-+91-9937148622 |

prerana_bgr@rediffmail.com |

  Saturday 15th August 2026 |

| | | |

R.N.I. Regd No. ODIODI/2010/46693

Breaking News

“ନିଚ୍ଛକ୍‌”ରେ ଜାତୀୟ ଦିବସ ପାଳିତ   (15-Aug-2026)       ||      ମଣ୍ଟେସୋରୀ ପବ୍ଲିକ ସ୍କୁଲ ଠାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ : ଛାତ୍ର ଛାତ୍ରୀ ମାନଙ୍କୁ ରଙ୍ଗା ରଙ୍ଗ ସାଂସ୍କୃତିକ ପ୍ରଦର୍ଶନ ନିମନ୍ତେ ଶୁଭେଚ୍ଛା   (15-Aug-2026)       ||      *ବେକରେ ଗାମୁଛା ଲଗାଇ ଗଛରେ ଝୁଲି ଯୁବକର ଆତ୍ମହତ୍ୟା*   (15-Aug-2026)       ||      ପତିତପାବନ ଏକାଡେମୀରେ ୮୦ତମ ସ୍ଵାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ।   (15-Aug-2026)       ||      ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   (15-Aug-2026)       ||      ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   (15-Aug-2026)       ||      ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   (15-Aug-2026)       ||      କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   (15-Aug-2026)       ||      ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ    (15-Aug-2026)       ||      ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   (15-Aug-2026)       ||      ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   (15-Aug-2026)       ||      *ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ*   (15-Aug-2026)       ||      ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   (15-Aug-2026)       ||      ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ    (15-Aug-2026)       ||     

HOME   ଜିଲ୍ଲା

ଶଗରିଆ ଯାଦବ ବଂଶର ଘୋଡ଼ାଦାନ ମହୋତ୍ସବ : ପଶ୍ଚିମ ଓଡ଼ିଶାର ଏକ ଅନନ୍ୟ ଐତିହ୍ୟ ଓ ପରମ୍ପରା

17-May-2026



ସିନାପାଲି,(ଚିନ୍ତାମଣି ନେତାମ):
ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ରଜନା ଗ୍ରାମର ଗାଦୀ ପୀଠ ଠାରେ ଶଗରିଆ ଯାଦବ ବଂଶର ୧୯ତମ ଘୋଡ଼ାଦାନ ମହୋତ୍ସବ-୨୦୨୬ ଭକ୍ତିମୟ ଓ ଆଧ୍ୟାତ୍ମିକ ପରିବେଶରେ ବହୁ ଆଡମ୍ବର ସହ ଅନୁଷ୍ଠିତ ହୋଇଯାଇଛି। ୧୮୨୨ ମସିହାରୁ ଆରମ୍ଭ ହୋଇଥିବା ଏହି ଐତିହାସିକ ପରମ୍ପରା ଆଜି ପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ଭାବରେ ଚାଲିଆସୁଛି। ପଶ୍ଚିମ ଓଡ଼ିଶାରେ ଏହିପରି ଘୋଡ଼ାଦାନ ପରମ୍ପରା ଅତ୍ୟନ୍ତ ଦୁର୍ଲଭ ହୋଇଥିବାରୁ ଏହା ସମାଜ ପାଇଁ ଗର୍ବ ଓ ଗୌରବର ବିଷୟ ହୋଇପାରିଛି।
ଏହି ମହୋତ୍ସବରେ ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାରୁ ପ୍ରାୟ ଦଶ ହଜାରରୁ ଅଧିକ ଯାଦବ ସମାଜର ଲୋକ, ଯୁବକ-ଯୁବତୀ, ମହିଳା ଓ ବନ୍ଧୁବର୍ଗ ଯୋଗଦେଇଥିଲେ। ଏହି ଅବସରରେ ଅଷ୍ଟପ୍ରହରୀ ଅଖଣ୍ଡ ନାମଯଜ୍ଞର ପୂର୍ଣ୍ଣାହୁତି ମଧ୍ୟ ସମ୍ପନ୍ନ ହୋଇଥିଲା। ଏହି ଅବସରରେ ଆୟୋଜିତ ସାଂସ୍କୃତିକ ମହାସଭାରେ 
ଘୋଡ଼ାଦାନ ପର୍ବ କମିଟିର ସଭାପତି ଶ୍ରୀଯୁକ୍ତ ଚଞ୍ଚଳ ଶଗରିଆ ସଭାପତିତ୍ୱ କରିଥିଲେ l ଏହି ମହାସଭାରେ ବିଶିଷ୍ଟ ଅତିଥି ଭାବରେ ନୂଆପଡ଼ାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଜୟ ଭାଇ ଢୋଲକିଆ, ମୁଖ୍ୟ ବକ୍ତା ଭାବେ ନୂଆପଡ଼ା ଜିଲ୍ଲା ଯାଦବ ସମାଜର ପୂର୍ବତନ ସଭାପତି ଶ୍ରୀଯୁକ୍ତ ହରେରାମ କଠାର,
ସମ୍ମାନିତ ଅତିଥି ଭାବେ ଖଡ଼ିଆଳର ମାନ୍ୟବର ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ହିତେଶ କୁମାର ବଗର୍ତ୍ତୀ, ଉତ୍କଳ ଯାଦବ ମହାସଭାର  ମାନନୀୟ ଉପସଭାପତି ଶ୍ରୀଯୁକ୍ତ ଲମ୍ବୋଦର ନିଆଲ, ଚାରିଗଡ଼ ଯାଦବ ସମାଜ ସଭାପତି ଶ୍ରୀଯୁକ୍ତ କେନୁ ରାମ ଯାଦବ, ନୂଆପଡ଼ା ଜିଲ୍ଲା ଯାଦବ ସମାଜ ସଭାପତି ଶ୍ରୀଯୁକ୍ତ ଭରତ ଲାଲ ରାଉତ, ଶଗରିଆ ବଂଶର କୁଳଗୁରୁ ଶ୍ରୀଯୁକ୍ତ ନାରାୟଣ ଦାସ,ଶ୍ରୀଯୁକ୍ତ ବିହାରୀ ଶଗରିଆ, ଶ୍ରୀଯୁକ୍ତ ଘନଶ୍ୟାମ କରୁଆଁ, ଶ୍ରୀଯୁକ୍ତ ରାମଲାଲ ହଂସ , ଶ୍ରୀଯୁକ୍ତ ତ୍ରିଲୋଚନ ନାଗ, ଶ୍ରୀଯୁକ୍ତ ସୁରେଶ ବାଗ, ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀର, ଶ୍ରୀଯୁକ୍ତ ଲିଙ୍ଗରାଜ ଘିଭେଲା, ଶ୍ରୀଯୁକ୍ତ ଯୋହନ ରାଉତ, ଶ୍ରୀଯୁକ୍ତ ତ୍ରିନାଥ ପୁଞ୍ଜି ଓ ଶ୍ରୀଯୁକ୍ତ ଛବି ପୋଡ଼ ପ୍ରମୁଖ ମଞ୍ଚାସୀନ ଥିଲେ।
ଏହାସହ କିଶୋର ଚନ୍ଦ୍ର କଠାର, ତାରାଚନ ଥପା, ଦୁର୍ଗୁ ନିଆଲ, ଅର୍ଜୁନ ବାଗ, କୀର୍ତ୍ତନ ପୋଡ଼, ଯୋଗେନ୍ଦ୍ର ବାଗ, ଯୁଧିଷ୍ଠିର ଶଗରିଆ, ଅରକ୍ଷିତ ଶଗରିଆ, କ୍ଷମା ସିଂ ନିଆଲ, ଯୋଗେନ୍ଦ୍ର ବାଗ ଓ ଘନଶ୍ୟାମ ଭୋଇ ପ୍ରମୁଖ କର୍ମକର୍ତ୍ତା ଓ ସମାଜସେବୀମାନେ ଉପସ୍ଥିତ ଥିଲେ। ସମସ୍ତଙ୍କ ସକ୍ରିୟ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ଭାବେ ସମ୍ପନ୍ନ ହୋଇଥିଲା।
ସଭା ଆରମ୍ଭରେ ଅତିଥିମାନେ ଜାତିର ଆରାଧ୍ୟ ଦେବତା ଶ୍ରୀଶ୍ରୀ ରାଧାକୃଷ୍ଣ ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରିଥିଲେ। ପରେ ସମ୍ପାଦକ ତୁକା ରାମ ଶଗରିଆ ସଭାର ବିବରଣୀ ପଠନ କରିଥିଲେ। ସଭା ଶେଷରେ ବିଶେଶ୍ୱର ଶଗରିଆ ଧନ୍ୟବାଦ ଅର୍ପଣ କରିଥିଲେ।
ଏହାପରେ ମା’ ଚଣ୍ଡୀ ସମଲେଇଙ୍କ ପୂଜାର୍ଚ୍ଚନା ସହିତ  ଘୋଡ଼ାଦାନ ପର୍ବ ଆରମ୍ଭ ହୋଇଥିଲା। ଶଗରିଆ ବଂଶର ବୟସ୍କ ସଦସ୍ୟମାନେ ଏକ ସୁସଜ୍ଜିତ ଘୋଡ଼ାକୁ ସ୍ୱର୍ଗତ ଈଶ୍ୱର ବାଗଙ୍କ ଦଶମ ପିଢ଼ିର ବଂଶଧର ଘୋଘିଆ ବଂଶର ଭାଇ ଓ ଭଉଣୀ ଦ୍ୱୟଙ୍କୁ ଦାନ କରିଥିଲେ। ସେଥିସହ ଦକ୍ଷିଣା ସ୍ୱରୂପ ୧ ଲକ୍ଷ ୫ ହଜାର ଟଙ୍କା ମଧ୍ୟ ଅର୍ପଣ କରାଯାଇଥିଲା।
ଏହି ପରମ୍ପରା ପଛରେ ଏକ ମାନବିକତା ପୂର୍ଣ୍ଣ ସତ୍ୟ କାହାଣୀ ମଧ୍ୟ ରହିଛି। ଅତୀତରେ  ଗୋଟିଏ ଅନାଥା ପୁଅ  ଈଶ୍ୱର ବାଗ  ଘୋଘିଆ ଙ୍କୁ ରୋଜନା ଗାଁ ର ଶଗରିଆ ବଂଶ ର ଦୁଇ ଭାଇ ରାଜ ଓ ଗଜ ଲାଳନ ପାଳନ କରି ଉପଯୁକ୍ତ ବୟସରେ ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ  ବୁଡୁମାଲ ଗ୍ରାମର  କନ୍ୟା ପାତ୍ରୀ ସହ ବିବାହ କରାଇ ଦେଇଥିଲେ l ଈଶ୍ୱର ବାଗଙ୍କର  କୌଳିକ ବୃତ୍ତି ଜିଲ୍ଲା ସାରା ଗାଁ ଗାଁ ବୁଲି ଯାଦବ ବଂଶ ରୁ ଜନ୍ମ ମୃତ୍ୟୁ ଓ ବିବାହ କାଳୀନ ଦାନ ଗ୍ରହଣ କରିବା ସକାଶେ ତତ୍କାଳୀନ  ପାହାଡିଆ  ବନ୍ଧୁର  ଯାତାୟାତ ପଥରେ ସହାୟକ ହେବ ବୋଲି ଅନ୍ୟାନ୍ୟ ଘର କରଣା ସାମଗ୍ରୀ ସହିତ  ଏକ ଘୋଡ଼ା ୧୮୨୨ ମସିହାରେ ଦୁଇ ଭାଇ  ଉକ୍ତ ଘୋଘିଆ ଯୁବକ କୁ ଦାନ କରିଥିଲେ । ଏହି ଐତିହାସିକ ଦିନ ଠାରୁ ଏହି ମହାନ ପରମ୍ପରା ର ଶୁଭାରମ୍ବ ହୋଇ ପ୍ରତି ୧୨ ବର୍ଷ ରେ ଥରେ  ଶଗରିଆ ବଂଶ ର ମିଳିତ ଉଦ୍ୟମରେ ଏହି ମହାନ କର୍ମ  ସମ୍ପାଦିତ ହେଉଛି l ଏହା କେବଳ ଧାର୍ମିକ କାର୍ଯ୍ୟକ୍ରମ ନୁହେଁ, ବରଂ ମାନବସେବା, ସମାଜ ପ୍ରତି କର୍ତ୍ତବ୍ୟବୋଧ ଓ ଭାଇଚାରାର ଏକ ଉଜ୍ଜ୍ୱଳ ଉଦାହରଣ। ଅତୀତରେ ରାଜା-ମହାରାଜାମାନେ ଗୋ,ଅଶ୍ୱ, ଗଜ, ଭୂମି, ସ୍ୱର୍ଣ୍ଣ,  ଧନ-ଧାନ୍ୟ ଓ ବସ୍ତ୍ର ଦାନ କରି ଲୋକଙ୍କ ର ସେବା କରି ପୁଣ୍ୟ ଅର୍ଜନ କରୁଥିବା ବେଳେ, ବର୍ତ୍ତମାନ ର ଅତ୍ୟାଧୁନିକ ସମୟରେ ମଧ୍ୟ ଶଗରିଆ ଯାଦବ ବଂଶ ଏହି ମହାନ ପରମ୍ପରାକୁ ଜୀବନ୍ତ ରଖି ସମଗ୍ର ମାନବ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି।ଏହା ଫଳରେ 
ଏହି ନିଆରା ସଂସ୍କୃତି ସମ୍ପନ୍ନ ପରମ୍ପରା ଉଜ୍ଜୀବିତ ରହିବା ସହିତ  ପଶ୍ଚିମ ଓଡ଼ିଶାର  ଯାଦବ ବନ୍ଧୁ ମାନଙ୍କ ମଧ୍ୟରେ ଏକତା ଓ ଭାଇଚାରା  ଉଦାର ବନ୍ଧୁତ୍ୱ ଭାବ, ସେବାପରାୟଣ  ଭାବ ଓ  ସାଙ୍ଗଠନିକ ଦକ୍ଷତା ବହୁଗୁଣିତ ହୋଇ  ଅଧିକ ଶକ୍ତିଶାଳୀ ହୋଇଥିବା ମତ ପ୍ରକାଶ ପାଇଛି।  କାର୍ଯ୍ୟକ୍ରମ ଆୟୋଜନରେ ଘେନୁ ଶଗରିଆ, ଭ୍ରତ ଶଗରିଆ, ନରେଶ ଶଗରିଆ, ଗିରି ଶଗରିଆ, ଭଜନ ଶଗରିଆ, ଦିବାକର ଶଗରିଆ, ପୁଷ୍ପ ମିତ୍ର ଶଗରିଆ, ଲୀଳାମ୍ବର ଶଗରିଆ, ଚିତ୍ରସେନ ଶଗରିଆ, ବ୍ୟାୟାମନ ଶଗରିଆ, ବୃଷଭ ଶଗରିଆ, ଭଗବାନ ଶଗରିଆ, ଆତ୍ମା ରାମ   ଶଗରିଆ, ରଥୁ ଶଗରିଆ, ହେମସାଗର ଶଗରିଆ, ହୃଦାନନ୍ଦ ଶଗରିଆ, ନରହରି ଶଗରିଆ, ରୁପଚନ ଶଗରିଆ, ନବୀନ ଶଗରିଆ, ଶୋଭାରାମ ଶଗରିଆ, ବୈକୁଣ୍ଠ ଶଗରିଆ, ଜନକ ଶଗରିଆ, ରାମେଶ୍ୱର ଶଗରିଆ  ତଥା  ଶଗରିଆ ବଂଶ ର ସମସ୍ତ ମା ଭଉଣୀ, ଯୁବକ, ଯୁବତୀ ଓ ସଦସ୍ୟ /ସଦସ୍ୟା ଙ୍କର ଆନ୍ତରିକ ସହଯୋଗ ରହିଛି l କବି ଓ ଲେଖକ  ଶ୍ରୀଯୁକ୍ତ ସତ୍ୟବ୍ରତ ଗହୀର ଏହି ପରମ୍ପରା ଓ ପଶ୍ଚିମ ଓଡିଶା ର ଯାଦବ ଜାତି  ତଥା ଶଗରିଆ ବଂଶ ର ଅଭ୍ୟୁଦୟ ଓ ବିକାଶ  ବିଷୟ ରେ ଆହୁରି ଗବେଷଣା ର ଆବଶ୍ୟକ ରହିଛି ବୋଲି ମତ ପ୍ରକାଶ କରିଛନ୍ତି l


News Comment




Photo in News

Advertisment
Lastest News
  ଜିଲ୍ଲା  
“ନିଚ୍ଛକ୍‌”ରେ ଜାତୀୟ ଦିବସ ପାଳିତ   15-Aug-2026
  ଜିଲ୍ଲା  
ମଣ୍ଟେସୋରୀ ପବ୍ଲିକ ସ୍କୁଲ ଠାରେ ୮୦ତମ ସ୍ୱାଧୀନତା ଦିବସ ପାଳିତ : ଛାତ୍ର ଛାତ୍ରୀ ମାନଙ୍କୁ ରଙ୍ଗା ରଙ୍ଗ ସାଂସ୍କୃତିକ ପ୍ରଦର୍ଶନ ନିମନ୍ତେ ଶୁଭେଚ୍ଛା   15-Aug-2026
  ଜିଲ୍ଲା  
*ବେକରେ ଗାମୁଛା ଲଗାଇ ଗଛରେ ଝୁଲି ଯୁବକର ଆତ୍ମହତ୍ୟା*   15-Aug-2026
  ଜିଲ୍ଲା  
ପତିତପାବନ ଏକାଡେମୀରେ ୮୦ତମ ସ୍ଵାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ।   15-Aug-2026
  ଜିଲ୍ଲା  
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   15-Aug-2026
  ଜିଲ୍ଲା  
ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   15-Aug-2026
  ଜିଲ୍ଲା  
ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   15-Aug-2026
  ଜିଲ୍ଲା  
କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ରାଜ୍ୟ  
ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   15-Aug-2026
  ଜିଲ୍ଲା  
ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ   15-Aug-2026

You Might Also Like