-+91-9937148622 |
prerana_bgr@rediffmail.com |
Saturday 4th April 2026 |
R.N.I. Regd No. ODIODI/2010/46693
Breaking News
02-Apr-2026
ନୂଆଦିଲ୍ଲୀ(ପ୍ରେରଣା ଖବର): ନିରଞ୍ଜନ ବିଶି ରାଜ୍ୟସଭା ସାଂସଦ, ଆନ୍ଧ୍ର ପ୍ରଦେଶ ପୁନର୍ଗଠନ (ସଂଶୋଧନ) ବିଲ୍ 2026 ଉପରେ ଆଲୋଚନା ଅବସରରେ ସଂଘୀୟ ସଂବିଧାନିକ ମୂଲ୍ୟବୋଧ ଓ ଆଦିବାସୀ ଅଧିକାର ସମ୍ପର୍କରେ ଉଦବେଗ ପ୍ରକାଶ କରିଥିଲେ।
ସାଂସଦ ଶ୍ରୀ ବିଶି କହିଥିଲେ ଯେ ଏହି ଆଇନ କେବଳ ସାଧାରଣ ସଂଶୋଧନ ନୁହେଁ, ବରଂ ଏହାର ପ୍ରଭାବ ସଂଘୀୟ ବ୍ୟବସ୍ଥା ଓ ବିଶେଷକରି ଆଦିବାସୀ ସମୁଦାୟ ଉପରେ ପଡ଼ିପାରେ।
ସେ କୋରାପୁଟ ଜିଲ୍ଲାର କୋଟିଆ ବ୍ଲକ ଅଞ୍ଚଳ ସନ୍ଦର୍ଭରେ କହିଥିଲେ ଯେ ସେଠାରେ ୨୧ ଗ୍ରାମରେ ଆନ୍ଧ୍ର ପକ୍ଷରୁ ପ୍ରଶାସନିକ ହସ୍ତକ୍ଷେପ ହେଉଛି, ଯାହା ଆଦିବାସୀ ମଧ୍ୟରେ ଅସ୍ପଷ୍ଟତା ସୃଷ୍ଟି କରୁଛି।
ସେ କହିଥିଲେ ଯେ ଏହି ପ୍ରସଙ୍ଗ ରାଜ୍ୟ ସୀମା ସ୍ପଷ୍ଟତା ସହ ଜଡିତ ଓ ଏହାକୁ ସଂବିଧାନିକ ଓ ଆଇନଗତ ପଦ୍ଧତିରେ ସମାଧାନ କରାଯିବା ଉଚିତ।
ପୋଲାଭରମ ପ୍ରକଳ୍ପ ସନ୍ଦର୍ଭରେ ସେ କହିଥିଲେ ଯେ ଏହାର ପ୍ରଭାବରେ ମଲକାନଗିରି ଜିଲ୍ଲା ୩00 ଗାଁ ର ୩ ଲକ୍ଷ ଲୋକ ବିସ୍ଥାପିତ ହେବେ, ସେଥି ମଧ୍ୟରୁ ୨ ଲକ୍ଷ ଆଦିବାସୀ ବିସ୍ଥାପିତ ହେବେ l
ବିସ୍ଥାପନ ହେବ , ଜଙ୍ଗଲ ଜମି ବୁଡ଼ିଯିବ ଓ ଜୀବନ ଜୀବିକା ଉପରେ ପ୍ରଭାବ ନେଇ ଚିନ୍ତା ବ୍ୟକ୍ତ କରିଥିଲେ ଓ କ୍ଷତିପୂରଣ, ଥଇଥାନ ଓ ପୁନର୍ବାସ ବ୍ୟବସ୍ଥାକୁ ସୁଦୃଢ କରିବା ଆବଶ୍ୟକ ବୋଲି ସାଂସଦ ଶ୍ରୀ ବିଶି କହିଥିଲେ।