-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME   ଜିଲ୍ଲା

ଶୀତଳଷଷ୍ଠୀ ୨୦୨୬ ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ

22-May-2026




ସମ୍ବଲପୁର:(ସଂଜୀବ ପାଣିଗ୍ରାହୀ )

ସୂଚନା ଅନୁଯାୟୀ  ଜୁନ୍ ୧୫ରୁ ଆରମ୍ଭ ହେବ  ସମ୍ବଲପୁରର ପ୍ରସିଦ୍ଧ ପବିତ୍ର ଶୀତଳଷଷ୍ଠୀ। ଏହି ଯାତ୍ରା ଅତି ସୁନ୍ଦର, ଶୃଙ୍ଖଳିତ ଏବଂ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର(ଭା.ପ୍ର.ସେ)ଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ଶାନ୍ତି ଓ ସମନ୍ୱୟ କମିଟି (Peace & Co-ordination Committee) ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଜୁନ୍ ୧୫ ତାରିଖରୁ ଏହି ପବିତ୍ର ଯାତ୍ରା ଆରମ୍ଭ ହେବାକୁ ଯାଉଥିବା ବେଳେ ଏହାକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି।

ଗତ ବର୍ଷର ଶୀତଳଷଷ୍ଠୀ ଯାତ୍ରା ବିଭିନ୍ନ କମିଟି ଏବଂ ଜନସାଧାରଣଙ୍କ ସହଯୋଗରେ ଅତି ସୁଦୂରପ୍ରସାରୀ ଓ ସଫଳ ହୋଇଥିବାରୁ ଜିଲ୍ଲାପାଳ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଚଳିତ ବର୍ଷ ଶ୍ରଦ୍ଧାଳୁ ଓ ଜନସାଧାରଣଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଉଭୟ ସୁରକ୍ଷା ଓ ଶୃଙ୍ଖଳା ଉପରେ ସରକାର ଓ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ କହିଥିଲେ।

ଯାତ୍ରାର ସଫଳ ପରିଚାଳନା ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ଶୀତଳଷଷ୍ଠୀ ଯାତ୍ରା କମିଟି ଗୁଡ଼ିକ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟସୀମା (Timing) ଧାର୍ଯ୍ୟ କରାଯାଇଛି। ଯାତ୍ରା ସମୟରେ ଯେପରି ଗୋଟିଏ କମିଟି ଅନ୍ୟ କମିଟିର ଶୋଭାଯାତ୍ରା ଆଗରେ ସମସ୍ୟା ସୃଷ୍ଟି ନକରେ, ସେଥିପାଇଁ ମିନିଟ୍-ଟୁ-ମିନିଟ୍ (Minute-to-Minute) ସମୟସୀମା ଅନୁସରଣ କରିବାକୁ କୁହାଯାଇଛି।ନନ୍ଦପଡ଼ା, ଝାଡ଼ୁଆପଡ଼ା ଏବଂ ବଡ଼ ସଡ଼କ ଭଳି ଅତ୍ୟଧିକ ଭିଡ଼ ହେଉଥିବା ଅଞ୍ଚଳରେ ଶ୍ରଦ୍ଧାଳୁମାନଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ପ୍ରସ୍ଥାନ ରୁଟ୍ (Exit Routes) ବ୍ୟବସ୍ଥା କରାଯିବ, ଯଦ୍ଦ୍ୱାରା ଜନସାଧାରଣ ସହଜରେ ଯାତ୍ରା ଦେଖି ବାହାରକୁ ଆସିପାରିବେ।

ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା କରାଯିବ।ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ମହାନଗର ନିଗମ କାର୍ଯ୍ୟାଳୟରେ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ଖୋଲାଯିବ। ସହରର ବିଭିନ୍ନ ଛକରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର, ପ୍ରତି ପୂଜା କମିଟିକୁ ଓଆରଏସ୍ (ORS) ପ୍ୟାକେଟ୍ ପ୍ରଦାନ ଏବଂ ଜରୁରୀକାଳୀନ ସେବା ପାଇଁ ମୋବାଇଲ୍ ଆମ୍ବୁଲାନ୍ସ ମୁତୟନ କରାଯିବ। ହୋଟେଲ ଓ ରେଷ୍ଟୁରାଣ୍ଟ ଗୁଡ଼ିକରେ ଖାଦ୍ୟର ମାନ ଯାଞ୍ଚ କରାଯିବ।ଉତ୍ସବ ସମୟରେ ସହରରେ ଅବିରତ ପାନୀୟ ଜଳ ଯୋଗାଣ କରାଯିବ। ୱାଟକୋ (WATCO) ଏବଂ ଜନସ୍ୱାସ୍ଥ୍ୟ ବିଭାଗ (PHD) ପକ୍ଷରୁ ବିଭିନ୍ନ ସ୍ଥାନରେ ସିଣ୍ଟେକ୍ସ ଟାଙ୍କି ଏବଂ ପ୍ରତ୍ୟେକ ଶୋଭାଯାତ୍ରା ପାଇଁ ଗୋଟିଏ ଲେଖାଏଁ ଜଳ ଟାଙ୍କରର ବ୍ୟବସ୍ଥା କରାଯିବ। ଏଥିସହ ଏନଜିଓ (NGO) ମାନଙ୍କୁ ମଧ୍ୟ ଜଳ ଯୋଗାଣ କାର୍ଯ୍ୟରେ ସାମିଲ କରାଯିବ। ସହରରେ ୨୪ ଘଣ୍ଟିଆ ଅବିରତ ବିଦ୍ୟୁତ୍ ଯୋଗାଣ ପାଇଁ TPWODL କୁ ନିର୍ଦ୍ଦେଶ ଦିଆଯାଇଛି। ରାସ୍ତାକଡ଼ ଏବଂ ରିଙ୍ଗ୍ ରୋଡ୍‌ରେ ଅଧିକ ଆଲୋକର ବ୍ୟବସ୍ଥା ସହ ଷ୍ଟ୍ରୀଟ୍ ଲାଇଟ୍ ଗୁଡ଼ିକର ମରାମତି କରାଯିବ। 

ସମ୍ବଲପୁର ଆରକ୍ଷୀ ଅଧୀକ୍ଷକ (SP) ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ, ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି କରାଯିବ।
କୌଣସି ଆପତ୍ କାଳୀନ ପରିସ୍ଥିତି କୁ ରୋକିବା ପାଇଁ  ଅଗ୍ନିଶମ ବାହିନୀ ସଜାଗ ରହିବେ। 

  ଶୀତଳ ଷଷ୍ଠୀ ପାଇଁ ରାସ୍ତାଘାଟ ସଫେଇ, ଡ୍ରେନେଜ୍ ମରାମତି, ଏନକ୍ରୋଚମେଣ୍ଟ (ଉଚ୍ଛେଦ) ଏବଂ ରାସ୍ତାରେ ଥିବା ଗଛର ଡାଳ କାଟିବା ଆଦି ସମସ୍ତ ପ୍ରାକ୍-ପ୍ରସ୍ତୁତି କାର୍ଯ୍ୟ ଶେଷ କରିବାକୁ ଜିଲ୍ଲାପାଳ ସମ୍ପୃକ୍ତ ସମସ୍ତ ବିଭାଗୀୟ ଅଧିକାରୀମାନଙ୍କୁ ସମୟବଦ୍ଧ ନିର୍ଦ୍ଦେଶ ଦେଇଛନ୍ତି। ସମ୍ବଲପୁରର ଏହି ଗୌରବମୟ ସାଂସ୍କୃତିକ ଗଣପର୍ବକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ପାଇଁ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କ ସହଯୋଗ କାମନା କରାଯାଇଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like