-+91-9937148622 |

prerana_bgr@rediffmail.com |

  Sunday 1st November 2026 |

| | | |

R.N.I. Regd No. ODIODI/2010/46693

Breaking News

ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   (01-Nov-2026)       ||      ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା    (01-Nov-2026)       ||      କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ    (01-Nov-2026)       ||      ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   (01-Nov-2026)       ||      ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ    (01-Nov-2026)       ||      ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ    (01-Nov-2026)       ||      ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   (01-Nov-2026)       ||      ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   (01-Nov-2026)       ||      ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Nov-2026)       ||      ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   (31-Oct-2026)       ||      ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   (31-Oct-2026)       ||      ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   (31-Oct-2026)       ||      ବଲାଙ୍ଗୀର ଟାଉନ୍ ଥାନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      ମୁନୁପାଲିରେ ଏକ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ , ଟ୍ରାଇବ୍ରେକର ରେ ଲେଣ୍ଡା ଦଳ ଚାମ୍ପିଅନ   (31-Oct-2026)       ||      ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧୀଙ୍କ ୪୨ ତମ ଶ୍ରାଦ୍ଧ ବାର୍ଷିକୀପାଳିତ   (31-Oct-2026)       ||      ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।   (31-Oct-2026)       ||      ବଲାଙ୍ଗୀର ଦିନ ପାଳନ ଉପଲକ୍ଷେ ଆଲୋଚନାଚକ୍ର "ସ୍ବପ୍ନ ଦେଖିବା ଜରୁରୀ,ମାତ୍ର ସ୍ୱପ୍ନକୁ ସାକାର କରିବାକୁ ଦୃଷ୍ଟିକୋଣ ରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ"   (31-Oct-2026)       ||      ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ    (31-Oct-2026)       ||      *ନବରଙ୍ଗପୁର ଶିକ୍ଷା ବ୍ୟବସ୍ଥାରେ ଚିନ୍ତା!* *ଛୁଟି ପରେ ସ୍କୁଲ ଖୋଲିଲା, ଶିକ୍ଷକ ଉପସ୍ଥାନକୁ ନେଇ ପ୍ରଶ୍ନ — ତଦାରଖ ବ୍ୟବସ୍ଥା ଉପରେ ଉଠିଲା ଆଙ୍ଗୁଠି*   (31-Oct-2026)       ||      ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଏକ ମାରାଥନ ଦୌଡ଼ କାର୍ଯ୍ୟକ୍ରମ   (31-Oct-2026)       ||     

HOME   ଜିଲ୍ଲା

ବଲାଙ୍ଗୀରବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନରସିଂହ, ଭୀମଭୋଇ ମେଡିକାଲ ଓ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ପଦବୀ ପୁରଣ ପାଇଁ କଲେ ଆଲୋଚନା

24-Apr-2026



ଦେଓଗାଁ ଚିନିକଳ ପୁନଃସ୍ଥାପନ ସାଙ୍ଗକୁ ସୁକତେଲ ବିସ୍ଥାପିତଙ୍କ ବକେୟା କ୍ଷତିପୂରଣ ଶିଘ୍ର ପ୍ରଦାନ ଉପରେ ଗୁରୁତ୍ୱ


ବଲାଙ୍ଗୀର (ପ୍ରେରଣା ଖବର): ଆଜି ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଲାଙ୍ଗିର ଗସ୍ତ ସମୟରେ  ସ୍ଥାନୀୟ ସର୍କିଟ ହାଉସ ଠାରେ ବଲାଙ୍ଗିର ବାସୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ସହ ଦିର୍ଘ ଅଧଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଆଲୋଚନା କରିଛନ୍ତି । ଆଲୋଚନାରେ ବିଶେଷ କରି ବଲାଙ୍ଗିର ର ଗରିବ ଭୂମିହୀନଙ୍କ ପାଇଁ ମାଗଣାରେ ଜମି ଓ ଗୃହ ପ୍ରଦାନ ଶିଘ୍ର କରାଯାଉ ବୋଲି ଶ୍ରୀ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ତା ସହ ସୋନଗଡ ନଦୀ ଜଳ କୁ ଦେଓଗାଁ, ଜରାସିଂହା ଓ ସିକୁଆଁ ଠାରେ ବ୍ୟାରେଜ କିମ୍ବା ଚେକଡେମ ନିର୍ମାଣ କରି ପାଣିକୁ ଅଟକାଇ ସେଥିରୁ ଚାଷ ଜମି ସହ ଲୋକଙ୍କ ପିଇବା ପାଣି ସମସ୍ୟା ଦୂର କରିବାକୁ ମୁଖ୍ୟମନ୍ତ୍ରୀ ଙ୍କ ସହ ଆଲୋଚନା ହୋଇଥିଲା । ଦିର୍ଘ ବର୍ଷ ହେବ ବାଏପାସ ଓ ଏକ ଅଡିଟରିୟମର କାମ ଧିମା ଗତିରେ ଚାଲିଛି । ଏହାର ଶିଘ୍ର ସମାପନ କରିବାକୁ ଶ୍ରୀ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ନଜର କୁ ଆଣିଥିଲେ । ବିଗତ ସରକାର ନିର୍ବାଚନକୁ ଆଖି ଆଗରେ ରଖି ଭୀମଭୀଇ ମେଡିକାଲ କଲେଜକୁ ଅଧା ଅଧୁରା ସ୍ଥିତିରେ ଉଦ୍‌ଘାଟନ କରିଦେଇଥିଲେ । ନୂତନ ସରକାର ଆସିବା ଦୁଇ ବର୍ଷ ହୋଇଯାଇଥିଲେ ହେଁ ଆଜି ବି ସ୍ଥିତି ସମାନ । ତେଣୁ ମେଡିକାଲ କଲେଜକୁ ପୂର୍ଣ୍ଣାଙ୍ଗ ଭାବରେ କାର୍ଯ୍ୟକ୍ଷମ କରିବା ପାଇଁ ଖାଲିଥିବା ଡାକ୍ତର ପ୍ରଫେସର ପୁରଣ ସହ ଅଣଚିକିତ୍ସା କର୍ମଚାରୀ ଓ ସୁପରସ୍ପେସାଲିଟି ଡାକ୍ତର ପର୍ଯ୍ୟାପ୍ତ ପରିମାଣରେ ନିଯୁକ୍ତି କରାଯାଉ ବୋଲି ଶ୍ରୀ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଠିକ୍ ସେହିପରି ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ କେବଳ ଏକ ସାଇନବୋର୍ଡରେ ଚାଲିଛି ବୋଲି କହିବା ସହ ଏହାର ଗବେଷଣାତ୍ମକ କାମ ପାଇଁ ପର୍ଯ୍ୟାପ୍ତ ପରିମାଣରେ ପ୍ରଧ୍ୟାପକ ନିଯୁକ୍ତି ଉପରେ ଗୁରୁତ୍ୱାରୋପ କରିଥିଲେ । ଠିକ୍ ସେହିପରି ମହିଳା କଲେଜର ଯୁକ୍ତ ଦୁଇ ବିଜ୍ଞାନରେ ଅଧ୍ୟାପକ, ସଂସ୍କୃତ କଲେଜରେ ଖାଲିଥିବା ପଦବୀ ପୁରଣ ତଥା ଜିଲ୍ଲାର ଅନ୍ୟ ଶିକ୍ଷାନୁଷ୍ଠାନମାନଙ୍କର ଶିକ୍ଷକ ଅଣଶିକ୍ଷକ ପଦବୀ ପୁରଣ ଉପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ବଲାଙ୍ଗିର ଦେବୋତ୍ତର ର ଉନ୍ନତି ତଥା ସମଲେଶ୍ୱରୀ ମନ୍ଦିର ଏବଂ ଗୋପାଳଜୀ ମନ୍ଦିର ଅଂଚଳର ସୌନ୍ଦର୍ଯିକରଣ ପାଇଁ ୫୦୦ କୋଟି ଟଙ୍କାର ଅନୁଦାନ ଶ୍ରୀ ମିଶ୍ର ଦାବି କରିଥିଲେ । ବହୁ ପ୍ରତିକ୍ଷିତ ମହାରାଣୀ ସାଗର ସୌନ୍ଦର୍ଯିକରଣ କାମରେ ହୋଇଥିବା ଦୁର୍ନିତି ତଦନ୍ତ ସରକାର କାହିଁକି କରୁନାହିଁ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିବା ସହ ଏହାର

 ବାଏପାସ, ଅଡିଟରିୟମ କାମ ର କ୍ଷିପ୍ରତା ଓ ମହାରାଣୀ ସାଗର ଦୁର୍ନୀତି ତଦନ୍ତ ପାଇଁ ଅନୁରୋଧ 

ଉପଯୁକ୍ତ ତଦନ୍ତ ଓ ଦୋଷୀ ବିରୁଦ୍ଧରେ ଦଣ୍ଡବିଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ନିହାତି ଜରୁରୀ ବୋଲି ଶ୍ରୀ ମିଶ୍ର ଆଲୋଚନା ରେ କହିଥିଲେ । ଏହା ସହ ମହାରାଣୀ ସାଗର, ଲକ୍ଷ୍ମୀଯୋର ର ବିକାଶ ପାଇଁ ଅନ୍ତରାୟ ସୃଷ୍ଟି କରୁଥିବା ଜବରଦଖଲ କୁ ଉଚ୍ଛେଦ ସହ ଗରିବ ଜବରଦଖଲକାରୀଙ୍କୁ ବିନା ମୁଲ୍ୟରେ ଜମି ଓ ଘର ଶିଘ୍ର ସରକାର ପ୍ରଦାନ କରନ୍ତୁ ବୋଲି ଶ୍ରୀ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ବିଜୟାନନ୍ଦ ଚିନି କଳ ରେ ଆର୍ଥିକ ଦୁର୍ନିତି ର ତଦନ୍ତ ସହ ଏହି ଚିନିକଳ ପୁନରୁତ୍ଥାନ କଲେ ଏ ଅଂଚଳର ଚାଷୀ ଉପକୃତ ହେବେ, ତେଣୁ ସରକାର ଏହାକୁ ହୃଦୟତାର ସହ ପୁନରୁଦ୍ଧାର କରୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ମିଶ୍ରଙ୍କ ତରଫରୁ ଅନୁରୋଧ କରାଯାଇଥିଲା । ଆଲୋଚନା ବେଳେ ବୁଡି ଅଂଚଳବାସୀଙ୍କ ତ୍ୟାଗ ବଳରେ ନିର୍ମାଣ ହୋଇଥିବା ସୁକତେଲ ଡ୍ୟାମରୁ ଆଜି ପର୍ଯ୍ୟନ୍ତ ଚାଷୀ ପାଣି ପାଇ ନାହାନ୍ତି । ତା ସାଙ୍ଗକୁ ଅନେକ ବିସ୍ଥାପିତ ତାଙ୍କ ବକେୟା କ୍ଷତିପୁରଣ ନ ପାଇ ଘୋର ଦୁର୍ଦ୍ଦିନରେ ରହୁଛନ୍ତି । ତେଣୁ ନୁଆଁ ସରକାର ଶିଘ୍ର ବିସ୍ତାବିତଙ୍କ ସମସ୍ୟା ଶିଘ୍ର ପୁରଣ କରୁ ବୋଲି ଶ୍ରୀ ମିଶ୍ର ଅନୁରୋଧ କରିଥିଲେ । ଆଲୋଚନା ବେଳେ ପୃଥ୍ୱୀରାଜ ହାଇସ୍କୁଲ ଖେଳ ପଡିଆ ଉନ୍ନତିକରଣ, ଏକ ସୁଇମିଙ୍ଗପୁନ ନିର୍ମାଣରେ ମଧ୍ୟ ଶ୍ରୀ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏ ସମସ୍ତ ସମସ୍ୟାକୁ ନେଇ ଶ୍ରୀ ମିଶ୍ର ଏକ ୧୨ ଦଫା ବିଶିଷ୍ଟ ଯଥା ଦାବିପତ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କୁ ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଏ ସମସ୍ତ ସମସ୍ୟାକୁ ନେଇ ନରସିଂହ ମିଶ୍ରଙ୍କ ସହ ସକରାତ୍ମକ ଆଲୋଚନା ସହ ଏ ସମସ୍ତ ଦାବି ଦିଗରେ ନିଶ୍ଚିତ ଭାବରେ ପଦକ୍ଷେପ ନେବେ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ନିର୍ଝରିଣୀର ସଭାପତି ରାମଚନ୍ଦ୍ର ସାହୁ ସମ୍ବର୍ଦ୍ଧିତ   01-Nov-2026
  ରାଜ୍ୟ  
ବଲାଙ୍ଗୀର ଦିନ ଅବସରରେ ଲିବେରେସନ ଅନୁଷ୍ଠାନ ତରଫରୁ କୁଇଜ ପ୍ରତିଯୋଗିତା   01-Nov-2026
  ଜିଲ୍ଲା  
କିସ କିଟ ପ୍ରତିଷ୍ଠାତା ଡ଼. ଅଚ୍ୟୁତ ସାମନ୍ତ ଙ୍କୁ "ବିଶ୍ୱ ଆଦିବାସୀ ଗୌରବ ସମ୍ମାନ   01-Nov-2026
  ଜିଲ୍ଲା  
ଲର୍କୀ ଗ୍ରାମର ରାମୁଡ଼ ଛକ ପାଖରେ ହରିଜନ ପଡ଼ାରେ କଂକ୍ରିଟ୍ ରାସ୍ତା ନିର୍ମାଣ ଦାବି   01-Nov-2026
  ଜିଲ୍ଲା  
ବରିଷ୍ଠ ନାଗରିକ ସାକ୍ଷାତକାର ଅଭିଯାନ   01-Nov-2026
  ଜିଲ୍ଲା  
ପିଏମ୍‌ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଏକତା ଦିବସ ପାଳିତ   01-Nov-2026
  ଜିଲ୍ଲା  
ଯୋଗାଣ ବିଭାଗ ଦ୍ୱାରା ଚଢ଼ାଉ♦️ ୨୨୯ ଘରୋଇ ଗ୍ୟାସ ସିଲିଣ୍ଡର ଜବତ   01-Nov-2026
  ଜିଲ୍ଲା  
ରେଟାମୁଣ୍ଡା ରେ ଭୋଗମଣ୍ଡପ ନିର୍ମାଣ ପାଇଁ ଭୂମି ପୂଜନ ଓ ଫଳକ ସ୍ଥାପନ   01-Nov-2026
  ଜିଲ୍ଲା  
ଚାକିରୀରୁ ଅବସର ନେଲେ ଅଧ୍ୟକ୍ଷା ରେଖା ମ୍ୟାଡ଼ାମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   01-Nov-2026
  ଜିଲ୍ଲା  
ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ୭୦ କିଲୋମିଟର ସାଇକେଲ ଯାତ୍ରା   31-Oct-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ଯୁବ ମହୋତ୍ସବ ୨୦୨୭ ପାଇଁ ପ୍ରସ୍ତୁତି, ନଭେମ୍ବର ୫ରୁ ପ୍ରତିଯୋଗିତା ଆରମ୍ଭ   31-Oct-2026
  ଜିଲ୍ଲା  
ବରୀ ରେ ରାଷ୍ଟ୍ରୀୟ ଏକତା ଅଭିଯାନ ନିଶା ମୁକ୍ତ ଓଡିଶା   31-Oct-2026

You Might Also Like