-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
05-Feb-2021
ବlରିପଦା (ପ୍ରେରଣା ଖବର ବ୍ୟୁରୋ): ବାଲି ଓ ମୋରମ ଟ୍ରକ୍କୁ ଗୋଡାଇ ଗୋଡାଇ ଧରିବା ନିଶାରେ ଲୋକଙ୍କ ଜୀବନକୁ ନେଇ ଖେଳୁଛନ୍ତି ବାରିପଦା ତହସିଲଦାର ରାମଚନ୍ଦ୍ର ସୋରେନ୍ । ତହସିଲଦାରଙ୍କ ଅଫିସ ସ୍କର୍ପିଓ ଶୁକ୍ରବାର ଦିନ ୧୧ଟା ଚୋରା ମୋରୋମ ଓ ବାଲି ଟ୍ରକ୍ ଚେକିଂ କରିବା ବେଳେ ଦ୍ରୁତ ଗତିରେ ଆସି ଜଣେ ଛାତ୍ରଙ୍କୁ ଧକ୍କା ଦେଇଥିଲା ।
ବାରିପଦା ନିକଟ ଶାଗୁଣାବସା ସ୍ଥିତ ମୟୁରଭଞ୍ଜ ମେଡିକାଲ ଏକାଡେମୀ ସମ୍ମୁଖରେ ଉତ୍ତମ ନାଏକ ନାମକ ଜଣେ ଛାତ୍ର ବାଇକ୍ ରଖୁଥିବା ବେଳେ ଅତି ଦ୍ରୁତ ଗତିରେ ବାରିପଦା ତହସିଲଦାରଙ୍କ ଅଫିସ ଗାଡିଟି ଆସି ଧକ୍କା ଦେଇଥିଲା । ଗାଡିର ଗତି ଏତେ ବେଶୀ ଥିଲା ଯେ, ଧକ୍କାରେ ଛାତ୍ରଙ୍କ ଗୋଡ ଓ ହାତ ଭାଙ୍ଗିଥିବା ବେଳେ ଗାଡିଟି ସମ୍ପୂର୍ଣ୍ଣ ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି । ଦୁର୍ଘଟଣା ପରେ ଛାତ୍ରଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ତହସିଲଦାର ସେ ସ୍ଥାନ ଛାଡି ପଳାଇ ଯାଇଥିଲେ ବୋଲି ଛାତ୍ରଙ୍କ ବନ୍ଧୁମାନେ କହିଛନ୍ତି ।
ଦୁର୍ଘଟଣା ବେଳେ ଗାଡିରେ ତହସିଲଦାରଙ୍କ ସହିତ ବାରିପଦା ୟୁନିଟ୍ ୧ ଓ ବାରିପଦା ୟୁନିଟ୍ ୨ର ଆରଆଇ ମଧ୍ୟ ଉପସ୍ଥିତ ଥିଲେ । ତେବେ ସେମାନେ ସମସ୍ତେ ଗାଡି ଛାଡି ଦୌଡି ପଳାଇଥିଲେ ବୋଲି ଆହତ ଛାତ୍ରଙ୍କ ବାପା କହିଛନ୍ତି । ସେପଟେ ସ୍ପଷ୍ଟ ଦିବାଲୋକରେ ସର୍ବସମ୍ମୁଖରେ ଦୁର୍ଘଟଣା ଘଟିଥିବା ବେଳେ ତହସିଲଦାର ସେ ଗାଡିରେ ନଥିଲେ ଏବଂ ବାରିପଦା ବ୍ଲକ୍ ଅଫିସରେ ବୈଠକ କରୁଥିଲେ ବୋଲି ସଫେଇ ଦେଇଛନ୍ତି । ଦୁର୍ଘଟଣାଗ୍ରସ୍ତ ଗାଡିକୁ ତୁରନ୍ତ କ୍ରେନ୍ ଲଗାଇ ଘଟଣାସ୍ଥଳରୁ ହଟାଇ ଦେଇଛି ବାରିପଦା ସଦର ଥାନା ପୋଲିସ ।