-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
22-May-2026
ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ, ସ୍ଵର୍ଗତ ରାଜୀବ ଗାନ୍ଧୀଙ୍କ ୩୫ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଜଗତସିଂହପୁର ସହରର ଚର୍ଚ୍ଚିକା ବଜାର ସ୍ଥିତ ରାଜୀବ ଗାନ୍ଧୀ ଶିଶୁ ଉଦ୍ୟାନ ପରିସରରେ ପୂର୍ବତନ ଜିଲ୍ଲା ପରିଷଦ ସଭାପତି ନଟବର ବାରିକ ଙ୍କ ପୌରହିତ୍ୟରେ କଂଗ୍ରେସ କର୍ମୀ ମାନେ ରାଜୀବ ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ ଅର୍ପଣ କରିଥିଲେ।ଆଧୁନିକ ଭାରତର ନିର୍ମାତା, ଯୁବକ ମାନଙ୍କୁ ୧୮ ବର୍ଷରେ ଭୋଟ ଦେବାର ଅଧୀକାର ପ୍ରଦାନ, ସୂଚନା ପ୍ରଯୁକ୍ତି କ୍ଷେତ୍ରରେ ବିପ୍ଳବୀକ ପଦକ୍ଷେପ,ସାମ୍ବିଧାନିକ କ୍ଷମତା ବିକେନ୍ଦ୍ରୀକରଣ, ଯୁବକ ଯୁବତୀଙ୍କ ସଶକ୍ତିକରଣ, ଶିକ୍ଷାର ବିକାଶ ଓ ବୈଦେଶିକ ନୀତିକୁ ସୁଦୃଢ଼ କରିବାର ଯୁଗାନ୍ତକାରୀ ପଦକ୍ଷେପ ପାଇଁ ଆଜିବି କୋଟି କୋଟି ଭାରତୀୟଙ୍କ ହୃଦୟରେ ସ୍ବର୍ଗତ ରାଜୀବ ଗାନ୍ଧୀ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି ବୋଲି ଶ୍ରଦ୍ଧାଞ୍ଜଳି ସଭାରେ ଯୋଗ ଦେଇ ଥିବା କଂଗ୍ରେସ ନେତୃବୃନ୍ଦ ମତବ୍ୟକ୍ତ କରିଥିଲେ।ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହ, ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ବରିଷ୍ଠ କଂଗ୍ରେସ ନେତା ଭାଗ୍ୟଧର ସ୍ବାଇଁ, ସରପଞ୍ଚ ଦିଲ୍ଲୀପ କୁମାର ମହାନ୍ତି,ଅଭୟ କୁମାର ମହାନ୍ତି,ମାନସ କୁମାର ରଥ, ବେଦଦ୍ୟୁତି ପୃଷ୍ଟି, ଦୁଃଖିଶ୍ୟାମ ଦାସ, ଅମ୍ବିକା ପ୍ରସାଦ ମହାନ୍ତି,ଇନତିୟାଜ୍ ଅହମ୍ମଦ ଖାଁ, ପ୍ରାଣକୃଷ୍ଣ ପଶାୟତ,ଜ୍ଞାନ ରଞ୍ଜନ ଜେନା, ସୌମ୍ୟରଞ୍ଜନ ମହାନ୍ତି, ଅଜୟ କୁମାର ମହାପାତ୍ର,ଶଙ୍କରେଶ୍ୱର ଦାସ, ସୁକାନ୍ତ କୁମାର ମହାପାତ୍ର, ସ୍ମୃତି ରଞ୍ଜନ ମହାନ୍ତି,ଉମେଶ ଚନ୍ଦ୍ର ସ୍ୱାଇଁ, ନନ୍ଦକିଶୋର ସେଠୀ,ତ୍ରିପୁରେଶ୍ବର ମଲ୍ଲିକ, ସୁଶାନ୍ତ କୁମାର ରାୟ, ରବିନ୍ଦ୍ର ମଲ୍ଲିକ,ବିଜୟ କୁମାର ପଲାଉରୀ, ଧର୍ମାନନ୍ଦ ବିଶ୍ବାଳ,ଧୃବ ଚରଣ କାଣ୍ତି, ରାଜକିଶୋର ସାହୁ ପ୍ରମୁଖ ଯୋଗ ଦେଇ ରାଜୀବ ଗାନ୍ଧୀ ଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ରିପୋର୍ଟ: ଚିନ୍ମୟ ବିଶ୍ବାଳ