-+91-9937148622 |
prerana_bgr@rediffmail.com |
Tuesday 31st March 2026 |
R.N.I. Regd No. ODIODI/2010/46693
Breaking News
30-Mar-2026
ଆଗଲପୁର, (ବିନୋଦ ଦୀପ) ଆଗଲପୁର ନିକଟସ୍ତ ଟୁହୀଲାମାଲ ଠାରେ ସାମାଜିକ ଓ ସାଂସ୍କୃତିକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି l ଏହି ଅବସରରେ ସଭାପତି ଭିଷ୍ମଦେବ କୁମ୍ଭାର ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ ଏଲ ଡି ଏ ପ୍ରତିଷ୍ଠାତା ତଥା ଆଇନଜୀବୀ ଲବ୍ ସୁନା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗଣେଶ ଦିପ , ମୁକେଶ ସୁନା , ବିକାଶ କୁମ୍ଭାର , ପଙ୍କଜ ବାଗ , ଧନୀର। ମ କୁମ୍ଭାର, ହେମନ୍ତ ମହାନନ୍ଦ ,ଗହଳ ମହାନନ୍ଦ ,ପ୍ରମୁଖ ଯୋଗ ଦେଇଥିଲେ । ଏହା ସହିତ ଅମୂଲ୍ୟ ସୁନା ଉକ୍ତ ସଭାରେ ମଞ୍ଚ ପରିଚାଳନା କରିଥିଲେ । ଏହି ସଭାରେ ସଚେତନତା କାର୍ଯ୍ୟକ୍ରମ ରେ ସମାଜ ରେ ଅବହେଳିତ , ଅସ୍ପୃଶ୍ୟ ,ଅନୁନ୍ନତ ଶ୍ରେଣୀ ର ଲୋକମାନେ ଏକତା ରହି ସଂଘର୍ଷ କରି ସମାଜ ରେ ସଫଳତା ହାସଲ କରିବା ସହିତ ଶିକ୍ଷିତ ହୋଇ ଉନ୍ନତି ତ ଥା ସଂସ୍କ।ରି ହେବା ପାଇଁ ଅତିଥି ମାନେ ନିଜ ନିଜ ମତ ବ୍ୟକ୍ତ କରିଥିଲେ ।ଏହି ସଭାରେ ଆକାଶ ମହାନନ୍ଦ ସହିତ ପଦ୍ମା ସିନି ବିବାହ କର।ଯାଇ ଥିଲା l ଯାହାକି ବୁଦ୍ଧ ଓ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ସାକ୍ଷୀ ପୂର୍ବକ ଶତାଧିକ ଆମ୍ବେଦକର ପ୍ରେମୀ ଙ୍କ ଉପସ୍ଥିତି ରେ ବିବାହ କରାଯାଇ ଥିଲା । ଆଜିର ସାଂସ୍କୃତିକ ସଚେତନ ତା କାର୍ଯ୍ୟକ୍ରମ ରେ ଆମ୍ବେଦକର ପ୍ରେମୀ ମାନେ ମୁଖ୍ୟ ଅତିଥି ଲବ ସୁନା ଓ ଅନ୍ୟ ଅତିଥି ଙ୍କୁ ଗ୍ରାମ ର ମୁଣ୍ଡ ଭାଗ ରୁ ଏକ ଶୋଭା ଯାତ୍ରା ରେ ବାହାରି ସଭାସ୍ଥଳ କୁ ଡି ଜେ ବଜାଇ ପାଛୋଟି ଆଣିଥିଲେ ଓ ଏହି ସମୟ ରେ ନାଚ ଗୀତ ରେ ଖୁସି ର ପରିବେଶ ଦେଖା ଯାଇ ଥିଲା । ଏହି ସଭାରେ ସୁମନ୍ତ ମୁନ।, ବାବୁଲୁ ଲୁହା, ପ୍ରଭୁଲାଲ କୁମ୍ଭାର , ତରଣୀ ନାଗ , ସଲମା କୁମ୍ଭାର , ପୁରୋହିତ କଲେତ , ମହେନ୍ଦ୍ର ନାଗ ପ୍ରମୁଖ ଶତାଧିକ ଆମ୍ବେଦକର ପ୍ରେମୀ ଉପସ୍ଥିତ ଥିଲେ l