-+91-9937148622 |

prerana_bgr@rediffmail.com |

  Tuesday 23rd June 2026 |

| | | |

R.N.I. Regd No. ODIODI/2010/46693

Breaking News

ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଝାରମୁଣ୍ଡା ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ କାର୍ଯ୍ୟକ୍ରମ   (23-Jun-2026)       ||      ବଲାଙ୍ଗୀର ଟି ଡି ଏମ୍ ଙ୍କ ମନୋମୁଖୀ କାରବାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲା ଘରୋଇ ବସ ମାଲିକ ସଂଘ♦️ ବିନା ରୁଟ ପରମିଟ୍ ରେ ଦେବଗଡ଼ ଯାଉଥିବା ବସ୍ କୁ ବିରୋଧ କରି ଅଟକାଇଲେ    (23-Jun-2026)       ||      ବିକାଶ ଧାରା, ଓଡିଶା ସାରା ବକଟି ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ ତଥା ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Jun-2026)       ||      ଡାବୁଗାଁ ବ୍ଲକ ରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକମ ମଧ୍ୟ ଚାଲୁ...... କିନ୍ତୁ ବ୍ଲକବାସୀଙ୍କୁ ସୂଚନା ଦେବା ଏଲଇଡି ମଧ୍ୟ ମରାମତି ହେଉ   (23-Jun-2026)       ||      ସ୍କୁଲ ପାଖରେ ମଦ ବିକ୍ରି କୁ ନେଇ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ    (23-Jun-2026)       ||      ଚୌଦ୍ୱାର ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ   (23-Jun-2026)       ||      ବିକାଶ ଧାରା ଓଡିଶା ସାରା ଉପଲକ୍ଷେ ସାଲେଭଟା ପଂଚାୟତ ପରିସରରେ ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ   (23-Jun-2026)       ||      ଆସନ୍ତା ଜୁଲାଇ ୧୨ ରେ ସୁବର୍ଣ୍ଣପୁର ଠାରେ ଅନୁଷ୍ଠିତ ହେବ ଓଜେୟୁ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ   (23-Jun-2026)       ||      ବରପାଲିରେ ଜିଲ୍ଲାପାଳଙ୍କ ନିକଟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (23-Jun-2026)       ||      ବରପାଲିରେ ଜିଲ୍ଲାପାଳଙ୍କ ନିକଟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (23-Jun-2026)       ||      ନିଜ ଜନ୍ମ ମାଟିରେ ଡଃ ନିବେଦିତା ରଥଙ୍କୁ ଅଭୁତପୂର୍ବ ସଂବର୍ଦ୍ଧନା   (23-Jun-2026)       ||      ଜିଲ୍ଲା ସ୍ତରୀୟ STEM ଶିକ୍ଷା କାର୍ଯ୍ୟକ୍ରମରେ ଶିଶୁମାନଙ୍କ ସୃଜନ କ୍ଷମତାର ପ୍ରଦର୍ଶନ ଅନୁଷ୍ଠିତ   (23-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ବେନ୍ଦ୍ରା ପଂଚାୟତ ପରିସରରେ ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ    (22-Jun-2026)       ||      ଗାଁ ସ୍କୁଲରେ ପହଞ୍ଚି କାର୍ଯ୍ୟରତ ଶିକ୍ଷକଙ୍କ ସହ ଆଲୋଚନା କଲେ ଡି.ଇ.ଓ ♦️ ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମର ସଫଳ ରୂପାୟନ ଉପରେ ଜୋର୍   (22-Jun-2026)       ||      ରେଶମ ପ୍ରଶାଖା କେନାଲରେ ମିଳିଥିବା ମୃତ ମହିଳାଙ୍କ ପରିଚୟ ମିଳିଲା   (22-Jun-2026)       ||      *ଖଡିଆଳରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର : ୧୦୬ଟି ଅଭିଯୋଗର ଶୁଣାଣୀ, ରେଡକ୍ରସ୍ ପାଣ୍ଠିରୁ ସହାୟତା ପ୍ରଦାନ*   (22-Jun-2026)       ||      ବିଞ୍ଝାରପୁର ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର   (22-Jun-2026)       ||      ରେଳ ପ୍ରକଳ୍ପ ଜମି ଅଧିଗ୍ରହଣରେ ଅନିୟମିତତା : ଜୀବିତ ମହିଳା ଙ୍କୁ ମୃତ ଦର୍ଶାଇ କ୍ଷତିପୂରଣରୁ ବଞ୍ଚିତ   (22-Jun-2026)       ||      ସିନାପାଲି ସହର ବର୍ଷାରେ ଜଳମଗ୍ନ: ପ୍ରଶାସନ ଓ PWD ବିଭାଗର ଅବହେଳା ନେଇ ଜନଅସନ୍ତୋଷ   (22-Jun-2026)       ||      ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଡୁଡୁକା କଲ୍ୟାଣମଣ୍ଡପ ପରିସରରେ ମିଶନ ଶକ୍ତି ସୁଭଦ୍ରା ମେଳା କାର୍ଯ୍ୟକ୍ରମ   (22-Jun-2026)       ||     

HOME   ଜିଲ୍ଲା

ଓଡ଼ିଶା ରାଜ୍ୟ କୃଷକ ସଂଗଠନର ବାର୍ଷିକ ସାଧାରଣ ସଭା; ଯୋଗ ଦେଲେ ୩ଟି ଜିଲ୍ଲାର ଚାଷୀ ସଂଗଠନର ରଣହୁଙ୍କାର; ‘ଫସଲ ବୀମା ଓ ଇନପୁଟ୍ ସହାୟତା ନୀତିର ସରଳୀକରଣ ନିତାନ୍ତ ଆବଶ୍ୟକ

08-Apr-2026



ଅତାବିରା(ଆକାଶ ମିଶ୍ର): ଭାରତ ବର୍ଷରେ ଚାଷୀ ସର୍ବଦା ଶୋଷିତ, ଉପେକ୍ଷିତ। କେତେବେଳେ ସରକାରଙ୍କ ନୀତି ତ ଆଉ କେତେ ବେଳେ ପ୍ରାକୃତିକ ଦୁର୍ବିପାକ ଯୋଗୁଁ। ସବୁ ଦିଗରେ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି। କୌଣସି ସରକାର ଚାଷୀଙ୍କ ହିତଦୃଷ୍ଠିରେ କାମ କରୁନାହାନ୍ତି। ଚାଷ ଓ ଚାଷଙ୍କ କଥା କହି ସରକାରକୁ ଆସୁଛନ୍ତି। ସରକାରକୁ ଆସିଲେ ଚାଷୀଙ୍କ କଥା ପାଶୋରି ଦେଉଛନ୍ତି। ଗରିବ ଚାଷୀ, ମଜୁରଙ୍କ କଥା କହୁଥିବା ରାଜନୈତିକ ଦଳ ପଂଜିପତି, ଶିଳ୍ପପତିଙ୍କ

ସରକାର ପାଳଟିଛି। ଦେଶରେ ୭୫ ପ୍ରତିଶତ ଚାଷୀ କୃଷି ଉପରେ ନିର୍ଭର କରୁଥିବା ବେଳେ ଏ ବୃହତ ବର୍ଗର ଲୋକ ଅଣଦେଖାର ଶିକାର ହେଉଛନ୍ତି। ୫୦ ପ୍ରତିଶତ ଚାଷୀ ଋଣଗ୍ରସ୍ତ ହୋଇଗଲେଣି। ଦେଶର ସମାଜର ଉଚ୍ଚ ବର୍ଗରେ ଥିବା ପୁଂଜିପତି, ଶିଳ୍ପପତିଙ୍କ ତୁଳନାରେ ତଳ ବର୍ଗରୁ ଚାଷୀ, ଗରିବ ମଧ୍ୟରେ ଅର୍ଥନୈତିକ ତାରତମ୍ୟ, ବୈଷ୍ୟମତା ବଢ଼ିବାରେ ଲାଗିଛି। ଚାଷୀ ନିଜକୁ ଚାଷୀ ବୋଲି କହିବାକୁ କୁଣ୍ଠା କରୁଛନ୍ତି। ଯଦି ଚାଷୀ ନିଜ ନା’ ଆଗରେ କିମ୍ବା ପଛରେ ଭୂମିପୁତ୍ର ଲେଖି ସମ୍ମାନ ଓ ଗର୍ବ ସହ ବଂଚିବାକୁ ଓଡ଼ିଶା ରାଜ୍ୟ କୃଷକ ସଂଗଠନ ଅତାବିରାର ବାର୍ଷିକ ସାଧାରଣ ସଭା ସଂଗ୍ରାମର ଚାଷୀ ନେତାମାନେ ମତବ୍ୟକ୍ତ କରିଥିଲେ। 
ଲାଦରପାଲିସ୍ଥିତ ରାମଚଣ୍ଡୀ କଲ୍ୟାଣମଣ୍ଡପରେ ସଂଗଠନର ସଭାପତି ବୀରେନ୍ଦ୍ର କରଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବରଗଡ଼ ଜିଲ୍ଲାର ୧୨ଟି ବ୍ଳକର କୃଷକ ସଂଗଠନ ସହ ସମ୍ବଲପୁର ଓ ସୋନପୁର ଜିଲ୍ଲାର ଚାଷୀ ସଂଗଠନ ଯୋଗ ଦେଇ ରଣହୁଙ୍କାର ଦେଇଥିଲେ। ରାଜ୍ୟରେ ମଣ୍ଡି ବ୍ୟବସ୍ଥା ସଂପୂର୍ଣ୍ଣ ଭୁସୁଡ଼ି ପଡ଼ିଛି। ରାଜ୍ୟ ସରକାର ଧାନ କିଣିବାକୁ ଅରାଜି ହେଉଛନ୍ତି। ବଂଶାବଳୀ, ସେଟଲାଇଟ୍ ଆଳରେ ଜମି ପରିମାଣ କାଟିବାକୁ ହୀନ ପ୍ରୟାସ କରୁଛନ୍ତି। ଚାଷୀ ପଂଜୀକରଣ କରିଥିବା ପାଖାପାଖି ୧୪ ହଜାର ଚାଷୀଙ୍କ ଟୋକନ ନଆସିବାରୁ ଧାନ ବିକ୍ରି କରିପାରି ନାହିଁ। ପ୍ରଥମ ଥର ପାଇଁ ଏତେ ସଂଖ୍ୟକ ଟୋକନ ନ ଆସି ଧାନ ବିକି ନ ପାରିବା ସରକାରଙ୍କ ପାରିବାପଣକୁ ପ୍ରଶ୍ନ କରୁଛି। ପ୍ରାକୃତିକ ଦୂର୍ବିପାକରେ ସରକାରଙ୍କ ଜଟିଳ ନୀତି ଯୋଗୁଁ ଚାଷୀଙ୍କୁ ଫସଲ ବୀମା କିମ୍ବା ଇନପୁଟ୍ ସହାୟତ ମିଳି ପାରୁ ନାହିଁ। ଏଣୁ ଏହାର ସରଳୀକରଣ ନ କଲେ ଚାଷୀ ଉପକୃତ ହୋଇ ପାରିବେ ନାହିଁ। ରାଜ୍ୟ ସରକାର ନିକଟରେ ଅନ୍ନପୂର୍ଣ୍ଣା ଯୋଜନା ନା’ରେ ଖାଉଟିଙ୍କୁ ଅଧିକ ୫ କେଜି ଚାଉଳ ଦେବାକୁ ଘୋଷଣା କରିଛନ୍ତି। ହେଲେ ଧାନ କିଣିବାକୁ ରାଜି ହେଉ ନାହାନ୍ତି। ଆଗାମୀ ରବି ଫସଲ ଧାନ ସଂଗ୍ରହ ଜଟିଳ ହେବା ସମ୍ଭାବନା, ଗମ୍ଭୀର ହେବା ଦେଖା ଦେଉଛି। ଚାଷୀ ନିଜ ହକ ପାଇଁ ଲଢ଼ିଲେ ସରକାରୀ କଳବଳ ପ୍ରୟୋଗ କରି ରାତି ଅଧିଆ, ମିଥ୍ୟା ମାମଲାରେ ଗିରଫ କରି ଜେଲ ଦଣ୍ଡ ଦେଉଛନ୍ତି। ଚାଷୀଙ୍କୁ କେତେବେଳେ ନୈଟଙ୍ଗି କରିବା ବନ୍ଦ କର, ନକଲି ଚାଷୀ ଭଲି ଆଖ୍ୟା ଦେବାକୁ ଶାସକ ଦଳର ନେତା କହୁଛନ୍ତି। ଯାହା ବଡ଼ ପରିଚାପର ବିଷୟ। ସାମୁହିକ ସମସ୍ୟା ପାଇଁ ସମସ୍ତ ଚାଷୀ ସଂଗଠନ ଏକତ୍ର ଲଢ଼େଇ କରିବାକୁ ଆହ୍ବାନ ଦେଇଥିଲେ। ଆଗାମୀ ରବି ଫସଲରେ ସମସ୍ତ ଚାଷୀଙ୍କ ଟୋକନ ଦେଇ ଧାନ ପଡ଼ିବାର ୪୮ ଘଣ୍ଟା ମଧ୍ୟରେ ଉଠାଇବାର ସରକାର ବ୍ୟବସ୍ଥା କରନ୍ତୁ ବୋଲି ଦାବି ହୋଇଥିଲା। ଆଗାମୀ ମେ’ ମାସ ପ୍ରଥମ ସପ୍ତାହରେ ଉତ୍ତରାଂଚଳ ରାଜସ୍ବ କମିଶନଙ୍କ ପରିସୀମାର ବିଭିନ୍ନ ଚାଷୀ ସଂଗଠନ, ଚାଷୀଙ୍କୁ ନେଇ ସମ୍ବଲପୁରରେ ବିରାଟ ଚାଷୀ ସମାବେଶ କରିବାକୁ ସହମତି ପ୍ରକାଶ ପାଇଥିଲା।

ସମ୍ବଲପୁର କୃଷକ ସଂଗଠନର ବ୍ୟମକେଶ ଠାକୁର, ବିପିନ

ଭୋଇ, ସୋନପୁରର କୃଷକ ନେତାର ପ୍ରଦ୍ୟୁମ୍ନ ପାଢ଼ୀ,  ସଂଯୁକ୍ତ କୃଷକ ସଂଗଠନର ଉପଦେଷ୍ଠା ରମେଶ ମହାପାତ୍ର, ଆଇନ ପରାମର୍ଶଦାତା ଅଜିତ ଶତପଥି, ଭେଡ଼େନ ବ୍ଳକରୁ ଉତ୍ପନ୍ନ ଭୋଇ, ବାରପାହାଡ଼ କୃଷକ ସଂଗଠନର ସଭାପତି ଇଶାନ୍ତ ଭୋଇ, ଭଟଲି କୃଷକ ପରିବାର  ଥବିର ସାହୁ,  କାରଣ ସାହୁ, ବୀର ସୁରେନ୍ଦ୍ର ସାଏ କୃଷକ ସଂଗଠନର ରବି ଶଂକର ପ୍ରଧାନ, ପାର୍ବତୀଗିରି କୃଷକ ସଂଗଠନର ସୁବାଷ ପ୍ରଧନେ, ରାଜବଡ଼ାସମ୍ବର କୃଷକ ସଂଗଠନର  ସୁବାଷ ସାମନ୍ତ ରାୟ, ପଦ୍ମପୁରର କାହ୍ନୁଚରଣ ମେହେର, ଗାଇସିଲେଟ ବ୍ଳକ କୃଷକ ସଂଗଠନ ସଭାପତି ଅରବିନ୍ଦ ପଣ୍ଡା, ମେଳଛାମୁ୍ଣ୍ଡା ଆଂଚଳିକ କୃଷକ ସଂଗଠର ରତୀକାନ୍ତ, କଳାପାଣିର ସୁରେଶ ମେକେଣ୍ଟି, ଏକାଦଶିଆ ସାହୁ, କୋଶଳ ସେନାର ବିରବଳ ମହାକୁର, ବରପାଲି ବ୍ଳକରୁ ତପନ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମ ଅବସରରେ ଝାରମୁଣ୍ଡା ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ କାର୍ଯ୍ୟକ୍ରମ   23-Jun-2026
  ଜିଲ୍ଲା  
ବଲାଙ୍ଗୀର ଟି ଡି ଏମ୍ ଙ୍କ ମନୋମୁଖୀ କାରବାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲା ଘରୋଇ ବସ ମାଲିକ ସଂଘ♦️ ବିନା ରୁଟ ପରମିଟ୍ ରେ ଦେବଗଡ଼ ଯାଉଥିବା ବସ୍ କୁ ବିରୋଧ କରି ଅଟକାଇଲେ   23-Jun-2026
  ଜିଲ୍ଲା  
ବିକାଶ ଧାରା, ଓଡିଶା ସାରା ବକଟି ପଂଚାୟତ ପରିସରରେ ପଂଚାୟତ ସ୍ତରୀୟ ସମ୍ମିଳନୀ ତଥା ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Jun-2026
  ଜିଲ୍ଲା  
ଡାବୁଗାଁ ବ୍ଲକ ରେ ବିକାଶର ଧାରା ଓଡିଶା ସାରା କାର୍ଯ୍ୟକମ ମଧ୍ୟ ଚାଲୁ...... କିନ୍ତୁ ବ୍ଲକବାସୀଙ୍କୁ ସୂଚନା ଦେବା ଏଲଇଡି ମଧ୍ୟ ମରାମତି ହେଉ   23-Jun-2026
  ଜିଲ୍ଲା  
ସ୍କୁଲ ପାଖରେ ମଦ ବିକ୍ରି କୁ ନେଇ ଅଭିଭାବକ ଓ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ   23-Jun-2026
  ଜିଲ୍ଲା  
ଚୌଦ୍ୱାର ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ   23-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା ଉପଲକ୍ଷେ ସାଲେଭଟା ପଂଚାୟତ ପରିସରରେ ସୁଭଦ୍ରା ଶକ୍ତି ସମାବେଶ କାର୍ଯ୍ୟକ୍ରମ   23-Jun-2026
  ଜିଲ୍ଲା  
ଆସନ୍ତା ଜୁଲାଇ ୧୨ ରେ ସୁବର୍ଣ୍ଣପୁର ଠାରେ ଅନୁଷ୍ଠିତ ହେବ ଓଜେୟୁ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ   23-Jun-2026
  ଜିଲ୍ଲା  
ବରପାଲିରେ ଜିଲ୍ଲାପାଳଙ୍କ ନିକଟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   23-Jun-2026
  ଜିଲ୍ଲା  
ବରପାଲିରେ ଜିଲ୍ଲାପାଳଙ୍କ ନିକଟ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   23-Jun-2026
  ଜିଲ୍ଲା  
ନିଜ ଜନ୍ମ ମାଟିରେ ଡଃ ନିବେଦିତା ରଥଙ୍କୁ ଅଭୁତପୂର୍ବ ସଂବର୍ଦ୍ଧନା   23-Jun-2026
  ଜିଲ୍ଲା  
ଜିଲ୍ଲା ସ୍ତରୀୟ STEM ଶିକ୍ଷା କାର୍ଯ୍ୟକ୍ରମରେ ଶିଶୁମାନଙ୍କ ସୃଜନ କ୍ଷମତାର ପ୍ରଦର୍ଶନ ଅନୁଷ୍ଠିତ   23-Jun-2026

You Might Also Like