-+91-9937148622 |
prerana_bgr@rediffmail.com |
Monday 11th May 2026 |
R.N.I. Regd No. ODIODI/2010/46693
Breaking News
07-Feb-2021
ଟିଟିଲାଗଡ,(ପ୍ରେରଣା ଖବର): ଟିଟିଲାଗଡ ଥାନା ଅନ୍ତର୍ଗତ ଦେଶୀଲ ନୂଆପଡା ଗ୍ରାମର ରମିତା ସାହୁ(୧୭) (ଛଦ୍ମନାମ) ନାମ୍ନୀ ଜଣେ ନାବାଳିକା ଝିଅ ଟିଟିଲାଗଡ ଥାନା ଅନ୍ତର୍ଗତ ଚାହାରଭଟା ଗ୍ରାମ ର ଧ୍ରୁବ ନାଗ(୪୦) ନାମକ ଜଣେ ବିବାହିତ ବ୍ୟକ୍ତି ନିଜ ସ୍ତ୍ରୀ ଓ ଦୁଇଟି ଛୋଟ ସନ୍ତାନ କୁ ଛାଡି ରମିତା କୁ ଗତ ୫ ତାରିଖ ଦିନ କେଉଁଆଡ଼େ ଫେରାର ହୋଇଯାଇଥିଲେ । ଏ ନେଇ ରମିତା ର ପରିବାର ଲୋକେ ଟିଟିଲାଗଡ ଥାନା ରେ ଲିଖିତ ଅଭିଯୋଗ କରିଥିଲେ ।
ଟିଟିଲାଗଡ ପୋଲିସ ଏ ନେଇ ତଦନ୍ତ ଆରମ୍ଭ କରିଥିବା ବେଳେ ଟିଟିଲାଗଡ ସହର ର ଖଲିଆପଡା ରୁ ଉକ୍ତ ଦୁଇ ଜଣ ଙ୍କୁ ଆଜି ସକାଳେ ଏକ ଘରୁ ପୋଲିସ ଥାନା ଏସ ଆଇ ମନୋଜ ମୁଣ୍ଡା ସଦଳବଳେ ଉଦ୍ଧାର କରିଥିବା ବେଳେ ଉଭୟ ଙ୍କୁ ଥାନା ରେ ଅଟକ ରଖି ତଦନ୍ତ ଜାରି ରଖିଥିବା ଜଣାଇଛନ୍ତି । ଏହି ଘଟଣା ରେ ଦେଶୀଲ ନୂଆପଡ଼ା ଗ୍ରାମ ର ଦିତି ସାହୁ ଓ ଖଲିଆପଡା ରୁ ଉକ୍ତ ଫେରାର ଦୁଇ ଜଣଙ୍କୁ ଠାବ କରାଯାଇଥିବା ଘର ର ଜଣେ ଯୁବକ ଙ୍କୁ ପୋଲିସ ଅଟକ ରଖି ତଦନ୍ତ ଚଳାଉଥିବା ଜଣାଯାଇଛି ।