-+91-9937148622 |
prerana_bgr@rediffmail.com |
Saturday 18th April 2026 |
R.N.I. Regd No. ODIODI/2010/46693
Breaking News
14-Apr-2026
ବଲାଙ୍ଗୀର(ପ୍ରେରଣା ଖବର): ପବିତ୍ର ଶ୍ରୀହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତି ଉତ୍ସବ ସଦର ବ୍ଲକ ଅନ୍ତର୍ଗତ ବାନ୍ଧନଘୋର ଶ୍ରୀରାମ ମନ୍ଦିରରେ ସହସ୍ରାଧିକ ଭକ୍ତଙ୍କ ଗହଣରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀରାମ ମନ୍ଦିର ପରିଚାଳନା କମିଟି ଟ୍ରଷ୍ଟ ଓ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ସରକାର ଙ୍କ ମିଳିତ ସହଯୋଗରେ ଅନୁଷ୍ଠିତ ଏହି ଉତ୍ସବ ଅବସରରେ ସମୂହ ହନୁମାନ ଚାଳିଶା ପାଠ , ବୈଠକୀ କୀର୍ତ୍ତନ ସହିତ ଭକ୍ତ ସମାବେଶ ଇତ୍ୟାଦି କାର୍ଯ୍ୟକ୍ରମ ହୋଇ ଥିଲା । ସକାଳ ୮ଟା ଠାରୁ ପଣା ବଣ୍ଟନ ଆରମ୍ଭ ହୋଇଥିଲା।
ମନ୍ଦିରର ପୂଜକ ହିମାଂଶୁ ତ୍ରିପାଠୀଙ୍କ ଦ୍ଵାରା ପୂଜା ଓ ହୋମ ସମାପ୍ତ ହେବା ପରେ ପ୍ରସାଦ ସେବନ କରାଯାଇ ଥିଲା। ୨୦୧୯ ମସିହାରେ ପ୍ରତିଷ୍ଠା ହୋଇଥିବା ଏହି ମନ୍ଦିରରେ ପ୍ରତ୍ୟେକ ବର୍ଷ ହନୁମାନ ଜୟନ୍ତୀ ମହା ଆଡମ୍ବରରେ ପାଳନ କରାଯାଉଅଛି । ପ୍ରତ୍ୟେକ ବର୍ଷ ପରି ବାନ୍ଧନଘୋର ତଥା ଆଖପାଖ ଗ୍ରାମର ଭକ୍ତମାନେ ପ୍ରଭୁ ଶ୍ରୀରାମଙ୍କର ଏହି ଉତ୍ସବରେ ଉପସ୍ଥିତ ରହିଥିଲେ । ସମସ୍ତ କାର୍ଯ୍ୟକ୍ରମ ଟ୍ରଷ୍ଟର ମୁଖ୍ୟ ପରିଚାଳନା ଟ୍ରଷ୍ଟି ମନ୍ମୟ ଆନନ୍ଦ କୁମାର ତ୍ରିପାଠୀଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା ।ସହଯୋଗ କରିଥିଲେ ହରେକୃଷ୍ଣ ବୁଡେକ, ଅଚ୍ୟୁତାନନ୍ଦ ମିଶ୍ର,ସୁରେଶ ବୁଡେକ,ସତ୍ୟ ଗହୀର,ଚିଙ୍କୁ ପ୍ରଧାନ, ଶ୍ରୀମୟ ତ୍ରିପାଠୀ,ପ୍ରସନ୍ନ ଗହୀର ଓ ସର୍ବଜିତ ତ୍ରିପାଠୀ ।