-+91-9937148622 |
prerana_bgr@rediffmail.com |
Wednesday 12th August 2026 |
R.N.I. Regd No. ODIODI/2010/46693
Breaking News
08-Mar-2026
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା କଂସାରିପଡ଼ା ଦ୍ବାରା ପରିଚାଳିତ ଗୋକୁଳାଷ୍ଟମି ମହୋତ୍ସବ କମିଟିର ସମ୍ପାଦକ ଚିତ୍ତରଞ୍ଜନ ଦାସ ଓରଫ ରଞ୍ଜନ ଦାଦାଙ୍କ(୫୮)ବର୍ଷ ବୟସରେ ଆଜି ଭୋର ସକାଳେ ପରଲୋକ ଘଟିଛି ।ଖବର ପ୍ରଚାରିତ ହେବା ମାତ୍ରେ ତାଙ୍କର ଶେଷ ଦର୍ଶନ ପାଇଁ ଘରେ ନାହିଁ ନଥିବା ଭିଡ ଲାଗିରହିଥିଲା ।ସୂଚନା ଯୋଗ୍ୟ ଯେ ସ୍ବର୍ଗତ ରଞ୍ଜନ ଜଣେ ସରଳ ଓ ଦୟାବାନ ବ୍ୟକ୍ତି ଭାବେ ସମସ୍ତଙ୍କ ପରିଚିତ ଥିଲେ।ଏପରିକି ତାଙ୍କର ଚାଲି ଚଳନ ଠୁଁ ଆରମ୍ଭ କରି ଲୋକଙ୍କ ସହିତ ସୂ ସମ୍ପର୍କ ସ୍ଥାପନ ସହ ହସ ହସ ଖୁସିରେ ମଧୁର କଥାବାର୍ତ୍ତା ହୋଇ ସମସ୍ତଙ୍କର ପ୍ରିୟ ଭାଜନ ଥିଲେ । ମହୋତ୍ସବ କମିଟି ସମ୍ପାଦକ ପଦ ହେଉ ଅବା ଯେ କୌଣସି ପଦ ପଦବୀର ଦାୟିତ୍ଵ ନିର୍ବାହ କରିଥିଲେ ତାହା ନିଷ୍ଠାପର ଓ ଦକ୍ଷତାର ସହିତ ସମ୍ପାଦନା କରି ଆସୁଥିଲେ।ତାଙ୍କ ପରଲୋକରେ ଭାଙ୍ଗି ପଡ଼ି ପରିବାର ଓ ଶୁଭେଚ୍ଛୁ ମହଲରେ ଆଖିରୁ ଲୁହ ଝରୁଥିବା ବେଳେ ସାରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।ତାଙ୍କ ମରଶରୀରକୁ ଏକ ଶୋଭାଯାତ୍ରାରେ ନିକଟ ମହାନଦୀ ପୋଲ ସ୍ଥିତ ଶ୍ଵଶାନ ଘାଟକୁ ନିଆଯାଇଥିଲା ସେଠାରେ ତାଙ୍କର ଏକମାତ୍ର ଝିଅ ଜାଗୃତି ଦାସ ଓ ପୁତୁରା ପ୍ରମୋଦ ଦାସ ମଖାଗ୍ନୀ ପ୍ରଦାନ କରିଥିଲେ।