-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
05-Feb-2021
ବଲାଙ୍ଗୀର,(ସନ୍ତୋଷ କୁମାର ଠାକୁର)-ବଲାଙ୍ଗୀର ଜିଲ୍ଲା ରାଲିଂ ଆସୋସିଏସନର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥାନୀୟ ଯାଦବ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ନୂତନ କର୍ମକର୍ତ୍ତା ଚୟନ କରାଯିବା ସହିତ ରାଲିଂର ମୂଲ୍ୟ ନିର୍ଦ୍ଧାରଣ କରାଯାଇଥିଲା । ବୈଠକରେ ସର୍ବସମ୍ମତ କ୍ରମେ ସଭାପତି ଭାବେ ଟୁନା ମିଶ୍ରଙ୍କୁ ମନୋନୀତ କରାଯାଇଥିବା ବେଳେ ଉପ ସଭାପତି ଭାବେ ବଲାଙ୍ଗୀର ରୁ ମନୋଜ କୁମାର ସେଟ୍ଟୀ , ପାଟଣାଗଡରୁ ମୂରଲୀ ବାଗ ଓ ଦେଓଗାଁରୁ ରମାକାନ୍ତ ସାହୁଙ୍କୁ ମନୋନୀତ କରାଯାଇଛି । ମୁଖ୍ୟ ସମ୍ପାଦକ ତଥା ପରାମର୍ଶଦାତା ଭାବେ ଗୌରୀ ଶଙ୍କର ଛତରଙ୍କୁ ମନୋନୀତ କରାଯାଇଥିବା ବେଳେ ସମ୍ପାଦକ ଭାବେ ରୁନା ନାଗ , ସହ ସମ୍ପାଦକ ଭାବେ ବିଜୟ ଦଳବେହେରା , କୋଷାଧ୍ୟକ୍ଷ ଭାବେ ବାବୁଲା ଆଚାରୀ ଓ ଆଇନ ପରାମର୍ଶଦାତା ଭାବେ ଆଇନଜୀବୀ ଗୋପାଳ ହୋତାଙ୍କୁ ମନୋନୀତ କରାଯାଇଛି । ଏହି ବୈଠକରେ କଣ୍ଟାବାଂଜିର ସଭ୍ୟ ଧିରଜ ଜୈନ ଓ ରଣବୀର ସିଂଙ୍କ ସହିତ ଅନ୍ୟାନ୍ୟ ବ୍ଲକର ସଭ୍ୟମାନେ ଉପସ୍ଥିତ ଥିଲେ ।