-+91-9937148622 |
prerana_bgr@rediffmail.com |
Thursday 16th July 2026 |
R.N.I. Regd No. ODIODI/2010/46693
Breaking News
06-Feb-2026
ଗତକାଲି ପାଟଣାଗଡ଼ ରାସ୍ତା ରେ ଥିବା ପଥର ଚେପା ଗୋପାଳ ଦାଶ ବାବାଙ୍କ ମଠ ରେ ଜଗନ୍ନାଥ ଦାସ ବାବାଙ୍କ ମୃତ୍ୟୁ ର ସତରହବି ଦିବସ ପାଳନ ଅବସରରେ ସ୍ବର୍ଗତ ଜଗନ୍ନାଥ ବାବା ଙ୍କ ପାଇଁ ସାଧୁ ସନ୍ଥ ବାବା ମାନଙ୍କ ଏକ ମହୋତ୍ସବ ଶ୍ରୁତି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠାନ ହୋଇ ଥିଲା। ଓଡ଼ିଶାର ବିଭିନ୍ନ ଜିଲ୍ଲାର ଥିବା ବିଭିନ୍ନ ମଠ ମନ୍ଦିର ଅନୁଷ୍ଠାନ ଗୁଡିକର ସାଧୁ ସନ୍ୟାସୀ,ବାବା , ସାଧ୍ଵୀ , ମାତା ମାନେ ଯୋଗ ଦାନ କରି ଶ୍ରୁତି ଚାରଣ କରିଥିଲେ। ପ୍ରାୟ ସତୁରି ରୁ ଅଧିକ ବାବା ମାତାଙ୍କ ଗହଣ ରେ ତାଙ୍କର ସ୍ମୃତିଚାରଣ ହୋଇ ଥିଲା।
ସ୍ଵାମୀ ସତ୍ୟ ବେଦାନନ୍ଦ , ସ୍ବାମୀ ପ୍ରେମାନନ୍ଦ ଜି ମହାରାଜ ଙ୍କ ସମେତ ଅନ୍ୟ ସାଧୁ ମାନେ ସ୍ଵର୍ଗତ ବାବା ଜଗନ୍ନାଥ ଦାସଙ୍କ ପାଇଁ ଅନୁଷ୍ଠିତ ମହୋତ୍ସବରେ ମତ ରଖି ଥିଲେ। ଭିନ୍ନତା ମଧ୍ୟରେ ଏକତା ପାଇଁ ସମବେତ ହୋଇ ସନ୍ତଙ୍କ ମାର୍ଗଦର୍ଶନ ରେ ସାଧୁ ସନ୍ଥ ମାନଙ୍କ ଭିତରେ ଏକତାର ସମ୍ପର୍କ ବୃଦ୍ଧି କରିବା
ଦିଗରେ ମତ ରଖିଥିଲେ। ବାବା ରମଣ ଦାସ ବାବା ଅବିନାଶ ଦାସ ମିଳିତ ଉଦ୍ୟମ ଓ ସହଯୋଗ ରେ ଏହି ଅନୁଷ୍ଠାନ ବାବା ଗୋପାଲ ଦାସ ଙ୍କ ଆଶ୍ରମରେ ହୋଇ ଥିଲା। ଶେଷରେ ବାବା, ସାଧ୍ଵୀ ସନ୍ଥ ମାନଙ୍କୁ ସମ୍ମାନପୂର୍ବକ ଚନ୍ଦନ, ଫୁଲମାଳ ଅଙ୍ଗବସ୍ତ୍ର, କମ୍ବଳ ଗାମୁଛା ଇତ୍ୟାଦି ଦେଇ ପୂଜା ଅର୍ଚ୍ଚନା କରି ସାଧୁ ସେବା ରେ ସମ୍ମାନିତ କରାଯାଇ ଥିଲା ।