-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
05-Feb-2021
ସାନଖେମୁଣ୍ଡି (ପ୍ରେରଣା ଖବର) ସାନଖେମୁଣ୍ଡି ତହସିଲ ଅଞ୍ଚଳରେ ଦେଖିବାକୁ ମିଳୁଛି ଛତୁ ଫୁଟିଲା ଭ ଇଟାଭାଟି । ଯାହାର ସୂଚନା ସ୍ଥାନୀୟ ତହସିଲ ପ୍ରଶାସନ ପାଇ ମଧ୍ୟ ରାଜସ୍ବ ଆଦାୟ ଅଳରେ ଚୁପ ବସିଥିବା ନେଇ ଅଭିଯୋଗ ହେଉଛି । ସରକାରୀ ତଥ୍ୟ ଅନୁଯାୟୀ ଗତ ବର୍ଷ ସାନଖେମୁଣ୍ଡି ତହସିଲରେ ୧୩ଟି ଚିମିନି ଭାଟି ଥିବାବେଳେ ୨ଟି ଚିମିନି ଭାଟି ପରିବେଶ ମଞ୍ଜୁରୀ, ସିଟିଙ୍ଗ କ୍ରାଇଟେରିଆ ପାଇଁ ଆବଶ୍ୟକୀୟ ଫାଇଲ ପେଣ୍ଡିଙ୍ଗ ରହିଥିବା ଜଣାପଡିଛି ।ସରକାରୀ ନିୟମ ଅନୁଯାୟୀ ଚିମିନି ଭାଟି ପାଇଁ ଗାଇଡ଼ ଲାଇନ ରହିଛି ଯେଉଁ ସବୁ ଗାଇଡ଼ ଲାଇନକୁ ମାନିଲେ ଇଟାଭାଟି କରାଯାଇ ପାରିବ । ପରିବେଶ ମଞ୍ଜୁରୀ, ସିଟିଙ୍ଗ କ୍ରାଇଟେରିଆ, ବାୟୁ ପ୍ରଦୂଷଣ ଏବଂ ଜଳ ପ୍ରଦୂଷଣ ସାର୍ଟିଫିକେଟ, ଜାତୀୟ ଗ୍ରୀନ୍ ଟ୍ରିବୁନାଲ ମଞ୍ଜୁରୀ, ଲଘୁ ଖଣିଜ ସମ୍ପଦ ସାର୍ଟିଫିକେଟ ଆବଶ୍ୟକ । କିନ୍ତୁ ଉପର ଭାଟି ସମ୍ପୂର୍ଣ୍ଣ ବେନିୟମ ବେଆଇନ । ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ ଆଇନର ଖୋଲା ଖୋଲି ଉଲଂଘନ ହେଉଥିବା ବେଳେ ସାନଖେମୁଣ୍ଡିରେ ଗଢି ଉଠିଛି ମାଳ ମାଳ ବେଆଇନ ଇଟା ଭାଟି ।
ତେବେ ଏନେଇ ତହସିଲ ପ୍ରଶାସନ ଜାଣିଥିଲେ ସୁଦ୍ଧା ରାଜସ୍ବ ଆଦାୟ କରି ବେଆଇନ ଭାଟିକୁ ପ୍ରଶୟ ଦେଉଛି । ଯାହା ଫଳରେ ବେଆଇନ ଇଟାଭାଟି ମାଫିଆ ମନ ଇଛା କୌଣସି ସରକାରୀ କାଗଜ ପତ୍ର ନଥାଇ ପରିବେଶ ପ୍ରଦୂଷଣ କରିବା ସହ ଖୋଲା ଖୋଲି ଆଇନ ଉଲଂଘନ କରୁଛନ୍ତି । କେବେ ତହସିଲ ପ୍ରଶାସନ ଏ ସବୁ ବନ୍ଦ କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବ ତାକୁ ହିଁ ଅପେକ୍ଷା ।