-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
05-Feb-2021
ନବରଙ୍ଗପୁର (ପ୍ରେରଣା ଖବର) : ଚଳନ୍ତା କାରରେ ଲାଗିଲା ନିଆଁ । ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର ଓ ଯାତ୍ରୀ । ୨୬ ନଂ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା ।
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପ୍ରଗତି ମହାବିଦ୍ୟାଳୟ ରାସ୍ତା ସମ୍ମୁଖରେ କାରରେ ନିଆଁ ଲାଗିଯାଇଛି । ନିଆଁ ଲାଗିଯିବାରୁ ଚଳନ୍ତା କାରରୁ ଡେଇଁ ପଡ଼ିଥିଲେ ଡ୍ରାଇଭର ଓ ଯାତ୍ରୀ । କାର୍ ରାସ୍ତା କଡ଼ରେ ହୁତୁ ହୁତୁ ହୋଇ ଜଳି ଯାଇଥିଲା। ଘଟଣାସ୍ଥଳରେ ଦମକଳବାହିନୀ ପହଞ୍ଚି ନିଆଁ ନିୟନ୍ତ୍ରଣ କରିଥିଲେ ହେଁ କାର୍ ସଂପୂର୍ଣ୍ଣ ଜଳିଯାଇଛି । ଏ ନେଇ କାର୍ ମାଲିକ ଭବାନୀପାଟଣା ଟାଉନ ଥାନାରେ ଏତଲା ଦେଇଛନ୍ତି ।