-+91-9937148622 |
prerana_bgr@rediffmail.com |
Friday 17th April 2026 |
R.N.I. Regd No. ODIODI/2010/46693
Breaking News
14-Apr-2026
ବଲାଙ୍ଗୀର(ପ୍ରେରଣା ଖବର): ଆଜି ଓଡ଼ିଆ ନବବର୍ଷ, ମହାବିଷୁବ ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ ପାଇଁ ସମଗ୍ର ଜିଲ୍ଲା ଉତ୍ସବ ମୁଖର। ଆଜି ପରି ଏକ ପବିତ୍ର ଦିବସ ଉପଲକ୍ଷେ ବଲାଙ୍ଗୀର ଜିଲ୍ଲାରେ କାର୍ଯ୍ୟରତ ଓକିଲ ବନ୍ଧୁ, ଷ୍ଟାମ୍ପ ଭେଣ୍ଡର ଓ ଡିଡ୍ ରାଇଟର୍ ମାନଙ୍କ ଉଦ୍ୟମରେ ଦହିପଣି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ କଚେରୀ ଛକ ଠାରେ ଆନନ୍ଦ ଉଲ୍ଲାସରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ
ବଲାଙ୍ଗୀରର ଶତାଧିକ ଓକିଲ, ଷ୍ଟାମ୍ପ ଭେଣ୍ଡର ଏବଂ ଡିଡ୍ ରାଇଟର୍ ମାନେ ଯୋଗ ଦେଇ ରାସ୍ତାରେ ଯାଉଥିବା ଲୋକ ମାନଙ୍କୁ ଦହି ପାଣି ବଣ୍ଟନ କରିଥିଲେ। ଏଥିରେ ଅନ୍ୟ ମାନଙ୍କ
ମଧ୍ୟରେ ଆଡ଼ଭୋକେଟ ସଂଜୀବ ହୋତା, ଗୋବିନ୍ଦ ମହାନ୍ତି, ବିଜୟ ରଥ, ହେମନ୍ତ ବହିଦାର, ରୁଦ୍ର ଥନାପତି, ହରିଶଙ୍କର ପଣ୍ଡା, ଶତ୍ରୁଜିତ ମହାନ୍ତି, ରାଜେନ୍ଦ୍ର ମିଶ୍ର, ଦୀପ୍ତି ଶର୍ମା, ସରୋଜ ଗୁପ୍ତା, ବାଳକୃଷ୍ଣ ଷଡ଼ଙ୍ଗୀ, ଷ୍ଟାମ୍ପ ଭେଣ୍ଡର ପଂକଜ ମିଶ୍ର, ରଘୁନାଥ ଶତପଥୀ, ଙ୍କ ସମେତ ବହୁ ଡିଡ଼ ରାଇଟର ସହଯୋଗ କରିଥିଲେ।