-+91-9937148622 |
prerana_bgr@rediffmail.com |
Saturday 26th September 2026 |
R.N.I. Regd No. ODIODI/2010/46693
Breaking News
24-Mar-2026
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ବ୍ଲକ ଭଣ୍ଡାର ପଂଚାୟତ ଅନ୍ତର୍ଗତ କଦଳିପାଲୀ ଗ୍ରାମରେ ଗୁଲୁଣ୍ଡା କେନ୍ଦ୍ର ଡ଼ୁମାଳ ସମାଜର ଏକ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଥିଲା।ପ୍ରାରମ୍ଭରେ ଇଷ୍ଟଦେବୀ ମା ମାହେଶ୍ୱରୀ ଙ୍କ ଠାରେ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ମା ଙ୍କର ବନ୍ଦନା କରାଯାଇଥିଲା।କେନ୍ଦ୍ର ସଭାପତି ବିଜୟ କୁମାର ମହାକୁରଙ୍କ ଅଧ୍ୟକତାରେ ଅନୁଷ୍ଟିତ ସଭାରେ ଯୋଗଦେଇଥିବା ଜାତି ଭାଇ ମାନେ ସମାଜର ବିକାଶ ଓ ଉନ୍ନତି ଦିଗରେ ସୁ ଚିନ୍ତିତ ମତାମତ ରଖିଥିଲେ। କେନ୍ଦ୍ରର ବାର୍ଷିକ ଆୟ ବ୍ୟୟ ଅଟକଳ କୋଷାଧ୍ୟକ୍ଷ ଡୋଲମଣୀ ବାରିକ ପଠନ କରିଥିଲେ। ସଭାରେ ପନ୍ଦର ଖଣ୍ଡ ଗ୍ରାମର ପାଖାପାଖି ପାଞ୍ଚଶହ ପୁରୁଷ ଏଵଂ ମହିଳା ଯୋଗଦେଇଥିଲେ ।
ବାର୍ଷିକ ସଭାକୁ କଦଳିପାଲୀ ଗ୍ରାମରେ ବସବାସ କରୁଥିବା ସମସ୍ତ ଡୁମାଳ ଜାତି ଭାଇମାନେ ସହଯୋଗ କରିଥିଲେ। କେନ୍ଦ୍ର ସମ୍ପାଦକ ଦେବାଶିଷ କଳତା, ଉପସଭାପତି ହରିହର ଛନ୍ଦ, ଭୁବନେଶ୍ୱର ପାତ୍ର, ବିନିକା ନଗର ଉପସଭାପତି ଗନ୍ଧର୍ବ ମାହାର, ସଭାରେ ଉପସ୍ଥିତ ଥିଲେ। କେନ୍ଦ୍ର ସଂଯୋଜକ ଗୋପାଳ ଚନ୍ଦ୍ର ବାରିକ ସଭା ସଂଯୋଜନା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।