-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ଜିଲ୍ଲା

ଜଳୁଛି ସହର ପୋଡ଼ୁଛି ଭାଟି,ଜଙ୍ଗଲ ବିଭାଗ କାଟୁଛି ବଟି

24-May-2026



ବଲାଙ୍ଗିର(ପ୍ରେରଣା ଖବର): ପ୍ରଚଣ୍ଡ ରୌଦ୍ର ତାପ ଯୋଗୁଁ ବଲାଙ୍ଗିର ସହର ଜନଶୂନ୍ୟ ହେଉଥିବା ବେଳେ ସହରର ଚତୁଃପାର୍ଶ୍ୱରେ ଥିବା ଇଟା ଭାଟି ମାନଙ୍କରେ ଲୋକେ କାମ କରୁଥିବା ଦେଖିବାକୁ ମିଳୁଛି।ସରକାର ଲାଲ ଇଟାଭାଟି ଉପରେ ଅଙ୍କୁଶ ଲଗାଇଥିବା ବେଳେ ଜିଲ୍ଲା ପ୍ରଶାସନ ନିରବଦ୍ରଷ୍ଟା ସାଜିଛି। ବର୍ଷ ବର୍ଷ ଧରି ଇଟା ଭାଟି ମାଲିକ ମାନେ ସରକାରୀ ନିୟମଉଲଂଘନ କରି ଇଟା ବ୍ୟବସାୟ କରି ମାଲେମାଲ୍ ହେଉଥିବା ବେଳେ ହଜାର ହଜାର ବୃକ୍ଷ କଟି ଭାଟି ରେ ପୋଡ଼ୁଛି। ଜଙ୍ଗଲ ବିଭାଗର ନିଷ୍କ୍ରିୟତା ଯୋଗୁଁ ଗ୍ରାମାଞ୍ଚଳ ମାନଙ୍କରେ ଥିବା ପ୍ରଜା ବୃକ୍ଷ ଗୁଡ଼ିକ କଟି ପଦା ହେବାକୁ ବସିଲାଣି। ଏହାସହ ଜଙ୍ଗଲ ଭିତରେ ଥିବା ଦାମୀ ବୃକ୍ଷ ଗୁଡ଼ିକ ମଧ୍ୟ ଇଟା ଭାଟିରେ ପୋଡ଼ି ପାଉଁଶ ହୋଇଯାଉଛି।

ଏ ବିଷୟକୁ ନେଇ ପ୍ରମାଣ ସହ ଡିଏଫ୍ଓ ଙ୍କୁ ଜଣାଇବାରୁ ପ୍ରତ୍ୟୁତ୍ତର ରେ କାଠ ପରିବହନ ବେଳେ କୁଆଡେ ଜଙ୍ଗଲ ବିଭାଗ କାଠ ଜବତ କରିବାର ନିୟମ ଅଛି। ବୃକ୍ଷ କଟାଯାଇ ଗୋଟିଏ ସ୍ଥାନରେ ଜମା କରି ରଖିଥିଲେ କିମ୍ବା ଇଟା ଭାଟିରେ ପୋଡ଼ିଲେ ମଧ୍ୟ ଜଙ୍ଗଲ ବିଭାଗ ସେହି କାଠକୁ ଜବତ କରି ପାରିବେ ନାହିଁ ବରଂ କିଛିଟା ପେନାଲ୍ଟୀ କାଟି ପାରିବେ ବୋଲି ଡିଏଫ୍ଓ ଦୃଢୋକ୍ତିର ସହ ଜବାବ୍ ଦେଇଥିଲେ। କଟି ଥିବା ବୃକ୍ଷ ପ୍ରଜାର ନା ଜଙ୍ଗଲର ତାହା ମଧ୍ୟ ତଦନ୍ତ ପରିସରଭୁକ୍ତ ନୁହେଁ। ତେବେ ଘର ଏବଂ ବିଭିନ୍ନ ସ୍ଥାନରେ ଜମା କରି ରଖା ଯାଇଥିବା କାଠ ପଟା,ବଲି ଇତ୍ୟାଦି ପରିବହନ ହେଉ ନ ଥିବା ବେଳେ ଜଙ୍ଗଲ ବିଭାଗ କର୍ମଚାରୀ ମାନେ ଘର ଘର ପଶି ସରକାରଙ୍କ କେଉଁ ନିୟମ ବଳରେ ସେ ଦ୍ରବ୍ୟ କୁ ଜବତ କରିବା ସହ କେସ ରୁଜୁ କରୁଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ହୁଏ।ରାଜ୍ୟ ସରକାର ଜଙ୍ଗଲ ସୁରକ୍ଷା ନିମନ୍ତେ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଜଙ୍ଗଲ ବିଭାଗ କର୍ମଚାରୀ ଙ୍କ ଦୁର୍ବଳତା ର ସୁଯୋଗ ନେଇ ଜଙ୍ଗଲ ମାଫିଆ ମାନେ ଜଙ୍ଗଲରେ ଥିବା ନାମୀ ଦାମୀ ବୃକ୍ଷକୁ କାଟି ନେବାରେ ସଫଳ ହେଉଛନ୍ତି।ଇଟା ଭାଟି ମାନଙ୍କରେ ଜମା ଥିବା ବୃକ୍ଷ ଗୁଡ଼ିକୁ ଯଦି ଜବତ କରାଯାଏ ତେବେ ବିନା କାଠରେ ଭାଟି ଜଳିବା ଅସମ୍ଭବ। ଜଙ୍ଗଲ ବିଭାଗର ଟିକିଏ ତତ୍ପର ଜିଲ୍ଲାରେ ଲାଲ ଇଟା ଭାଟି ରୋକିବାରେ ସଫଳ ହେବ।ଇଟା ଭାଟି ଜଳିବା ଯୋଗୁଁ ସହର ଉତ୍ତପ୍ତ ହେଉଛି। ଜଙ୍ଗଲରେ ବନ୍ୟ ଜନ୍ତୁ ମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି।ଏଣୁ ଅନେକ ସମୟରେ ସହରମୁହାଁ ହୋଇ ପ୍ରାଣ ହରାଉଥିବା ଦେଖିବାକୁ ମିଳୁଛି। ସହର ନିକଟ ଗ୍ରାମ ସୁର୍ଡା ଅଞ୍ଚଳରେ ଅନେକ ଲାଲ ଇଟାଭାଟି କାଠରେ ପୋଡୁଥିବା ବେଳେ ପୁଇନ୍ତଲା ତହସିଲ, ଖଣି ବିଭାଗ ଏବଂ ଜଙ୍ଗଲ ବିଭାଗର ନିଘା ନାହିଁ।ସୁର୍ଡ଼ା ଗ୍ରାମର ଜୈନେକ ଇଟା ଭାଟି ମାଲିକ ପ୍ରାୟ ୭/୮ ଟି ଇଟା ଭାଟି କରିଛନ୍ତି।

ଇଟା ଭାଟି କରିଛନ୍ତି। ସେହି ଭାଟିରୁ ପ୍ରାୟ ୫/୬ ଲକ୍ଷ ଇଟା ବାହାରିବ ବୋଲି ଚର୍ଚ୍ଚା ହୁଏ। ବର୍ତ୍ତମାନ ଗୋଟିଏ ଟ୍ରାକ୍ଟର ରେ ପ୍ରାୟ ୧୨୫୦ ଇଟା କୁ ୭୫୦୦ ଟଙ୍କା ରୁ ୮୦୦୦ ଟଙ୍କା।ତେବେ ଏହି ଇଟା ବ୍ୟବସାୟୀ ତାଙ୍କର ସମସ୍ତ ଖର୍ଚ୍ଚ କାଟି ଗୋଟିଏ ସିଜନ୍ ରେ କେତେ ଟଙ୍କା ଲାଭ କରୁଛନ୍ତି ତଦନ୍ତ ସାପେକ୍ଷ।ତାଙ୍କ ଇଟା ଭାଟି ରେ କାଠ ଗଣ୍ଡୀ ଗୁଡ଼ିକ ଲଗାଇ ଭାଟି ତିଆରି କରୁଥିବା ବେଳର ଦୃଶ୍ୟ ଡିଏଫ୍ଓ ଙ୍କ ପାଖକୁ ପଠାଯାଇଥିଲା।ଡିଏଫ୍ଓ କଣ ପଦକ୍ଷେପ ନେଉଛନ୍ତି ଦେଖିବାକୁ ବାକି ରହିଲା।


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like