-+91-9937148622 |
prerana_bgr@rediffmail.com |
Saturday 20th June 2026 |
R.N.I. Regd No. ODIODI/2010/46693
Breaking News
17-May-2026
ସାଲେଭଟା(ପ୍ରେରଣା ଖବର): ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଳକ ଡୁଡୁକାଠାରେ ଜଣେ ବିଦ୍ୟୁତ୍ କର୍ମଚାରୀ ଖୁଂଟରୁ ପଡି ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ଡୁଡୁକା ଗ୍ରାମର ହୋଇ ଥିବାବେଳ ୫ଭଉଣୀରେ ଜଣେ ଭାଇ ବୋଲି କୁହାଯାଇଛି। ବିପଦପୂର୍ଣ୍ଣ କାମରେ ସେଫଟି କର୍ମଚାରୀ ଉପସ୍ଥିତ ନଥାଇ କିପରି କାମ ଚାଲିଛି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଆଜି ସାଲେଭଟା ବିଦ୍ୟୁତ୍ ସେକସନ ଡୁଡୁକା ଠାରେ ୩ଜଣ କର୍ମଚାରୀ ଲାଇନ୍ ସଜାଡିବାକୁ ଯାଇଥିଲେ। ୩ଜଣ ଯାକ ଭିନ୍ନଭିନ୍ନ ଖୁଂଟରେ ଚଢ଼ି ସଜାଡି ଥିଲେ। ୨ଜଣ କାମସାରି ଫେରି ଆସିଥିବାବେଳ ଜଣେ ଆଉ ଫେରିନଥିଲେ। ଖେଜାଖୋଜି କଲାପରେ ବିଦ୍ୟୁତ୍ ଖୁଂଟତଳୁ ମୃତ ଶରୀର ଉଦ୍ଧାର କରି ଆଚଲପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇ ଥିଲା । ଡାକ୍ତର ସ୍ୱାସ୍ଥ୍ର୍ୟ ପରୀକ୍ଷା କରି ମୃତ ଘୋଷଣ କରିଥିଲେ। ମୃତ ବ୍ୟକ୍ତ ଜଣକ ଡୁଡୁକା ଗ୍ରାମର ଦାମ୍ବୋଦର ପଟେଲଙ୍କ ପୁଅ ମୁକେଶ ପଟେଲ ଓ ୩୦ବର୍ଷ ବୋଲି ଜଣାପଡିଛି। ମୃତକ ୫ଭଉଣୀରେ ଜଣେ ଭାଇ ହୋଇଥିବାରୁ ଖବର ପାଇ ଡୁଡୁକା ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଅଭିଯୋଗ..ପାଇ ଆଗଲପୁର ପୁଲିସ ଘଟଣାର ସରଜମିନ ତଦ୍ତ କରି ଶବ ବ୍ୟବଚ୍ଛେଦପାଇ ବଲାଙ୍ଗର ପଠାଇଛି। ମୃତକ ପରିବାରକୁ ତୁରନ୍ତ ମୃତ୍ୟୁକାଳୀନ ସହାୟତା ଯୋଗାଇ ଦେବାକୁ ଡୁଡୁକା ଗ୍ରାମବାସୀ ଦାବି କରିଛନ୍ତି। ବିଦ୍ୟୁତ୍ ପରି ବିପଦପୂର୍ଣ୍ଣ କାମରେ ସେଫଟି କର୍ମଚାରୀ ନଥାଇ କିପରି କାମ ଚାଲିଥିଲା ବୋଲି ଗ୍ରାମବାସୀ ମାନେ ପ୍ରଶ୍ନ କରିଛନ୍ତି। ଏସଂପର୍କରେ ସାଲେଭଟା ସେକସେନାଲଙ୍କୁ ପ୍ରତିକ୍ରିୟା ପାଇଁ ଫୋନ ଯୋଗେ ଯୋଗାଯୋଗ କରାଯାଇଥିଲେ ହେଁ ଫୋନ କଲ୍ ଗ୍ରହଣ କରୁନଥିବାରୁ ପ୍ରତିକ୍ତିୟା ନିଆଯାଇପାରି ନାହିଁ।