-+91-9937148622 |

prerana_bgr@rediffmail.com |

  Wednesday 17th June 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ପ୍ରସିଦ୍ଧ ୧୪୯ ତମ ଶୀତଲ ଷଷ୍ଠୀ ଯାତ୍ରା ଉପଲକ୍ଷେ ପୋଲିସ ତରଫରୁ ଫ୍ଲାଗମାର୍ଚ   (17-Jun-2026)       ||      କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ବଲାଙ୍ଗୀର ର ଝିଅ କଳ୍ପନା ଙ୍କୁ ଜୁନିୟର ଫେଲୋସିପ୍    (17-Jun-2026)       ||      +୨ପରୀକ୍ଷାରେ ୫ଠଠରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କଲା  ଡିଏନ୍‌ଏ ହାୟର ସେକେଣ୍ଡେରୀ ସ୍କୁଲ   (17-Jun-2026)       ||      ଦୀର୍ଘଦିନ ଧରି ୱାଟକୋ ପାଣି ପାଇପ୍ ଫାଟି କଟକ-ପାରାଦୀପ ରାସ୍ତା ଭାସୁଛି।ମାସେହେଲାଣି ଅଭିଯୋଗ ।ପଚାରିଲେ କୁହନ୍ତି କେଉଁଠି ପାଣି ବାହାରୁଛି ଆମେ ଜାଣିପାରୁନୁ।   (17-Jun-2026)       ||      ବକଟି ପଂଚାୟତ ରେ ପଂଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (16-Jun-2026)       ||      ଶିଶୁ ଶ୍ରମିକ ନିରାକରଣ ସଚେତନତା ପଦଯାତ୍ରା ଅନୁଷ୍ଠିତ   (16-Jun-2026)       ||      ବରପାଲି ଶିବବିବାହତ୍ସବରେ କନ୍ୟା ଆନ୍ବେଷଣ ପର୍ବ ପତର ପେଣ୍ଡୀ ସମାପନ   (16-Jun-2026)       ||      *ଆନ୍ତର୍ଜାତୀୟ ଶିଶୁ ଶ୍ରମ ନିରୋଧ ଦିବସ ଅବସରରେ ସଚେତନତା ରଥ ଉଦଘାଟିତ*   (16-Jun-2026)       ||      ଜାତୀୟ ସ୍ତରରେ ନିଷ୍ପା ପରିବାର ସମ୍ବର୍ଦ୍ଧିତ, ରକ୍ତ ସଞ୍ଚାର ସେବା ଯୋଗୁଁ ଅହମଦାବାଦ ରେ ସମ୍ବର୍ଦ୍ଧିତ    (16-Jun-2026)       ||      ଶୀତଳଷଷ୍ଠୀ ଯାତ୍ରା ପାଇଁ କୋଷାଗାର ରୁ ବାହାରିଲେ ୧୦୮ ତୋଳା ର ସୁନା ନାଗ ମୁର୍ତ୍ତୀ   (16-Jun-2026)       ||      ଏସ୍.ଏନ.କ୍ଲାସେସ ର ବର୍ଣ୍ଣାଢ଼୍ୟ ଉତ୍ସବ ପାଳିତ    (16-Jun-2026)       ||      ବରଗଡ଼ ଜିଲ୍ଲା ଅଟୋ ରିକ୍ସା ମାଲିକ ସଂଘର ୨୭ତମ ବାର୍ଷିକ ଉତ୍ସବ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯିବ    (16-Jun-2026)       ||      ଜାଇକା ପାଇପ୍ ଫାଟି ଘୁଅ,ମୁତ ମଇଳା ପାଣି ମିଶୁଛି ତାଳଦଣ୍ଡା କେନାଲରେ    (16-Jun-2026)       ||      ଓଡିଶା ସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ବ୍ଲକ ସ୍ତରୀୟ ଜାତି ଓ ଜନଜାତି ସମ୍ବାଦ ବୈଠକ ଅନୁଷ୍ଠିତ    (16-Jun-2026)       ||      ବରପାଲି ଶୀତଳ ଷଷ୍ଠୀ ମହୋତ୍ସବର ଶୁଭାରମ୍ଭ, ପାର୍ବତୀ ମଣ୍ଡପକୁ ନଟରାଜ ଦେବଙ୍କ ଆନୟନ,   (16-Jun-2026)       ||      ନିଷ୍ଠା ପରିବାରର ୧୭ତମ ପ୍ରତିଷ୍ଠା ଦିବସ ଓ ବିଶ୍ୱ ରକ୍ତଦାତା ଦିବସ ଅବସରରେ ୬୨ ୟୁନିଟ୍ ରକ୍ତ ସଂଗୃହୀତ   (16-Jun-2026)       ||      *ସାହିତ୍ୟ ବନ୍ଧୁ ବୃନ୍ଦାବନ ବିହାରୀ ଦାଶ ସ୍ମୃତି କମିଟୀର ସାଧାରଣ ବୈଠକ*   (16-Jun-2026)       ||      କଣ୍ଟାବାଞ୍ଜି ବିଧାୟକଙ୍କ ଦ୍ୱାରା ଆଦିବାସୀଙ୍କୁ ଅପଶବ୍ଦ ପ୍ରୟୋଗକୁ ବିରୋଧ କରି ବଙ୍ଗୋମୁଣ୍ଡା ଥାନାରେ ଏତଲା    (15-Jun-2026)       ||      ବଲାଙ୍ଗୀର ବିକାଶ ନେଇ ବୁଦ୍ଧିଜୀବୀଙ୍କ ସହ ବିଧାୟକ କଳିକେଶଙ୍କ ଆଲୋଚନା   (15-Jun-2026)       ||      ପାଣି ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ ଉଦ୍ୟମ ପଣ୍ଡ ଗଞ୍ଜେଇ ସହ ଟ୍ରାକ୍ଟର ଜବତ, ଚାଳକ ଗିରଫ    (15-Jun-2026)       ||     

HOME   ଜିଲ୍ଲା

ବଲାଙ୍ଗୀରବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନରସିଂହ, ଭୀମଭୋଇ ମେଡିକାଲ ଓ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟର ପଦବୀ ପୁରଣ ପାଇଁ କଲେ ଆଲୋଚନା

24-Apr-2026



ଦେଓଗାଁ ଚିନିକଳ ପୁନଃସ୍ଥାପନ ସାଙ୍ଗକୁ ସୁକତେଲ ବିସ୍ଥାପିତଙ୍କ ବକେୟା କ୍ଷତିପୂରଣ ଶିଘ୍ର ପ୍ରଦାନ ଉପରେ ଗୁରୁତ୍ୱ


ବଲାଙ୍ଗୀର (ପ୍ରେରଣା ଖବର): ଆଜି ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଲାଙ୍ଗିର ଗସ୍ତ ସମୟରେ  ସ୍ଥାନୀୟ ସର୍କିଟ ହାଉସ ଠାରେ ବଲାଙ୍ଗିର ବାସୀଙ୍କ ବିଭିନ୍ନ ସମସ୍ୟାକୁ ନେଇ ପୂର୍ବତନ ଆଇନମନ୍ତ୍ରୀ ନରସିଂହ ମିଶ୍ର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ସହ ଦିର୍ଘ ଅଧଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଆଲୋଚନା କରିଛନ୍ତି । ଆଲୋଚନାରେ ବିଶେଷ କରି ବଲାଙ୍ଗିର ର ଗରିବ ଭୂମିହୀନଙ୍କ ପାଇଁ ମାଗଣାରେ ଜମି ଓ ଗୃହ ପ୍ରଦାନ ଶିଘ୍ର କରାଯାଉ ବୋଲି ଶ୍ରୀ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ତା ସହ ସୋନଗଡ ନଦୀ ଜଳ କୁ ଦେଓଗାଁ, ଜରାସିଂହା ଓ ସିକୁଆଁ ଠାରେ ବ୍ୟାରେଜ କିମ୍ବା ଚେକଡେମ ନିର୍ମାଣ କରି ପାଣିକୁ ଅଟକାଇ ସେଥିରୁ ଚାଷ ଜମି ସହ ଲୋକଙ୍କ ପିଇବା ପାଣି ସମସ୍ୟା ଦୂର କରିବାକୁ ମୁଖ୍ୟମନ୍ତ୍ରୀ ଙ୍କ ସହ ଆଲୋଚନା ହୋଇଥିଲା । ଦିର୍ଘ ବର୍ଷ ହେବ ବାଏପାସ ଓ ଏକ ଅଡିଟରିୟମର କାମ ଧିମା ଗତିରେ ଚାଲିଛି । ଏହାର ଶିଘ୍ର ସମାପନ କରିବାକୁ ଶ୍ରୀ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ନଜର କୁ ଆଣିଥିଲେ । ବିଗତ ସରକାର ନିର୍ବାଚନକୁ ଆଖି ଆଗରେ ରଖି ଭୀମଭୀଇ ମେଡିକାଲ କଲେଜକୁ ଅଧା ଅଧୁରା ସ୍ଥିତିରେ ଉଦ୍‌ଘାଟନ କରିଦେଇଥିଲେ । ନୂତନ ସରକାର ଆସିବା ଦୁଇ ବର୍ଷ ହୋଇଯାଇଥିଲେ ହେଁ ଆଜି ବି ସ୍ଥିତି ସମାନ । ତେଣୁ ମେଡିକାଲ କଲେଜକୁ ପୂର୍ଣ୍ଣାଙ୍ଗ ଭାବରେ କାର୍ଯ୍ୟକ୍ଷମ କରିବା ପାଇଁ ଖାଲିଥିବା ଡାକ୍ତର ପ୍ରଫେସର ପୁରଣ ସହ ଅଣଚିକିତ୍ସା କର୍ମଚାରୀ ଓ ସୁପରସ୍ପେସାଲିଟି ଡାକ୍ତର ପର୍ଯ୍ୟାପ୍ତ ପରିମାଣରେ ନିଯୁକ୍ତି କରାଯାଉ ବୋଲି ଶ୍ରୀ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ଠିକ୍ ସେହିପରି ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟ କେବଳ ଏକ ସାଇନବୋର୍ଡରେ ଚାଲିଛି ବୋଲି କହିବା ସହ ଏହାର ଗବେଷଣାତ୍ମକ କାମ ପାଇଁ ପର୍ଯ୍ୟାପ୍ତ ପରିମାଣରେ ପ୍ରଧ୍ୟାପକ ନିଯୁକ୍ତି ଉପରେ ଗୁରୁତ୍ୱାରୋପ କରିଥିଲେ । ଠିକ୍ ସେହିପରି ମହିଳା କଲେଜର ଯୁକ୍ତ ଦୁଇ ବିଜ୍ଞାନରେ ଅଧ୍ୟାପକ, ସଂସ୍କୃତ କଲେଜରେ ଖାଲିଥିବା ପଦବୀ ପୁରଣ ତଥା ଜିଲ୍ଲାର ଅନ୍ୟ ଶିକ୍ଷାନୁଷ୍ଠାନମାନଙ୍କର ଶିକ୍ଷକ ଅଣଶିକ୍ଷକ ପଦବୀ ପୁରଣ ଉପରେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ବଲାଙ୍ଗିର ଦେବୋତ୍ତର ର ଉନ୍ନତି ତଥା ସମଲେଶ୍ୱରୀ ମନ୍ଦିର ଏବଂ ଗୋପାଳଜୀ ମନ୍ଦିର ଅଂଚଳର ସୌନ୍ଦର୍ଯିକରଣ ପାଇଁ ୫୦୦ କୋଟି ଟଙ୍କାର ଅନୁଦାନ ଶ୍ରୀ ମିଶ୍ର ଦାବି କରିଥିଲେ । ବହୁ ପ୍ରତିକ୍ଷିତ ମହାରାଣୀ ସାଗର ସୌନ୍ଦର୍ଯିକରଣ କାମରେ ହୋଇଥିବା ଦୁର୍ନିତି ତଦନ୍ତ ସରକାର କାହିଁକି କରୁନାହିଁ ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିବା ସହ ଏହାର

 ବାଏପାସ, ଅଡିଟରିୟମ କାମ ର କ୍ଷିପ୍ରତା ଓ ମହାରାଣୀ ସାଗର ଦୁର୍ନୀତି ତଦନ୍ତ ପାଇଁ ଅନୁରୋଧ 

ଉପଯୁକ୍ତ ତଦନ୍ତ ଓ ଦୋଷୀ ବିରୁଦ୍ଧରେ ଦଣ୍ଡବିଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ନିହାତି ଜରୁରୀ ବୋଲି ଶ୍ରୀ ମିଶ୍ର ଆଲୋଚନା ରେ କହିଥିଲେ । ଏହା ସହ ମହାରାଣୀ ସାଗର, ଲକ୍ଷ୍ମୀଯୋର ର ବିକାଶ ପାଇଁ ଅନ୍ତରାୟ ସୃଷ୍ଟି କରୁଥିବା ଜବରଦଖଲ କୁ ଉଚ୍ଛେଦ ସହ ଗରିବ ଜବରଦଖଲକାରୀଙ୍କୁ ବିନା ମୁଲ୍ୟରେ ଜମି ଓ ଘର ଶିଘ୍ର ସରକାର ପ୍ରଦାନ କରନ୍ତୁ ବୋଲି ଶ୍ରୀ ମିଶ୍ର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ । ବିଜୟାନନ୍ଦ ଚିନି କଳ ରେ ଆର୍ଥିକ ଦୁର୍ନିତି ର ତଦନ୍ତ ସହ ଏହି ଚିନିକଳ ପୁନରୁତ୍ଥାନ କଲେ ଏ ଅଂଚଳର ଚାଷୀ ଉପକୃତ ହେବେ, ତେଣୁ ସରକାର ଏହାକୁ ହୃଦୟତାର ସହ ପୁନରୁଦ୍ଧାର କରୁ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ମିଶ୍ରଙ୍କ ତରଫରୁ ଅନୁରୋଧ କରାଯାଇଥିଲା । ଆଲୋଚନା ବେଳେ ବୁଡି ଅଂଚଳବାସୀଙ୍କ ତ୍ୟାଗ ବଳରେ ନିର୍ମାଣ ହୋଇଥିବା ସୁକତେଲ ଡ୍ୟାମରୁ ଆଜି ପର୍ଯ୍ୟନ୍ତ ଚାଷୀ ପାଣି ପାଇ ନାହାନ୍ତି । ତା ସାଙ୍ଗକୁ ଅନେକ ବିସ୍ଥାପିତ ତାଙ୍କ ବକେୟା କ୍ଷତିପୁରଣ ନ ପାଇ ଘୋର ଦୁର୍ଦ୍ଦିନରେ ରହୁଛନ୍ତି । ତେଣୁ ନୁଆଁ ସରକାର ଶିଘ୍ର ବିସ୍ତାବିତଙ୍କ ସମସ୍ୟା ଶିଘ୍ର ପୁରଣ କରୁ ବୋଲି ଶ୍ରୀ ମିଶ୍ର ଅନୁରୋଧ କରିଥିଲେ । ଆଲୋଚନା ବେଳେ ପୃଥ୍ୱୀରାଜ ହାଇସ୍କୁଲ ଖେଳ ପଡିଆ ଉନ୍ନତିକରଣ, ଏକ ସୁଇମିଙ୍ଗପୁନ ନିର୍ମାଣରେ ମଧ୍ୟ ଶ୍ରୀ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏ ସମସ୍ତ ସମସ୍ୟାକୁ ନେଇ ଶ୍ରୀ ମିଶ୍ର ଏକ ୧୨ ଦଫା ବିଶିଷ୍ଟ ଯଥା ଦାବିପତ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝିଙ୍କୁ ପ୍ରଦାନ କରିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ଏ ସମସ୍ତ ସମସ୍ୟାକୁ ନେଇ ନରସିଂହ ମିଶ୍ରଙ୍କ ସହ ସକରାତ୍ମକ ଆଲୋଚନା ସହ ଏ ସମସ୍ତ ଦାବି ଦିଗରେ ନିଶ୍ଚିତ ଭାବରେ ପଦକ୍ଷେପ ନେବେ ବୋଲି ନିର୍ଭର ପ୍ରତିଶୃତି ଦେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ପ୍ରସିଦ୍ଧ ୧୪୯ ତମ ଶୀତଲ ଷଷ୍ଠୀ ଯାତ୍ରା ଉପଲକ୍ଷେ ପୋଲିସ ତରଫରୁ ଫ୍ଲାଗମାର୍ଚ   17-Jun-2026
  ଜିଲ୍ଲା  
କେନ୍ଦ୍ର ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ବଲାଙ୍ଗୀର ର ଝିଅ କଳ୍ପନା ଙ୍କୁ ଜୁନିୟର ଫେଲୋସିପ୍   17-Jun-2026
  ଜିଲ୍ଲା  
+୨ପରୀକ୍ଷାରେ ୫ଠଠରୁ ଅଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କଲା  ଡିଏନ୍‌ଏ ହାୟର ସେକେଣ୍ଡେରୀ ସ୍କୁଲ   17-Jun-2026
  ଜିଲ୍ଲା  
ଦୀର୍ଘଦିନ ଧରି ୱାଟକୋ ପାଣି ପାଇପ୍ ଫାଟି କଟକ-ପାରାଦୀପ ରାସ୍ତା ଭାସୁଛି।ମାସେହେଲାଣି ଅଭିଯୋଗ ।ପଚାରିଲେ କୁହନ୍ତି କେଉଁଠି ପାଣି ବାହାରୁଛି ଆମେ ଜାଣିପାରୁନୁ।   17-Jun-2026
  ଜିଲ୍ଲା  
ବକଟି ପଂଚାୟତ ରେ ପଂଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   16-Jun-2026
  ଜିଲ୍ଲା  
ଶିଶୁ ଶ୍ରମିକ ନିରାକରଣ ସଚେତନତା ପଦଯାତ୍ରା ଅନୁଷ୍ଠିତ   16-Jun-2026
  ଜିଲ୍ଲା  
ବରପାଲି ଶିବବିବାହତ୍ସବରେ କନ୍ୟା ଆନ୍ବେଷଣ ପର୍ବ ପତର ପେଣ୍ଡୀ ସମାପନ   16-Jun-2026
  ଜିଲ୍ଲା  
*ଆନ୍ତର୍ଜାତୀୟ ଶିଶୁ ଶ୍ରମ ନିରୋଧ ଦିବସ ଅବସରରେ ସଚେତନତା ରଥ ଉଦଘାଟିତ*   16-Jun-2026
  ବିଶେଷ  
ଜାତୀୟ ସ୍ତରରେ ନିଷ୍ପା ପରିବାର ସମ୍ବର୍ଦ୍ଧିତ, ରକ୍ତ ସଞ୍ଚାର ସେବା ଯୋଗୁଁ ଅହମଦାବାଦ ରେ ସମ୍ବର୍ଦ୍ଧିତ   16-Jun-2026
  ଜିଲ୍ଲା  
ଶୀତଳଷଷ୍ଠୀ ଯାତ୍ରା ପାଇଁ କୋଷାଗାର ରୁ ବାହାରିଲେ ୧୦୮ ତୋଳା ର ସୁନା ନାଗ ମୁର୍ତ୍ତୀ   16-Jun-2026
  ଜିଲ୍ଲା  
ଏସ୍.ଏନ.କ୍ଲାସେସ ର ବର୍ଣ୍ଣାଢ଼୍ୟ ଉତ୍ସବ ପାଳିତ   16-Jun-2026
  ଜିଲ୍ଲା  
ବରଗଡ଼ ଜିଲ୍ଲା ଅଟୋ ରିକ୍ସା ମାଲିକ ସଂଘର ୨୭ତମ ବାର୍ଷିକ ଉତ୍ସବ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷଙ୍କୁ ସମ୍ମାନିତ କରାଯିବ   16-Jun-2026

You Might Also Like