-+91-9937148622 |
prerana_bgr@rediffmail.com |
Wednesday 19th August 2026 |
R.N.I. Regd No. ODIODI/2010/46693
Breaking News
25-Feb-2026
ବଲାଙ୍ଗୀର (ପ୍ରେରଣା ଖବର): ସରକାରୀ ମହିଳା ମହାବିଦ୍ୟାଳୟ ବଲାଙ୍ଗିରରେ ଭାରତ ସରକାରଙ୍କର ଯୁବକମାନଙ୍କୁ ଏକ ଉତ୍ତମ ରାଜନୀତି କ୍ଷେତ୍ରରେ ତାଙ୍କ ପଦ ସ୍ଥାପନ ପାଇଁ ତଥା ବିକଶିତ ଭାରତ ନିର୍ମାଣ ପାଇଁ ଯୁବ ଶକ୍ତିର ଭୂମିକା ନିର୍ଦ୍ଦାରଣ ପାଇଁ ଭାରତ ସରକାରଙ୍କର ଯୁବ ଓ କ୍ରୀଡ଼ା ବ୍ୟାପାର ମନ୍ତ୍ରଣାଳୟଙ୍କର ନିର୍ଦ୍ଦେଶକ୍ରମେ ଜାତୀୟ ସେବା ଯୋଜନା ଓ ମୋର ଯୁବା ଭାରତ ସହଯୋଗରେ ଯୁବ ସଂସଦ କାର୍ଯ୍ୟକ୍ରମ ୨୦୨୬ ମହାବିଦ୍ୟାଳୟର ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି I ଉକ୍ତ କାର୍ଯ୍ୟକ୍ରମଟି
ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଅରବିନ୍ଦ କୁମାର ଓଝାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବାବେଳେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ବେହେରା ମୁଖ୍ୟ ଅତିଥି ଭାବେ, ସମ୍ମାନିତ ଅତିଥି ଭାବେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ଜାତୀୟ ସେବା ଯୋଜନାର ସଂଯୋଜକ ଡ଼ଃ ବଂଶୀଧର ଦୀପ ଏବଂ ଜାତୀୟ ସେବା ଯୋଜନାର ଜିଲ୍ଲା ନୋଡାଲ ଅଧିକାରୀ ଡ଼ଃ ଅଜିତ କୁମାର ଭୋଇ ଯୋଗ ଦେଇଥିଲେ I ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ଃ ଅରବିନ୍ଦ କୁମାର ଓଝା ସ୍ୱାଗତ ଭାଷଣ କରିଥିବା ବେଳେ ଜାତୀୟ ସେବା ଯୋଜନାର ଅଧିକାରିଣୀ ଡ଼ଃ ମିନତୀ ଦେବତା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ଏବଂ ଅଧ୍ୟାପକ ଅଜିତ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ I ଉକ୍ତ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାର ପ୍ରାୟ ୨୩ଟି ମହାବିଦ୍ୟାଳୟର ଚୟନୀତ ୨୦୦ଜଣ ଛାତ୍ରଛାତ୍ରୀମାନେ "ଜରୁରୀକାଳୀନ ପରିସ୍ଥିତିର ୫୦ ବର୍ଷ: ଭାରତୀୟ ଗଣତନ୍ତ୍ର ପାଇଁ ଶିକ୍ଷା" ବିଷୟକ ତର୍କ ପ୍ରତିଯୋଗିତା ରେ ଭାଗନେଇ ଅଖିଳ ଭାରତ ସ୍ତରରେ ଅନୁଷ୍ଠିତ ହେବାକୁ ଥିବା ଯୁବ ସଂସଦ କାର୍ଯ୍ୟକ୍ରମରେ ଭାଗନେବା ପାଇଁ ଅଂଶଗ୍ରହଣ କରିଥିଲେ I ଉକ୍ତ ପ୍ରତିଯୋଗୀମାନଙ୍କୁ ୫ଜଣ ବିଚାରକ ଡ଼ଃ ସୁରେଶ ପ୍ରସାଦ ଷଡ଼ଙ୍ଗୀ, ଡ଼ଃ ଅଜିତ କୁମାର ଭୋଇ, ଡ଼ଃ ସିଦ୍ଧାର୍ଥ ପ୍ରଧାନ, ଡ଼ଃ ରାଜେଶ କୁମାର କର୍ଣ୍ଣ ଓ ଶ୍ରୀମତୀ ନଳିନୀ ବାଗ ଚୟନ କରିଥିଲେ I ସମସ୍ତ ପ୍ରତିଭାଗୀ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇ ଥିଲା
କରାଯାଇଥିଲା I ଏହି ଅବସରରେ ମହାବିଦ୍ୟାଳୟ ତରଫରୁ ସୁଶ୍ରୀ ସରିତା ପଟେଲ, ନିର୍ଦ୍ଦେଶ ଆଞ୍ଚଳିକ ନିର୍ଦ୍ଦେଶାଳୟ ଏନ.ଏସ.ଏସ, ଭୁବନେଶ୍ବର, ଓଡିଶା ଏବଂ ରମେଶ ଚନ୍ଦ୍ର ବେହେରା, ରାଜ୍ୟ ଏନ.ଏସ.ଏସ ଅଧିକାରୀଙ୍କୁ ଧନ୍ୟବାଦ ଅର୍ପଣ କରାଗଲା । ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ/ଅଧ୍ୟାପିକା ଏବଂ ବହୁ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ I ବଲିୟାର ସିଂ ବସ୍ତିଆ, ସନତ ପଟେଲ, ଦେବଦତ୍ତ ପାଣିଗ୍ରାହୀ, ସିର୍ଦ୍ଧାର୍ଥ ଦାଶ, ଆଦର୍ଶ କୁମାର ମହାପାତ୍ର, ରାକେଶ ମଲ୍ଲିକ, ଦିନେଶ ସିଂ, ଦୀପିକା ପୁରୋହିତ, ରୀୟା ଶତପଥି ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ ଏକ ବାର୍ତ୍ତା ପତ୍ରିକା ଉନ୍ନୋଚିତ ହୋଇଥିଲା । ଯାହାର ସଂପାଦନା ପତ୍ରକାରୀତା ଓ ଗଣ ଯୋଗାଯୋଗ ବିଭାଗର ଛାତ୍ରୀ ସୋନାଲି ଦାସ, ସୁପ୍ରିୟା ମାଝି, ପ୍ରିୟଙ୍କା ଜେନା ଏବଂ ପ୍ରେରଣା ପ୍ରିୟଦର୍ଶନୀ ନାଏକ କରିଥିଲେ । ପ୍ରତିଯୋଗିତାରେ ଯଥାକ୍ରମେ ୧ମ. ଅଂଶୁମାନ ମିଶ୍ର ଜବାହର କଲେଜ, ପାଟଣାଗଡ ୨ୟ ବ୍ଯୋମକେଶ ତ୍ରିପାଠୀ , ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗିର ୩ୟ ପ୍ରତିଶୃତି ନାୟକ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ବଲାଙ୍ଗିର ୪ର୍ଥ ଶଶୀଭୂଷଣ ଖମାରୀ , ଜବାହର କଲେଜ, ପାଟଣାଗଡ ୫ମ ଶୁଭମ ପୃଷ୍ଟି , ଡିଏଭି ସ୍ବୟଂଶାସିତ ମହାବିଦ୍ୟାଳୟ, ଟିଟିଲାଗଡ ସ୍ଥାନ ଅଧିକାର କରି ରାଜ୍ଯ ସ୍ତରକୁ ଉନ୍ନୀତ ହୋଇଛନ୍ତି