ ଜଳ ଯୋଗାଣ କରୁଥିବା ବିଷୟରେ ଆରଡବ୍ଲୁଏସଏସ ବିଭାଗ ସୂଚନା ଦେଇ ଥିଲେ । ଠିକ ସେହିପରି ଗ୍ରାମାଞ୍ଚଳରେ ଅଧିକ ଡିପ ବୋରେୱେଲ ରୁ ସୋଲାର ପମ୍ପ ଯୋଗେ ପାନୀୟଜଳ ଯୋଗାଣ ପାଇଁ ବିଧାୟକ ନିର୍ଦ୍ଦେଶ କରିଥିଲେ । ସେପଟେ ବଲାଙ୍ଗୀର ପୌରପାଳିକା ଅଞ୍ଚଳରେ ଡ୍ରେନସମସ୍ୟାର ସମାଧାନ ପାଇଁ ପୌରପାଳିକା ସହିତ ଏନଏଚବିଭାଗ ଓ ପୂର୍ତ୍ତବିଭାଗ ସହ ଯୋଗ କରିବାକୁ ନିର୍ଦ୍ଦେଶ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ କ୍ଷୁଦ୍ରଜଳସେଚନ ବିଭାଗ,ମେଗା ପାନୀୟଜଳ ଯୋଗାଣପ୍ରକଲ୍ପବିଭାଗ ଓ ପୌରପାଳିକାର ବିଭିନ୍ନ ପ୍ରକଲ୍ପ ଉପରେ ବିଧାୟକ ସମୀକ୍ଷାକରି ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026
  ଜିଲ୍ଲା  
ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   13-Sep-2026
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026
  ରାଜ୍ୟ  
ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   13-Sep-2026
  ଜିଲ୍ଲା  
ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   13-Sep-2026
  ଜିଲ୍ଲା  
ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ   12-Sep-2026

You Might Also Like