-+91-9937148622 |
prerana_bgr@rediffmail.com |
Monday 10th August 2026 |
R.N.I. Regd No. ODIODI/2010/46693
Breaking News
12-Mar-2026
ବଲାଙ୍ଗିର(ପ୍ରେରଣା ଖବର): ଦେଓଗାଁ ବ୍ଲକ୍ ଅନ୍ତର୍ଗତ ଡୁମେରପିଟା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଜୈନେକ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କୁ ସ୍କୁଲର ପ୍ରଧାନଶିକ୍ଷକ ସରୋଜ କୁମାର ଧରୁଆ ମାଡ଼ ମାରିଥିବା ଅଭିଯୋଗରେ ଛାତ୍ର ଙ୍କ ମାଁ ବନ୍ଧପଡା ଫାଣ୍ଡି ର ଦ୍ୱାରସ୍ଥ ହୋଇଥିଲେ।କେଉଁ କାରଣରୁ ଛାତ୍ରଙ୍କୁ ମାଡ଼ ହୋଇଛି ସେ ବିଷୟ ଜାଣିବାକୁ ବନ୍ଧପଡ଼ା ପୋଲିସ କୁ ପଚାରିବାରୁ ସେ ଛାତ୍ରଙ୍କ ଅଭିଭାବକ,ସମ୍ପୃକ୍ତ ଶିକ୍ଷକ ଏବଂ କିଛି ଗ୍ରାମବାସୀଙ୍କ ସାକ୍ଷ୍ୟ ଥିବା ମାର୍ଚ୍ଚ ୫ ତାରିଖର ଅପୋଷି ବୁଝାମଣା ହୋଇଥିବା ପତ୍ର ଦେଖାଇ ଥିଲେ।ଉପରୋକ୍ତ ସମ୍ବେଦନଶୀଳ ଘଟଣାକୁ ନେଇ ସ୍କୁଲ ର ପ୍ରଧାନ ଶିକ୍ଷକ ସରୋଜ କୁମାର ଧରୁଆଙ୍କୁ ପଚାରିବାରୁ ସେ ଏଭଳି କୌଣସି ଘଟଣା ଘଟାଇ ନାହାନ୍ତି ବୋଲି ସଫେଇ ଦେଇଥିଲେ।ଯଦି ଏଭଳି କୌଣସି ଘଟଣା ଘଟି ନ ଥିଲା ତେବେ ଛାତ୍ର ମାଡ଼ ଘଟଣା କୁ ନେଇ ପୋଲିସ ଫାଣ୍ଡି ରେ ଆପୋଷ ବୁଝାମଣା ହେଲା କାହିଁକି।ତେବେ ଶିଶୁ ସୁରକ୍ଷା ଆଇନ ଏଠି ଫେଲ ମାରିଛି।ଏହି ଘଟଣା କୁ ନେଇ ଦେଓଗାଁ ବିଇଓ ଙ୍କୁ ପଚାରିବାରୁ ସେ ଏ ଘଟଣା ସମ୍ପର୍କରେ ଅବଗତ ହୋଇନଥିବା କହିଥିଲେ।ସେ ସଙ୍ଗେ ସଙ୍ଗେ ସିଆରସିସି ଙ୍କୁ ଡକାଇ ଉପରୋକ୍ତ ବିଷୟରେ ପଚାରିଥିଲେ।ସେ ମଧ୍ୟ ଜାଣି ନ ଥିବା କହିଥିଲେ। ବିଇଓ ଏହାର ବିଧିବଦ୍ଧ ତଦନ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।