-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
26-Feb-2026
ବରପାଲି (ସୁଦାମ ଦୀପ )
ବରଗଡ ଜିଲ୍ଲା ବରପାଲି ୱାର୍ଡ ନଂ ୨ ଶାନ୍ତିନଗର ପଡା ରେ ନବ ନିର୍ମିତ ଆଶୁତୋଷ ବାବା ମନ୍ଦିର ପ୍ରତିଷ୍ଠାର ପ୍ରଥମ ବାର୍ଷିକ ଉତ୍ସବ ଆଜି ମହା ସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ପୌରାଣିକ କଥା ବସ୍ତୁ କୁ ନେଇ ରାମାୟଣ ରେ ଆଧାରିତ ସୀତା ବିବାହ ଅନୁଷ୍ଠିତ ହୋଇଯାଇଛି। ରାମ ଓ ସିତାବିବାହ ଉତ୍ସବ ରେ ସୀତାଙ୍କ ପିତା ଓ ମାତା ଭାବରେ ଚିତ୍ତରଞ୍ଜନ ସାହୁ ଓ ଶ୍ରୀମତୀ ପ୍ରଭାତୀ ସାହୁ କର୍ତ୍ତା କାର୍ଯ୍ୟ ତୁଲାଇବା ସାଙ୍ଗକୁ ବିବାହ କାର୍ଯ୍ୟ ସମ୍ପୂର୍ଣ୍ଣ ରୀତିରେ ସମ୍ପନ୍ନ କରିଥିଲେ।ଏବଂ ଆଶୁତୋଷ ବାବାଙ୍କ ମନ୍ଦିର ପୂଜାର୍ଚ୍ଚନାରେ କର୍ତ୍ତା ଭାବେ ପଦ୍ମଲୋଚନ ପଣ୍ଡା - ଜୟନ୍ତୀ ପଣ୍ଡା କାର୍ଯ୍ୟ ତୁଲାଇଥିଲେ। ପ୍ରଥମେ ସକାଳ ପ୍ରାୟ ୧୧ ଟା ସମୟ ରେ ମହିଳା ମାନଙ୍କ ଏକ ଭବ୍ୟ ଶୋଭାଯାତ୍ରା ମନ୍ଦିର ରୁ ବାହାରି ନଗର ପରିକ୍ରମା କରି ବଡ କେନାଲ ଠାରେ କଳସ ପୂଜା କରି ପୂର୍ଣ୍ଣ କଳସ ଅଣାଯାଇଥିଲା ଏବଂ ପୂଜାକାର୍ଯ୍ୟ ଆରମ୍ଭ ହୋଇଥିଲା। ପୌରୋହିତ ଭାବେ କିଶୋର କୁମାର ମିଶ୍ର,ଓ ସାଥୀ ମାନେ କାର୍ଯ୍ୟ ସମ୍ପାଦନା କରିଛନ୍ତି।