-+91-9937148622 |

prerana_bgr@rediffmail.com |

  Tuesday 18th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଲୋକଙ୍କୁ ହସାଉଥିବା କଳାକାର ବିଶ୍ୱ ବଗର୍ତ୍ତୀ ଆରପାରିରେ   (18-Aug-2026)       ||      ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ବି ଏମ ଏସର ସ୍ମାରକ ପତ୍ର .ଶ୍ରମିକଙ୍କ ବିଭିନ୍ନ ଦାବୀର ତୁରନ୍ତ ସମାଧାନ .୧୧ ଦଫା ଦାବୀର ସ୍ମାରକ ପତ୍ର ପ୍ରଦାନ .ଉଦ୍ୟୋଗରେ ବେଆଇନ ଛଟେଇ ପ୍ରତ୍ୟାହାର   (18-Aug-2026)       ||      ବରୀ ରେ ବନ୍ୟା   (18-Aug-2026)       ||      *ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ମେଗା ବୃକ୍ଷ ରୋପଣ କାର୍ଯକ୍ରମ*   (18-Aug-2026)       ||      କଣ୍ଟାବାଞ୍ଜି ରେ ସ୍ବାଧୀନତା ଦିବସରେ ସମ୍ବିଧାନ ହତ୍ୟା!    (18-Aug-2026)       ||      ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାମୂହିକ ଶପଥ ପାଠ   (18-Aug-2026)       ||      *ରାସ୍ତା ଖାଳିବା ଘଟଣାକୁ କେନ୍ଦ୍ର କରି କେରଣ୍ଡୀ ଗ୍ରାମବାସୀ ଏବଂ ଜମି ମଲିକଙ୍କ ମଧ୍ୟରେ ସୃଷ୍ଟି ହେଲା ବିବାଦ*   (18-Aug-2026)       ||      ରାମମନ୍ଦିର କମିଟି ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କ ଦ୍ୱାରସ୍ଥ   (18-Aug-2026)       ||      କଟକ ମହାନଗର ଶାନ୍ତି କମିଟିର ନବୀକରଣ କର୍ଯ୍ୟାଳୟ ଉଦଘାଟିତ   (18-Aug-2026)       ||      ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   (17-Aug-2026)       ||      ଲୋକାର୍ପିତ କବିତା ସଂକଳନରେ ସୃଜନଶୀଳ ଚିନ୍ତାଧାରାର ପ୍ରତିଫଳନ♦️ କବି ରାଜକିଶୋର ପଣ୍ଡାଙ୍କ ରଚିତ ପୁସ୍ତକରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      କବି ରାଜକିଶୋର ପଣ୍ଡା ରଚିତ ପୁସ୍ତକ ରେ ସ୍ଥାନ ପାଇଛି ୧୦୭ ଟି କବିତା    (17-Aug-2026)       ||      ଭୁବନେଶ୍ୱରରେ ଅନୁଷ୍ଠିତ ହେବ ଐତିହାସିକ ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ୍ ଟୁର ସିଲଭର୍ ମିଟ୍   (17-Aug-2026)       ||      ଆଗକୁ ନୂଆଖାଇ ପାଟଣେଶ୍ୱରୀ ମନ୍ଦିର ଗମ୍ଭାର ଘର ମରାମତି କେବେ ?   (17-Aug-2026)       ||      ଦେଓଗାଁରେ ଓଷ୍ଟା ପକ୍ଷରୁ ସାମ୍ବିଧାନିକ ବୈଠକ   (17-Aug-2026)       ||      ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ପାଇଁ ଓଡିଶା ଦଳ ଘୋଷଣା   (17-Aug-2026)       ||      ସ୍ମାର୍ଟ ଜଳସେଚନ ଓ ଚାହିଦାଭିତ୍ତିକ ଜଳ ପରିଚାଳନା ଉପରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଏକଦିନିଆ କର୍ମଶାଳା   (17-Aug-2026)       ||      *କଳାହାଣ୍ଡି ଜିଲ୍ଲା ଆତ୍ମା ପକ୍ଷରୁ ଚାଷୀ ଙ୍କୁ ନେଇ ସୁବର୍ଣ୍ଣପୁର କ୍ଷେତ୍ର ପରିଦର୍ଶନ*- *ଚାଷୀ ଓ ବୈଜ୍ଞାନିକ ଙ୍କ ଭାବ ବିନିମୟ କାର୍ଯ୍ଯ କ୍ରମ*-   (17-Aug-2026)       ||      ଝରଣିପାଲି ଠାରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ   (17-Aug-2026)       ||      *ଏବେ ବି ବଞ୍ଚିଛି ମାନବିକତା*- *ବୋଲବମ ଚାରିଟେବୁଲ ଟ୍ରଷ୍ଟ କୁ ବୁଦ୍ଧିଜୀବି ମହଲରେ ପ୍ରଶଂସା*-   (17-Aug-2026)       ||     

HOME   ଜିଲ୍ଲା

ବଜେଟକୁ ନେଇ ସମ୍ମିଳନୀରେ ସମ୍ମିଳନୀ

27-Feb-2026



ବଲାଙ୍ଗିର(ପ୍ରେରଣା ଖବର): କେନ୍ଦ୍ର ବଜେଟରେ ମୋହନ ସରକାର ଓଡ଼ିଶା ପାଇଁ କିଭଳି ବଜେଟ ପ୍ରସ୍ତୁତି କରିଛନ୍ତି ତାକୁ ନେଇ ବଲାଙ୍ଗିର ସାମ୍ବାଦିକ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ହୋଇ ଥିଲା। ୩ଲକ୍ଷ ୧୦ ହଜାର କୋଟି ରେ ବଲାଙ୍ଗିର ଜିଲ୍ଲା ପାଇଁ କଣ ସବୁ ବ୍ୟବସ୍ଥା ଅଛି ସେ ବିଷୟରେ ପଞ୍ଚାୟତି ରାଜ ମନ୍ତ୍ରୀ ରବି ନାରାୟଣ ନାଏକ ଉପସ୍ଥାପନ କରିଥିଲେ। ପ୍ରଥମେ କୃଷି ମହାବିଦ୍ୟାଳୟ ଏବଂ ଇଞ୍ଜିନିୟରିଂ କଲେଜ ସ୍ଥାପନ ପାଇଁ ବଜେଟ ରେ ଉଲ୍ଲିଖିତ ଥିବା କହିଥିଲେ।ଆଜିର ଏହି ସାମ୍ବାଦିକ ସମ୍ମିଳନୀ ଏବଂ ବୁଦ୍ଧିଜୀବୀ ସମ୍ମିଳନୀ ରେ ମାନ୍ୟବର ପଞ୍ଚାୟତି ରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ସହ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ବଲାଙ୍ଗିର ବିଜେପି ଦଳ ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ଗୋପାଳଜୀ ପାଣିଗ୍ରାହୀ ଏବଂ ବିଜେପି ଦଳ ଜିଲ୍ଲା ସଭାପତି ମଞ୍ଚାସୀନ ଥିଲେ।ସଭିଏଁ ଦଳ ର ବଳ ଉପରେ ଅନେକ ବାହାସ୍ପୋଟ ସହ ବିଜେପି ଶାସନ ର ଦୁଇ ବର୍ଷର ପୂର୍ତ୍ତି ରେ କରିଥିବା କାର୍ଯ୍ୟ ର ବିବରଣୀ ଉପସ୍ଥାପନ କରିଥିଲେ।ବିକଶିତ ଭାରତ ପାଇଁ ସରକାର କେନ୍ଦ୍ର ଓ ରାଜ୍ୟ ବଜେଟ ରେ ଉଲ୍ଲିଖିତ କରିଥିବା ସମସ୍ତ ବିବରଣୀ ମନ୍ତ୍ରୀ ରବି ନାୟକ ଗୋଟି ଗୋଟି କରି ଉପସ୍ଥାପନ କରିଥିଲେ।ଯେକୌଣସି ସରକାର ସମୟରେ ଅନ୍ୟ ଜିଲ୍ଲା ଅପେକ୍ଷା ବଲାଙ୍ଗିର ଜିଲ୍ଲା ମନ୍ତ୍ରୀ ବହୁଳ ଜିଲ୍ଲା ଭାବେ ପରିଗଣିତ।ବିଗତ ଦିନରେ ବଲାଙ୍ଗିର ଜିଲ୍ଲା ପଛୁଆ ଥିବା ବେଳେ ଏବେ ମଧ୍ୟ ପଛୁଆ ଜିଲ୍ଲା ଭାବେ ପରିଗଣିତ ହେଉଛି।ସେ ବିଜେଡି ହେଉ କି କଂଗ୍ରେସ ହେଉ କି ବିଜେପି ହେଉ ଯେକୌଣସି ରାଜନୀତିକ ଦଳ ହେଉ ଜିଲ୍ଲାର ବିକାଶ ନାମରେ ଏ ଜିଲ୍ଲାର ସାଧାରଣ ଲୋକଙ୍କୁ ଠକି ଚାଲିଛନ୍ତି।ବିକାଶ ନାମରେ ଡିଣ୍ଡୀମ ପିଟୁଥିବା ସରକାର ବର୍ତ୍ତମାନ ପର୍ଯ୍ୟନ୍ତ ଜିଲ୍ଲାର ସଂଖ୍ୟାଧିକ ଗରିବ ଶ୍ରେଣୀ ର ଲୋକ ପେଟ ପାଇଁ ବାହାର ରାଜ୍ୟ କୁ ଦାଦନ ଭାବେ ଯାଇ ଧନ ଜନ ଜୀବନ ଯୌବନ ହରାଇ ଆସୁଛନ୍ତି।ସରକାର ବିଫଳ ହୋଇଛନ୍ତି ଦାଦନ ରୋକିବାରେ।ଦାଦନ ଯୋଗୁଁ ଚଳିତ ବର୍ଷ ୭୦୦ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ମେଟ୍ରିକ୍ ପରୀକ୍ଷା ଦେବାରୁ ବଞ୍ଚିତ ଅଛନ୍ତି।ସରକାର ଏହା ଉପରେ କି ପଦକ୍ଷେପ ନେଇଛନ୍ତି ବୋଲି ସାମ୍ବାଦିକ ମାନେ ପ୍ରଶ୍ନ କରିବାରୁ ମନ୍ତ୍ରୀ ତାର ସଠିକ ଉତ୍ତର ରଖିପାରି ନ ଥିଲେ।ବର୍ଷ ବର୍ଷ ଧରି ନେତା ମାନେ ସମସ୍ୟା ବହୁଳ ଜିଲ୍ଲା ର ଅଗ୍ରଗତି ଉନ୍ନତି ବିଷୟରେ ଅନେକ ମନଲୋଭା ଭାଷଣ ଦେଇ ଜନସାଧାରଣ ଙ୍କ ପ୍ରିତିଭାଜନ ହୋଇ ପାରିଛନ୍ତି।ଜନସାଧାରଣ ମନ୍ତ୍ରୀ ଙ୍କ ମନ ମତାଣିଆ କଥାରେ ସନ୍ତୁଷ୍ଟ ହୋଇ କରତାଳି ରେ ସମ୍ମାନ ଏବଂ ସ୍ବାଗତ ଜଣାଇଛନ୍ତି।ଆଉ କେତେ ବର୍ଷ ବଲାଙ୍ଗିର ବିକାଶ ନାମରେ ନେତା ମାନଙ୍କ କଥାରେ ସଚେତନ ଜନସାଧାରଣ ଏଭଳି କରତାଳି ଦେଇ ନିଜ ମନ ବୁଝାଇବେ।ଯେତେଦିନ ପର୍ଯ୍ୟନ୍ତ ଜନସାଧାରଣ ନିଜର ଅଧିକାର ବିଷୟରେ ନ ଜାଣିବେ ସେତେଦିନ ପର୍ଯ୍ୟନ୍ତ ନେତା ଜନତା ଙ୍କୁ ଭାଷଣ ମାଧ୍ୟମରେ ଠକି ଚାଳିଥିବେ।ଚଳିତ ବଜେଟ ରେ ଉପର ଏବଂ ତଳ ସ୍ଥର ଲୋକଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗ ଥିବା ବେଳେ ମଧ୍ୟ ବର୍ଗ ଲୋକଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ।ମଧ୍ୟ ବର୍ଗ ଲୋକଙ୍କ ଭୋଟ ବଳରେ ନେତା ନିର୍ବାଚିତ ହେଉଥିବା ବେଳେ ସରକାର ଏହି ଲୋକଙ୍କ ପାଇଁ ବଜେଟ ରେ କଣ ବ୍ୟବସ୍ଥା କରିଛନ୍ତି ବୋଲି ଲୋକେ ପ୍ରଶ୍ନ କରିଛନ୍ତି।ପଞ୍ଚାୟତିରାଜ ମନ୍ତ୍ରୀ କଥା ଛଳରେ ଅନେକ ଗୁରୁତର ବିଷୟ ଉପସ୍ଥାପନ କରିଥିଲେ।ନିଜ ଅଞ୍ଚଳର ସମସ୍ୟା କୁ ବାରମ୍ବାର ସରକାର ଙ୍କ ନିକଟରେ ଉପସ୍ଥାପନ କଲେ ନିଶ୍ଚିତ ଭାବେ କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ ତାଙ୍କ ବକ୍ତବ୍ୟ ରେ ଉପସ୍ଥିତ ସମସ୍ତ ଙ୍କୁ ସୂଚାଇ ଦେଇ ଥିଲେ।ପରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ନାଗରିକ କମିଟି ନିର୍ବାଚନ ରେ ଜୟଯୁକ୍ତ ହୋଇଥିବା ସମସ୍ତ ସଦସ୍ୟ ମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲୋକଙ୍କୁ ହସାଉଥିବା କଳାକାର ବିଶ୍ୱ ବଗର୍ତ୍ତୀ ଆରପାରିରେ   18-Aug-2026
  ଜିଲ୍ଲା  
ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟ ମନ୍ତ୍ରୀଙ୍କୁ ବି ଏମ ଏସର ସ୍ମାରକ ପତ୍ର .ଶ୍ରମିକଙ୍କ ବିଭିନ୍ନ ଦାବୀର ତୁରନ୍ତ ସମାଧାନ .୧୧ ଦଫା ଦାବୀର ସ୍ମାରକ ପତ୍ର ପ୍ରଦାନ .ଉଦ୍ୟୋଗରେ ବେଆଇନ ଛଟେଇ ପ୍ରତ୍ୟାହାର   18-Aug-2026
  ଜିଲ୍ଲା  
ବରୀ ରେ ବନ୍ୟା   18-Aug-2026
  ଜିଲ୍ଲା  
*ଭାରତ ବିକାଶ ପରିଷଦ ସୋନପୁର ଶାଖା ପକ୍ଷରୁ ମେଗା ବୃକ୍ଷ ରୋପଣ କାର୍ଯକ୍ରମ*   18-Aug-2026
  ଜିଲ୍ଲା  
କଣ୍ଟାବାଞ୍ଜି ରେ ସ୍ବାଧୀନତା ଦିବସରେ ସମ୍ବିଧାନ ହତ୍ୟା!   18-Aug-2026
  ଜିଲ୍ଲା  
ନିଶାମୁକ୍ତ ସମାଜ ଗଠନ ଲକ୍ଷ୍ୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସାମୂହିକ ଶପଥ ପାଠ   18-Aug-2026
  ଜିଲ୍ଲା  
*ରାସ୍ତା ଖାଳିବା ଘଟଣାକୁ କେନ୍ଦ୍ର କରି କେରଣ୍ଡୀ ଗ୍ରାମବାସୀ ଏବଂ ଜମି ମଲିକଙ୍କ ମଧ୍ୟରେ ସୃଷ୍ଟି ହେଲା ବିବାଦ*   18-Aug-2026
  ଜିଲ୍ଲା  
ରାମମନ୍ଦିର କମିଟି ଗେଟ ଓ ମାର୍କେଟୟାଡ଼ ପାଇଁ ତହସିଲଦାର ଙ୍କ ଦ୍ୱାରସ୍ଥ   18-Aug-2026
  ଜିଲ୍ଲା  
କଟକ ମହାନଗର ଶାନ୍ତି କମିଟିର ନବୀକରଣ କର୍ଯ୍ୟାଳୟ ଉଦଘାଟିତ   18-Aug-2026
  ଜିଲ୍ଲା  
ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ   17-Aug-2026
  ଜିଲ୍ଲା  
ଲୋକାର୍ପିତ କବିତା ସଂକଳନରେ ସୃଜନଶୀଳ ଚିନ୍ତାଧାରାର ପ୍ରତିଫଳନ♦️ କବି ରାଜକିଶୋର ପଣ୍ଡାଙ୍କ ରଚିତ ପୁସ୍ତକରେ ସ୍ଥାନ ପାଇଛି ୧୦୭ ଟି କବିତା   17-Aug-2026
  ଜିଲ୍ଲା  
କବି ରାଜକିଶୋର ପଣ୍ଡା ରଚିତ ପୁସ୍ତକ ରେ ସ୍ଥାନ ପାଇଛି ୧୦୭ ଟି କବିତା   17-Aug-2026

You Might Also Like

       
  ଜିଲ୍ଲା  

ବରୀ ରେ ବନ୍ୟା