-+91-9937148622 |
prerana_bgr@rediffmail.com |
Tuesday 31st March 2026 |
R.N.I. Regd No. ODIODI/2010/46693
Breaking News
31-Mar-2026
ବଲାଙ୍ଗୀର(ପ୍ରେରଣା ଖବର): ଟିକରାପଡ଼ାର ସୁବ୍ରତ ନେପାକ୍ ଗତ ୨୦୨୧ ମସିହା ଜାନୁଆରୀ ୭ତାରିଖ ରେ ଫ୍ଲିପ୍'କାର୍ଟ୍ ରୁ ଗୋଟିଏ LED TV ୨୫,୪୯୯ଟଙ୍କାରେ କିଣିଥିଲେ, ଟିଭି ପାଇଁ ୧ବର୍ଷ, ପେନାଲ୍ ପାଇଁ ୨ବର୍ଷ ଓ ଆସୋସିରିଜ୍ ପାଇଁ ୬ମାସ ଓ୍ବାରେଣ୍ଟି ଥିଲା ଏବଂ ୨ବର୍ଷ ଏକ୍ସଟେଣ୍ଡେଟ୍ ଓ୍ବାରେଣ୍ଟି ପାଇଁ ପୂଣି ୧୭୯୯ଟଙ୍କା ଦେଇଥିଲେ
ଓ୍ବାରେଣ୍ଟି ପିରିଅଡ଼ ମଧ୍ୟରେ ଟିଭି ଖରାପ୍ ହୋଇ ଯାଇଥିଲା। ଅଭିଯୋଗ କାରୀ ସର୍ଭିସ୍ ସେଣ୍ଟର କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣିନଥିଲେ।
ତେବେ ଓ୍ବାରେଣ୍ଟି ପିରିଅଡ଼ ମଧ୍ୟରେ ଟିଭି ମରାମତି ନ କରିବା ତଥା ମାନସିକ ହଇରାଣ ହୋଇଥିଲେ ଫ୍ଲିପକାର୍ଡ ଟିଭି ବିକ୍ରେତା Luminary Lifestyle ଓ ଏକ୍ସଟେଣ୍ଡେଟ୍ ଓ୍ବାରେଣ୍ଟି ପ୍ରଦାନକାରୀ Jeevis Consumer Services Pvt Ltd ନାମରେ ଅଭିଯୋଗ କରୀ ବଲାଙ୍ଗୀର ଜିଲ୍ଲା ଖାଉଟି ଅଦାଲତର ଦ୍ବାରସ୍ଥ ହୋଇଥିଲେ।
ଖାଉଟି ଅଦାଲତ ଏହି ମାମଲାର ବିଚାର କରିଥିଲେ। ଆଗାମୀ ୩୦ଦିନ ମଧ୍ୟରେ ଅଭିଯୋଗ କାରୀଙ୍କୁ Flipkart, Luminary Lifestyle & Jeevis consumer Service Pvt Ltd କମ୍ପାନୀ ଟିଭିର ମୁଲ୍ୟ ୨୫୪୯୯ଟଙ୍କା ସହ ୯% ବାର୍ଷିକ ସୁଧ କେସ୍ ଫାଇଲ ହେବା ଦିନଠାରୁ ଅଡର୍ ହେବା ଦିନ ପର୍ଯ୍ୟନ୍ତ ହିସାବରେ ଦେବେ
ସେହିପରି ଅଭିଯୋଗ କରୀ ମାନସିକ ହଇରାଣ ବାବଦରେ ୧୦ହଜାର ଟଙ୍କା କ୍ଷତିପୂରଣ ଓ ମକଦ୍ଦମା ଖର୍ଚ୍ଚ ବାବଦକୁ ୨ହଜାର ଟଙ୍କା ପ୍ରଦାନ କରିବେ
ଯଦି ଏହା ର ଖିଲାପ କରନ୍ତି ତେବେ ଉକ୍ତ ଟଙ୍କା ସହ ୧୨% ବାର୍ଷିକ ସୁଧ ଫ୍ଲିପକାର୍ଡ କୁ ଦେବାକୁ ପଡିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି।
ଏହି ମାମଲାକୁ ଅଭିଯୋଗ କରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଶ୍ରୀ ଶଙ୍କର ପ୍ରସାଦ ମିଶ୍ର ଓ ଆଇନଜୀବୀ ସନ୍ତୋଷ କୁମାର ଠାକୁର ପରିଚାଳନା କରୁଥିଲେ।