-+91-9937148622 |

prerana_bgr@rediffmail.com |

  Saturday 15th August 2026 |

| | | |

R.N.I. Regd No. ODIODI/2010/46693

Breaking News

ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ।   (15-Aug-2026)       ||      ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   (15-Aug-2026)       ||      ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   (15-Aug-2026)       ||      ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   (15-Aug-2026)       ||      କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   (15-Aug-2026)       ||      ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ    (15-Aug-2026)       ||      ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   (15-Aug-2026)       ||      ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ    (15-Aug-2026)       ||      ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   (15-Aug-2026)       ||      *ଡାବୁଗାଁ ବ୍ଲକର ବିଭିନ୍ନ ସ୍ଥାନରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ*   (15-Aug-2026)       ||      ମାୟାବର୍ହା ବିଦ୍ୟାଳୟ ସ୍ତରୀୟ ୮୦ତମ ସ୍ୱାଧୀନତା ଦିବସ ପାଳିତ   (15-Aug-2026)       ||      ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ପ୍ରାଙ୍ଗଣରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହ ରେ ପାଳିତ   (15-Aug-2026)       ||      ବିଶିଷ୍ଟ ସଙ୍ଗୀତଜ୍ଞ ଦିପ୍ତୀ ପ୍ରକାଶ ଦାସଙ୍କ ଟ୍ରକ୍ ଧକ୍କାରେ ଦେହାନ୍ତ    (15-Aug-2026)       ||      ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ରେ ୮୦ ତମ ସ୍ବାଧୀନତା ଦିବସ ପାଳନ   (15-Aug-2026)       ||      ବୋଡେ଼ନ ରେ ତ୍ରିରଙ୍ଗା ଶୋଭାଯାତ୍ରା   (15-Aug-2026)       ||      ବୋଡ଼େନ ପଞ୍ଚାୟତ ସମିତି ମେମ୍ବରଙ୍କ ସ୍ଵତନ୍ତ୍ର ବୈଠକ   (15-Aug-2026)       ||      ଜିଲ୍ଳାସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳିତ   (14-Aug-2026)       ||     

HOME   ଜିଲ୍ଲା

ରାୟଗଡ଼ା ବିକଶିତ ହେଲେହିଁ ଓଡ଼ିଶା ଓ ଭାରତ ବିକଶିତ ହେବ: କେବିକେ ସୁରକ୍ଷା ଓ ଉନ୍ନୟନ ପରିଷଦର ଜିଲ୍ଲା ବୈଠକ

03-Mar-2026



ରାୟଗଡ଼ା(ପ୍ରେରଣା ଖବର): ରାୟଗଡା ଜିଲ୍ଲାରେ ପ୍ରଥମଥର ପାଇଁ କେବିକେ ସୁରକ୍ଷା ଓ ଉନ୍ନୟନ ପରିଷଦର ସମସ୍ତ ବ୍ଲକର ପ୍ରମୁଖ କାର୍ଯ୍ୟକର୍ତ୍ତାଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ ବୈଠକର ଆୟୋଜନ କରାଯାଇ ଜିଲ୍ଲାରେ ଥିବା ସମସ୍ୟାଗୁଡ଼ିକୁ କିପରି ସମ୍ଭାବନାରେ ପରିଣତ କରାଯାଇପାରିବ ସେ ବିଷୟରେ ଆଲୋଚନା କରାଗଲା । ଉକ୍ତ ବୈଠକରେ ପରିଷଦର ଆଗାମୀ ଯୋଜନା ଓ ଜ଼ିଲ୍ଲା ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କ ଚୟନ ଉପରେ ଆଲୋଚନା ହୋଇଥିଲା । ଜିଲ୍ଲାର ସୁରକ୍ଷା ଓ ଉନ୍ନତି ପାଇଁ ପରିଷଦ ଶତପ୍ରତିଶତ ପ୍ରତିବଦ୍ଧ ହୋଇ ଅଗ୍ରାଧିକାର ଭିତ୍ତିରେ କାମ କରିବା ପାଇଁ ମତ ପ୍ରକାଶ ପାଇଥିଲା । ଏହି କାର୍ଯ୍ୟକ୍ରମଟି "କେବିକେ ସୁରକ୍ଷା ଓ ଉନ୍ନୟନ ପରିଷଦ” ର ସଭାନେତ୍ରୀ ବିଦୁଲତା ହୁଇକାଙ୍କ ନେତୃତ୍ୱରେ ଆୟୋଜିତ ହୋଇଥିବା ବେଳେ, ରାୟଗଡ଼ା ଜିଲ୍ଲାର ସମସ୍ତ ୧୧ଟି ବ୍ଲକ୍‌ରୁ ଅନେକ ସମାଜସେବୀଗଣ ଉପସ୍ଥିତ ଥିଲେ।

ସଭାରେ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିଲେ ବରିଷ୍ଠ ସାମ୍ବାଦିକ ଡ଼ା. ବାଦଲ କୁମାର ତା । ସେ ତାଙ୍କ ଉଦବୋଧନରେ ଜିଲ୍ଲାର ଶିକ୍ଷା, ସ୍ୱାସ୍ଥ୍ୟ, ପରିବେଶ ସୁରକ୍ଷା, ପିଇବା ପାଣି, ରାସ୍ତା ମରାମତି, ନିଶା ନିବାରଣ, ଦାଦନ ଶ୍ରମିକଙ୍କ ସମସ୍ୟା ଏବଂ ନିଜ ଜିଲ୍ଲାରେ କର୍ମନିଯୁକ୍ତି ସୃଷ୍ଟି ଉପରେ ଆଲୋକପାତ କରିଥିଲେ । ସେ ଏହା ମଧ୍ୟ କହିଥିଲେ ଯେ ଭିବିଜିରାମଜି ଯୋଜନାରୁ କିପରି ଅଧିକ ଲୋକ ଉପକୃତ ହେବେ, ତାହା ପାଇଁ ସଚେତନତା ଆବଶ୍ୟକ। ସମସ୍ତ ଉନ୍ନୟନ ପ୍ରକ୍ରିୟାରେ ଦିବ୍ୟାଙ୍ଗ ମାନଙ୍କ ଅନ୍ତର୍ଭୁକ୍ତିକରଣ ଓ ସହଭାଗିତା ର ପ୍ରାସଙ୍ଗିକତା ଅଛି ବୋଲି ମତ ପ୍ରକାଶ ପାଇଥିଲା ।

ନାରୀ ସୁରକ୍ଷା, ଚାଷୀମାନଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ, ଜୈବିକ ପଦ୍ଧତିରେ ଚାଷକୁ ପ୍ରୋତ୍ସାହନ ଏବଂ ସରକାରୀ କର୍ମଚାରୀମାନେ ସାଧାରଣ ଲୋକଙ୍କ କାମ ଠିକ୍‌ଭାବରେ କରିବାକୁ ପଡିବ ବୋଲି ବିଶେଷ ଆଲୋଚନା କରାଯାଇଥିଲା । ବୁଢ଼ା ବୁଢ଼ୀମାନେ ଭତ୍ତାରୁ ବଞ୍ଚିତ ହେଉଥିବା ନେଇ ମଧ୍ୟ ଗଭୀର ଚିନ୍ତା ପ୍ରକାଶ ପାଇଥିଲା । ରାୟଗଡ଼ା ଜିଲ୍ଲାର ପ୍ରାୟ ୧୦ ହଜାର ବୃଦ୍ଧ ବୃଦ୍ଧା ଭତ୍ତା ପାଇଁ ଆବେଦନ କରି ଅପେକ୍ଷାରେ ରହିଥିବା ସୂଚନା ମିଳିଛି । ଏହା ସହ ଜଙ୍ଗଲରୁ ଅବୈଧ ଗଛ କଟା ଓ ଜଙ୍ଗଲ କ୍ଷୟ ନେଇ ମଧ୍ୟ ଚିନ୍ତା ବ୍ୟକ୍ତ କରାଯାଇଥିଲା ।

ସଭାର ମୂଳ ଉଦ୍ଦେଶ୍ୟ ଥିଲା — ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତି ସରକାରୀ ଯୋଜନାର ସୁବିଧା ପାଇପାରନ୍ତୁ । "ବିକଶିତ ରାୟଗଡ଼ା" ହେଲେ ହିଁ ବିକଶିତ ଓଡ଼ିଶା -୨୦୩୬ ଓ ଭାରତ -୨୦୪୭ ସମ୍ଭବ ବୋଲି ବିଶେଷ ଆଲୋଚ୍ୟ ବିଷୟ ଥିଲା । ଜିଲ୍ଲାର ସମସ୍ତ ବ୍ଲକ୍, ପଞ୍ଚାୟତ ଓ ଗ୍ରାମ ମାନଙ୍କରେ ପରିଷଦର କମିଟିମାନ ଗଠନ କରି ଉଦ୍ଦେଶ୍ୟଗୁଡ଼ିକୁ କାର୍ଯ୍ୟାନ୍ୱୟନ କରାଯିବା ଉପରେ ଅଂଶଗ୍ରହଣକାରୀ ମାନେ ଧ୍ୟାନ ଆକର୍ଷଣ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଜୟ ମିଶ୍ର, ଶ୍ୟାମ କୁମାର ଦାସ, ଜେମ୍ସ ଶବର, ଧରଣୀ ପ୍ରଟିକା, ଅକ୍ଷୟ କୁମାର ପିଡିସିକା, ଦିବାକର ଶବର, ଲକ୍ଷ୍ମୀ ଶବର, ଇଶ୍ଵର ଶବର, ପୁରନ୍ଦର ବନ୍ଥ, ଜଳନ୍ଧର ବାଛିଲି, ରାକେଶ ହିମିରିକା, ସତ୍ୟ ପ୍ରଟିକା, ଅନିତା ପିଡିକାକା, ବାଳମୁକୁନ୍ଦ ପାଳ, ଜବାବ ପାଲକା, ଅମିତ କୁମାର ପାଢ଼ୀ, ତପନ କାଡ୍ରାକା, ଧରଣୀ ପ୍ରଟିକା, ଉମାଶଙ୍କର ପାଢ଼ୀ, ଅନାମ ଚରଣ କୁସୁଲିଆ,  ଓ ସୁନାମଣି ପ୍ରଟିକା, ବିଦ୍ୟା ପଣ୍ଡା, ବିଦ୍ୟା ସାଗର, ଜାଲଦୁ କଣ୍ଡାଗରି, ସିମାଦ୍ରି ଡୁବୁରୁକା, ସୁନା ମାଝୀ, ପ୍ରଭାକର ଦୋରା, ଅଜୟ ରଥ, କୃଷ୍ଣ ଶବର, ସୀମାଞ୍ଚଳ ନାୟକ, ଅମର ସାହୁ ଓ ଅନ୍ୟମାନେ ଅଂଶଗ୍ରହଣ କରି ସହଯୋଗ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଶିଶୁ ବାଟିକା ବିଭାଗର ମାତୃ ସମ୍ମିଳନୀ ଅନୁଷ୍ଠିତ ।   15-Aug-2026
  ଜିଲ୍ଲା  
ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରେ ୮୦ ତମ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
୮୦ତମ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳିତ♦️ ଅଭିବାଦନ ଗ୍ରହଣ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ   15-Aug-2026
  ଜିଲ୍ଲା  
ତେନ୍ତୁଳିଖୁଣ୍ଟି ବ୍ଲକ ଚିତ୍ରକୋଟ ରେ ଧୂମଧାମରେ ର ପାଳିତ ହେଲା ସ୍ବାଧୀନତା ଦିବସ   15-Aug-2026
  ଜିଲ୍ଲା  
ଫୁଲୁଛି ବ୍ରାହ୍ମଣୀ, ଅରୁଆଳ ଘାଇ ଦେଇ ବନ୍ୟା ଜଳ ପ୍ରବେଶ   15-Aug-2026
  ଜିଲ୍ଲା  
କୋକସରା ଗୁଡ଼ ହାଣ୍ଡି ମଞ୍ଚରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ରାଜ୍ୟ  
ଅଣଶିକ୍ଷକ ପଦବୀ ଓ କଲେଜ ସମସ୍ୟାର ଉତ୍ତର କେବେ ଦେବେ ସରକାର? : ବିଜୁ ଛାତ୍ର ଜନତା ଦଳ   15-Aug-2026
  ଜିଲ୍ଲା  
ସଇଁତଳା ବାଳିକା ବିଦ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ଆମ ଉତ୍କଳ ମହିଳା ବିକାଶ ପରିଷଦ ର ସ୍ୱାଧୀନତା ଦିବସ ପାଳନ   15-Aug-2026
  ଜିଲ୍ଲା  
ସାଇଟ କଲେଜ ରେ ୮୦ ତମ ସ୍ୱାଧିନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ଜେ ଏସ୍ ଏମ୍ କଲେଜରେ ସ୍ୱାଧୀନତା ଦିବସ ପାଳିତ   15-Aug-2026
  ଜିଲ୍ଲା  
ବରପାଲିରେ ୮୦ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ।   15-Aug-2026

You Might Also Like