-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
05-Feb-2021
ସାନଖେମୁଣ୍ଡି (ପ୍ରେରଣା ଖବର) ପୋଲିସ ଏବଂ ଅବକାରୀ ବିଭାଗର ମିଳିତ ଚଢ଼ାଉ । ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ ସହ ୫ ଗିରଫ ।ସୂଚନାଯୋଗ୍ୟ ଯେ, ଶୁକ୍ରବାର ଭୋରରୁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ପୋଲିସ ଓ ଅବକାରୀ ବିଭାଗ ମିଳିତ ଭାବରେ ଚଢ଼ାଉ କରିଛି । ଜିଲ୍ଲାର ଚିକିଟି ବ୍ଲକର ସୋରଳ, ଧାନଘର, ଅମ୍ବାଝୋଲା ଆଦି ସ୍ଥାନରେ ଚଢ଼ାଉ କରି ବିପୁଳ ପରିମାଣରେ ଦେଶୀ ମଦ ସହ ବିଦେଶୀ ମଦ ଜବତ ହୋଇଛି । ଏହାସହ ୫ ଅଭିଯୁକ୍ତକୁ ଗିରଫ କରିଛି ବ୍ରହ୍ମପୁର ଅବକାରୀ ବିଭାଗ ସହ କ.ନୂଆଗାଁ ପୋଲିସ ଏବଂ ଗୋଳନ୍ଥରା ପୋଲିସ ।