-+91-9937148622 |

prerana_bgr@rediffmail.com |

  Saturday 26th September 2026 |

| | | |

R.N.I. Regd No. ODIODI/2010/46693

Breaking News

ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ    (25-Sep-2026)       ||      ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   (25-Sep-2026)       ||      ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   (25-Sep-2026)       ||      ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   (25-Sep-2026)       ||      *ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   (25-Sep-2026)       ||      ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   (25-Sep-2026)       ||      ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   (25-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   (25-Sep-2026)       ||      ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   (25-Sep-2026)       ||      ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   (25-Sep-2026)       ||      ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ    (25-Sep-2026)       ||      ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Sep-2026)       ||      ଛତାମଖନା ଡ୍ୟାମ୍ କ୍ଷତି, ଜଙ୍ଗଲ ନିଆଁ, ପ୍ରବାସୀ ଶ୍ରମିକ ଓ MMDR ସଂଶୋଧନକୁ ନେଇ ସରକାରଙ୍କ ତଥ୍ୟ   (25-Sep-2026)       ||      *ବର୍ଷା ଯୋଗୁଁ ସଲଫ ଗଛ ଘର ଉପରେ ପଡିଲା, ଅଳ୍ପକେ ବର୍ତ୍ତିଲେ ୨ ଭାଇ ଭଉଣୀ*   (25-Sep-2026)       ||      ଯୁବଶକ୍ତି ଜାଗ୍ରତ ହେଲେ, ଏଡ୍‌ସ ମୁକ୍ତ ସମାଜ ଗଢ଼ି ହେବ   (25-Sep-2026)       ||      ଲଗାଣ ବର୍ଷାରେ ଧସିଲା ଜାତୀୟ ରାଜପଥ କଡରେ ଥିବା କା ଏମ ଭି ୭୬ ର ପେଟ୍ରୋଲ ପମ୍ପର ସାଇଡ କାନ୍ଥ    (25-Sep-2026)       ||      ଭାରତ କୋ ଜାନୋ ଏବଂ ରାଷ୍ଟ୍ରୀୟ ସମୂହଗାନ ପ୍ରତିଯୋଗିତା   (25-Sep-2026)       ||      *ନୂଆଁଖାଇ ଭେଟଘାଟ ପାଇଁ କ୍ଷତ୍ରିୟ ଧାକଡ ସମାଜ କୋର କମିଟି ର ପ୍ରସ୍ତୁତି ବୈଠକ*   (25-Sep-2026)       ||      ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||     

HOME   ଜିଲ୍ଲା

ଛାତ୍ରଛାତ୍ରୀ ସ୍କୁଲରେ ଜୀବନ ସମ୍ପର୍କରେ ଜ୍ଞାନଅହରଣ କର-ପିସିସିସଭାପତି ଭକ୍ତ ଦାସ

06-Feb-2026



ବଲାଙ୍ଗିର(ପ୍ରେରଣା ଖବର)-ବଲାଙ୍ଗୀର ଜିଲ୍ଲାର ଜରାସିଂହାର ପିଏମଶ୍ରୀ ନେତ୍ରଭାନୁ ହାଇସ୍କୁଲର ଅନେକ ଐତିହାସିକ ଅନୁଭୁତି ରହିଛି । ସମାଜକୁ ସଚେତନ କରିବା ଓ ଶିକ୍ଷାର ବିକାଶ ପାଇଁ ସ୍ଥାପିତ ନେତ୍ରଭାନୁ ହାଇସ୍କୁଲକୁ ନବକୃଷ୍ଣ ଚୌଧୁରୀ, ବିଜୁ ପଟ୍ଟନାୟକ,ଜାନକିବଲ୍ଲଭ ପଟ୍ଟନାୟକଙ୍କ ଭଳି ମହାନବ୍ୟକ୍ତିତ୍ୱ ଥିବା ମୁଖ୍ୟମନ୍ତ୍ରୀଗଣ ଆସିଛନ୍ତି । ସେମାନଙ୍କର ସହଯୋଗ,ସହାନୁଭୁତି ସବୁବେଳେ ରହିଆସିଥିଲା । ଏବେ ଛାତ୍ରଛାତ୍ରୀ ଏଠି ପାଠ୍ୟପୁସ୍ତକର ପାଠ ସହ ଜୀବନ ସମ୍ପର୍କରେ ଜ୍ଞାନଆହରଣ କର ବୋଲି ଆଜି ଦେଓଗାଁ ବ୍ଲକ ଜରାସିଂହାର ପିଏମଶ୍ରୀ ନେତ୍ରଭାନୁ ହାଇସ୍କୁଲର ୭୫ବର୍ଷ ପୂର୍ତ୍ତିରେ ପାଳିତ

ହେଉଥିବା ପ୍ଲାଟିନମ ଜୁବୁଲି ଉତ୍ସବରେ ମୁଖ୍ୟଅତିଥି ଭାବରେ ଯୋଗଦେଇ ପ୍ରଦେଶକଂଗ୍ରେସକମିଟିର ସଭାପତି ଭକ୍ତଚରଣ ଦାସ କହିଛନ୍ତି । ଜୀବନ ସମ୍ପର୍କରେ ଜ୍ଞାନ ପାଇଲେ ତାହା ନିଜକୁ ଆଲୋକିତ କରିବା ସହିତ ସମାଜକୁ ମଧ୍ୟ ସହାୟକ ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି । ସେ ୨୦୦୦ ମସିହା ରେ ପବିତ୍ର ହରିଶଙ୍କରରୁ ସୋନପୁର ପର୍ଯ୍ୟନ୍ତ ପଦଯାତ୍ରା କରୁଥିବା ବେଳେ ଜରାସିଂହା ସ୍କୁଲରେ ଦରିପକାଇ ରାତ୍ରୀଯାପନ କରିଥିଲେ ବୋଲି କହି ଏହି ଅନୁଷ୍ଠାନ ସହିତ ଥିବା ତାଙ୍କର ଭାବଗତ ସମ୍ପର୍କ ସହିତ ତାଙ୍କର ସ୍ୱପ୍ନ ଓ ସଂଘର୍ଷର ଅନୁଭୁତି ରହିଛି ବୋଲି ଶ୍ରୀ ଦାସ କହିଥିଲେ । ଜୁବୁଲିକମିଟିର ଉପଦେଷ୍ଟା ଯଜେ୍ଞଶ୍ୱର ବାବୁଙ୍କ ସଭାପତିତ୍ୱ ଓ କମିଟିର ଅଧ୍ୟକ୍ଷ ଲକ୍ଷ୍ମଣକୁମାର ମେହେରଙ୍କ ସଂଯୋଜନାରେ ଅନୁଷ୍ଠିତ ଦ୍ୱିତୀୟ ସାଂସ୍କୃତିକ ସଭାରେ ମୁଖ୍ୟଅତିଥି ଭାବରେ ପିସିସି ସଭାପତି ଭକ୍ତଚରଣ ଦାସ,ବରେଣ୍ୟ ଅତିଥି ଭାବରେ ପୂର୍ବତନ ଶିକ୍ଷାମନ୍ତ୍ରୀ ତଥା ପୂର୍ବତନ ପିସିସି ସଭାପତି ଜୟଦେବ ଜେନା,କଣ୍ଟାବାଞ୍ଜିର ପୂର୍ବତନ ବିଧାୟକ ସନ୍ତୋଷସିଂ ସାଲୁଜା, ସୋନପୁରର ପୂର୍ବତନ ବିଧାୟକ ବିନୋଦ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ । ଜୟଦେବ ଜେନା ତାଙ୍କ ବକ୍ତବ୍ୟରେ ତାଙ୍କ ଶିକ୍ଷାମନ୍ତ୍ରୀତ୍ୱ କାଳରେ ଏହି ଅନୁଷ୍ଠାନକୁ ଆସିଥିବା ବିଷୟ ଉଲ୍ଲେଖ କରି କଂଗ୍ରେସସରକାର ଅମଳରେ ଡିପିଇପି ଯୋଜନା ମାଧ୍ୟମରେ ଶିକ୍ଷାର ବିକାଶ କରାଯାଇଥିବା କହିଥିଲେ । ଶ୍ରୀ ଜେନା ଅହୁରି କହିଲେ ଯେ,ପ୍ରାଥମିକ ଶିକ୍ଷାର ବିକାଶ ନହେଲେ ଉଚ୍ଚବିଦ୍ୟାଳୟରେ ବିକାଶ ହୋଇପାରିବ ନାହିଁ । ସେ ରାଜ୍ୟର ସରକାରଙ୍କୁ ଟାର୍ଗେଟ କରି କହିଲେ ଯେ, କଂଗ୍ରେସ ସରକାର ଅମଳରେ ଆରମ୍ଭ କରାଯାଇଥିବା ଲୋୟରସୁକତେଲ ପ୍ରକଲ୍ପ ଆଜି ପର୍ଯ୍ୟନ୍ତ ସରିନାହିଁ । ଜଳସେଚନ ହାର ବଢୁନାହିଁ କି ଜିଲ୍ଲାର ଶିକ୍ଷିତ ଯୁବକଙ୍କୁ ନିଯୁକ୍ତି ମିଳୁନାହିଁ । ବଲାଙ୍ଗୀର ଜିଲ୍ଲାରୁ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ ଥାଇ କୃଷିବିଶ୍ୱବିଦ୍ୟାଳୟ କିମ୍ବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ହୋଇପାରୁନାହିଁ । ବଲାଙ୍ଗୀର ଆଜି ସେମାନଙ୍କୁ ପ୍ରଶ୍ନ ପଚାରୁଛି ବୋଲି ଶ୍ରୀ ଜେନା କହିଥିଲେ । ସନ୍ତୋଷ ସିଂସାଲୁଜା ଓ ବିନୋଦ ପାତ୍ର ତାଙ୍କ ବକ୍ତବ୍ୟରେ ଏହି

ଅଞ୍ଚଳର ବିକାଶ ସମ୍ପର୍କରେ କହିଥିଲେ । ଏହି ଅବସରରେ ସ୍କୁଲରେ ଶିକ୍ଷାଲାଭ କରି ଉଚ୍ଚତର ସୋପାନରେ ପହଞ୍ଚି ଅନୁଷ୍ଠାନର ଗୌରବ ବଢାଇଥିବା ରଥିନ୍ଦ୍ର ପାଢୀ, ରବିନ୍ଦ୍ରକୁମାର ପାଢୀଙ୍କ ସହ ଅନ୍ୟକିଛି ବ୍ୟକ୍ତିବିଶେଷଙ୍କୁ  ଅତିଥିଗଣ ସମ୍ବର୍ଦ୍ଧିତ କରିଥିଲେ । ସଭାରେ ଅର୍ଥକମିଟିର ଅଧ୍ୟକ୍ଷ କର୍ତ୍ତାରସିଂ କୁମ୍ଭାର, ସମିତିସଭ୍ୟ ଅମିତ ତ୍ରୀପାଠୀଙ୍କ ସମେତ ବିଭିନ୍ନ କମିଟିର ଅଧ୍ୟକ୍ଷ ଓ ସହଅଧ୍ୟକ୍ଷମାନେ ,ଞ୍ଚାସୀନ ଥିଲେ । ଶେଷରେ ପ୍ରମୋଦ ବହିଦାର ଧନ୍ୟବାଦ ଅର୍ପଣ କରିଥିଲେ । ସଭାପରେ ସ୍କୁଲର ଛାତ୍ରଛାତ୍ରୀଙ୍କ ଦ୍ୱାରା ଦଶାବତାର ନୃତ୍ୟ ପରିବେଷଣ କରାଯାଇଥିଲା । ବାହାରୁ ଆସିଥିବା ସାଂସ୍କୃତିକଦଳଙ୍କ ପକ୍ଷରୁ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
ରାଜ୍ୟରେ ସମବାୟ ବ୍ୟବସ୍ଥା ସୁଦୃଢ଼ ହେବ ♦️ ରାଜ୍ୟବ୍ୟାପୀ ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ   25-Sep-2026
  ଜିଲ୍ଲା  
ବରପାଲି ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ   25-Sep-2026
  ଜିଲ୍ଲା  
ବରପାଲି ତହସିଲ ଛକ ଜୟ ଜଗଦମ୍ବା କ୍ଲବର ଦୁର୍ଗାପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ   25-Sep-2026
  ଜିଲ୍ଲା  
ପ୍ରବଳ ବର୍ଷାରେ ରୋଷେଇ ଘର ଭାଙ୍ଗିଲା, ସହାୟତା ପାଇଁ ଗୁହାରି   25-Sep-2026
  ଜିଲ୍ଲା  
*ଡାବୁଗାଁ ରେଞ୍ଜ ଗିରଲିଗୁଡା ଗ୍ରାମରେ ଭାଲୁ ସୁରକ୍ଷା ଡ୍ୟୁଟି*   25-Sep-2026
  ଜିଲ୍ଲା  
ଜଳ ଘେରରେ ଥିବା ସାନ ଦହିଭଟା ଓ ବଡ ଦହିଭଟା ପରିଦର୍ଶନ କଲେ ଅତିରିକ୍ତ ସଚିବ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ   25-Sep-2026
  ଜିଲ୍ଲା  
ରାଜ୍ୟପାଳ ପୁରସ୍କାର ପାଇଁ ବିନିକା ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟର ରେଡକ୍ରସ ବିଭାଗ ମନୋନୀତ   25-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ବିଶ୍ୱ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ   25-Sep-2026
  ଜିଲ୍ଲା  
ରାଜ୍ୟସ୍ତରୀୟ ସ୍କୁଲ ଗେମ୍ ଟାଏକୋଣ୍ଡୋ ରେ ବଲାଙ୍ଗିର କୁ ୪ଟି ପଦକ   25-Sep-2026
  ଜିଲ୍ଲା  
ଓଡିଶା ଟି-୨୦ ଲିଗ୍‌ରେ ବଲାଙ୍ଗିର ର ତିନି ଯୁବ କ୍ରିକେଟର ସିଏମ୍ ଟ୍ରଫି ୨୦୨୬ ପାଇଁ ଦିବ୍ୟମ, ଓମ୍‌କାର ଓ ଯୋଗେଶ୍ୱର ମନୋନୀତ   25-Sep-2026
  ଜିଲ୍ଲା  
ଜେସିଆଇ ଟିଟିଲାଗଡ଼ ସିଟି ପକ୍ଷରୁ ଡିଏଭି ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ଜଳ ବିଶୋଧନ ପ୍ରକଳ୍ପ ପ୍ରଦାନ   25-Sep-2026
  ଜିଲ୍ଲା  
ଟିଟିଲାଗଡ଼ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ନମାମି ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ   25-Sep-2026

You Might Also Like