-+91-9937148622 |
prerana_bgr@rediffmail.com |
Sunday 16th August 2026 |
R.N.I. Regd No. ODIODI/2010/46693
Breaking News
17-May-2026
ଅତାବିରା(ଆକାଶ ମିଶ୍ର) ବରଗଡ଼ ଜିଲ୍ଲା ଅତାବିରା ନିର୍ବାଚନ ମଣ୍ଡଳୀ ଦେଶ ଭଟଲି ଗ୍ରାମ ର ମୂଳ ବାସିନ୍ଦା ତଥା ବର୍ତ୍ତମାନ ରହୁଥିବା ଅତାବିରା ବ୍ଲକ ବରାହମୁଣ୍ଡା ଗ୍ରାମ ର ଶିକ୍ଷୟତ୍ରୀ ମୀନାକ୍ଷୀ ପଣ୍ଡା ଓ ସାଧୁରାମ ତ୍ରିପଠୀ ଙ୍କ କନ୍ୟା ସୁଶ୍ରୀ ସମିକ୍ଷା ତ୍ରିପାଠୀ ଗଣିତ ପି.ଜି. ବିଭାଗରେ ଅଧ୍ୟୟନ କରୁଥିବା ଗଣିତ ବିଷୟ ରେ ୯.୬୮ ସିଜିପିଏ ରଖି ସମଗ୍ର ବିଶ୍ଵବିଦ୍ୟାଳୟ ସ୍ତର ରେ ପ୍ରଥମ ସ୍ଥାନ ଅଧିକାର କରି ସ୍ୱର୍ଣ୍ଣ ପଦକ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଯୁକ୍ତ ତିନି ସମ୍ବଲପୁର ଏମ୍ସ ଘରୋଇ କଲେଜ ରେ ପଢୁଥିବା ସମୟ ରେ ମଧ୍ୟ ଗଣିତ ବିଷୟ ରେ ସୁଶ୍ରୀ ସମିକ୍ଷା ତ୍ରିପାଠୀ ସିଜିପିଏ ରଖି ସମ୍ବଲପୁର ବିଶ୍ଵବିଦ୍ୟାଳୟ ସ୍ତର ରେ ମଧ୍ୟ ପ୍ରଥମ ସ୍ଥାନ ହାସଲ କରିଥିଲେ । ସେହି ସମୟ ର ସେ ଓଡ଼ିଶା ସୋସାଇଟି ନ୍ୟୁୟର୍କ ଆମେରିକାର (ଓସାନି) ଅୱାର୍ଡ ମଧ୍ୟ ପାଇ ଅଞ୍ଚଳ ର ଗୌରବ ଆଣିଥିଲେ । ଏହି ସଫଲତା ପାଇଁ ଅତାବିରା ଓ ଭେଡେନ ତାଙ୍କ ପାଖକୁ ଶୁଭେଚ୍ଛାର ସୁଅ ଛୁଟିଛି । ସମ୍ବଲପୁର ବିଶ୍ଵବିଦ୍ୟାଳୟ ୨୦୨୪-୨୦୨୬ ଶିକ୍ଷା ବର୍ଷ ପିଜି ପରୀକ୍ଷା ଫଳ ଶୁକ୍ରବାର ପ୍ରକାଶିତ ହୋଇଥିଲା ।