-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME   ରାଜ୍ୟ

ବ୍ୟାଙ୍କରୁ ଟଙ୍କା ଉଠାଇବା ପାଇଁ ଭଉଣୀର ଶବ ଖୋଳି ଆଣିବା ପ୍ରସଙ୍ଗ♦️ ଜାତୀୟ ମାନବାଧିକାର କମିଶନ ପକ୍ଷରୁ ମାମଲା ରୁଜୁ

29-Apr-2026



ଭୁବନେଶ୍ୱର(ସମୀର ରଞ୍ଜନ ନାୟକ): ମୃତଦେହ କାନ୍ଧରେ ବୁହାକୁ ନେଇ ପୁଣି ଚର୍ଚ୍ଚାରେ ଓଡ଼ିଶା। କଳାହାଣ୍ଡି ପରେ କେନ୍ଦୁଝରରେ ଅଭାବନୀୟ ଘଟଣା। ୨୦୧୬ରେ କଳାହାଣ୍ଡି ଜିଲ୍ଲାର ଦାନା ମାଝୀ, ନିଜ ପତ୍ନୀଙ୍କ ମୃତଦେହକୁ ହସ୍ପିଟାଲରୁ କାନ୍ଧେଇ ଘରକୁ ନେବାର ଦୃଶ୍ୟ ସେତେବେଳେ ଜାତୀୟ ଗଣମାଧ୍ୟମରେ ସିରୋନାମା ପାଲଟିଥିଲା। ଜିଲ୍ଲା ହସ୍ପିଟାଲରେ ଶବ ବୁହା ଗାଡ଼ି(Mortuary Van) ନଥିବାରୁ, ପତ୍ନୀଙ୍କ ମୃତ ଶରୀରକୁ ଦୀର୍ଘ ୧୦କିଲୋମିଟର କାନ୍ଧରେ ବୋହିଥିଲେ ଦାନା ମାଝୀ।

ଏବେ କେନ୍ଦୁଝର ପାଟଣା ଅଞ୍ଚଳରେ, ମୃତ ଉଉଣୀଙ୍କ ଗଳିତ ମରଶରୀରକୁ ନେଇ ବ୍ୟାଙ୍କରେ ପହଞ୍ଚିଥିଲେ ଜିତୁ ମୁଣ୍ଡା। ମୃତ ଭଉଣୀଙ୍କ ବ୍ୟାଙ୍କ ଜମାଖାତାରୁ ଟଙ୍କା ଉଠାଇବା ପାଇଁ ଖବରମୁତାବକ, ଡିଆନାଳି ଗାଁର ଜିତୁ ମୁଣ୍ଡା ଦୁଇ ଦିନ ପୂର୍ବରୁ ନିଜ ଭଉଣୀଙ୍କ ଜମା ଟଙ୍କା ପାଇଁ ବ୍ୟାଙ୍କ ଯାଇଥିଲେ। କିନ୍ତୁ ବ୍ୟାଙ୍କ କର୍ତ୍ତୃପକ୍ଷ ଟଙ୍କା ଦେବା ପାଇଁ ମନା କରିଦେଇଥିଲେ। ଯାହା ନାମରେ ଟଙ୍କା ଅଛି ସେ ନଆସିଲେ ଟଙ୍କା ଦିଆଯାଇ ପାରିବନାହିଁ ବୋଲି ବ୍ୟାଙ୍କର ଶାଖା ପରିଚାଳକ ରୋକ୍‌ଠୋକ୍‌ ଶୁଣାଇଦେଇଥିଲେ। ତାଙ୍କର ମୃତ୍ୟୁ ହୋଇଥିବା କହିବାରୁ ତାଙ୍କ ଉତ୍ତରାଧିକାରୀ ନେଇ କି ଆସ ବୋଲି କହିଥିଲେ। ଏଥିରେ ବିବ୍ରତ ହୋଇ ଜିତୁ ମୁଣ୍ଡା ସିଧାସଳଖ ଯାଇ ଗାଁ ଶ୍ମଶାନ ଘାଟରେ ପୋତା ଯାଇଥିବା ଭଉଣୀର ମୃତଦେହକୁ ଖୋଳି ଥିଲେ ଓ ତାକୁ କାନ୍ଧରେ ପକାଇ ତିନି କିଲୋମିଟର ଦୂର ମଲ୍ଲୀପସି ଓଡିଶା ଗ୍ରାମ୍ୟ ବ୍ୟାଙ୍କ ଶାଖାକୁ ଚାଲିଚାଲି ଆସି ପହଂଚି ଥିଲେ।
ବ୍ୟାଙ୍କ ଆଗରେ ମୃତଦେହ ରଖି ଟଙ୍କା ମାଗିଥିଲେ। ଜିତୁ ମୁଣ୍ଡାଙ୍କ ଭଉଣୀ କାଲା ମୁଣ୍ଡାଙ୍କ ନାଁର ଥିବା ୧୯ହଜାର ୩୦୦ ଟଙ୍କାର ଜମା ରାଶି ପାଇବା ପାଇଁ ସେ ଏପରି ପଦକ୍ଷେପ ନେଇଥିବା ଜଣାପଡ଼ିଛି । ଏଥିପାଇଁ ଅନେକ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ଅମାନବିକତା ଓ ଅସମ୍ବେଦନଶୀଳତାକୁ ଦାୟୀ କରିଛନ୍ତି।ବ୍ୟାଙ୍କ କର୍ତ୍ତୃପକ୍ଷ ଙ୍କ ପ୍ରତିୟା ବ୍ୟାଙ୍କ କହିଛି ଯେ ମ୍ୟାନେଜର କେବଳ ପ୍ରକୃତ ବ୍ୟକ୍ତିଙ୍କ ଟଙ୍କାକୁ ସୁରକ୍ଷିତ କରିବାକୁ ଚାହୁଁ ଥିଲେ । ଏଥିରେ କୌଣସି ହଇରାଣ ହରକତ କରାଯାଇ ନଥିଲା । ତତସହିତ ବ୍ୟାଙ୍କ ମଧ୍ୟ ସ୍ଥାନୀୟ ପ୍ରଶାସନ ସହିତ

ମୃତ୍ୟୁପ୍ରମାଣ ପତ୍ର ପାଇଁ ଯୋଗାଯୋଗ କରିଛି। ପ୍ରକୃତ ପ୍ରମାଣପତ୍ର ଆସିଲେ ଟଙ୍କା ଉଠାଇବାକୁ ଅନୁମତି ମିଳିବ ବୋଲି ବ୍ୟାଙ୍କ ସ୍ପଷ୍ଟ କରିଛି । ସେହିପରି ବ୍ୟାଙ୍କ ମ୍ୟାନେଜର ଜିତୁ ବାରମ୍ବାର ବ୍ୟାଙ୍କ ଆସିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଯେ ସେ ଗତକାଲି ହିଁ ବ୍ୟାଙ୍କକୁ ଆସିଥିଲେ ଏବଂ ଭେଟିଥିଲେ । କିନ୍ତୁ ସେ ହଠାତ୍ ଯାଇ କଙ୍କାଳ ଧରିକି ଆସିଥିଲେ ।ଏହି ଘଟଣା ପରେ ପ୍ରଶାସନିକ ତତ୍ପରତା ଦେଖିବାକୁ ମିଳିଥିଲା। ଯାହା ପରେ ମଙ୍ଗଳବାର ଜିତୁଙ୍କୁ ଜମା ଟଙ୍କା ଫେରାଇଛନ୍ତି ବ୍ୟାଙ୍କ କର୍ତ୍ତୃପକ୍ଷ। ୧୯ ହଜାର ୪୦୨ ଟଙ୍କା ଜିତୁ ମୁଣ୍ଡାଙ୍କୁ ପ୍ରଦାନ କରାଯାଇଥିବା ବେଳେ, ଆର୍ଥିକସହାୟତା ପ୍ରଦାନ କରିଛନ୍ତି ପାଟଣା ବିଡିଓ। ଜିତୁଙ୍କୁ ରେଡକ୍ରସରୁ ୨୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି।ସେପଟେ ଏହି ମାମଲାରେ ଜାତୀୟ ମାନବାଧିକାର କମିଶନ ପକ୍ଷରୁ ମାମଲା ରୁଜୁ କରାଯାଇଛି। ସେହିଭଳି ଘଟଣାକୁ ନେଇ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ‘‘ଦାନ ମାଝୀଙ୍କ ପରେ ଏହା ରାଜ୍ୟରେ ଦ୍ବିତୀୟ ଘଟଣା। ଏମିତି ଘଟଣା ଆଗକୁ ନଘଟୁ।’’ ସେ ଆହୁରି କହିଛନ୍ତି, ‘‘ଦାୟୀ ଅଧିକାରୀଙ୍କ ଉପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହେଉ, ଯେମିତି ଆଉ କେହି ଏମିତି କରିବା ପାଇଁ ସାହସ ନକରିବ ।ଜିଲ୍ଲାପାଳ ଏଘଟଣାରେ ତଦନ୍ତ କରିଛନ୍ତି, ଟଙ୍କା ପାଇଲେଣି। ଏମିତି ପରିସ୍ଥିତି କାହିଁକି ହେଲା, ଜିଲ୍ଲାପାଳଙ୍କ ସହ ଆଲୋଚନା କରିବି।’’ ଦୋଷୀ ବ୍ୟାଙ୍କ କର୍ମଚାରୀଙ୍କ ଉପରେ କଡ଼ା କର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ମନ୍ତ୍ରୀ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like