-+91-9937148622 |
prerana_bgr@rediffmail.com |
Wednesday 15th July 2026 |
R.N.I. Regd No. ODIODI/2010/46693
Breaking News
06-Feb-2026
ନବରଙ୍ଗପୁର (ପ୍ରିୟଦର୍ଶିନୀ ପାତ୍ର)
ତେନ୍ତୁଳିଖୁଣ୍ଟି ବ୍ଲକ ସ୍ଥିତ ସରକାରୀ ସ୍ନାତକ ମହାବିଦ୍ୟାଳୟରେ ଆଜି ତା/ ୦୬/୦୨/୨୦୨୬ ରିଖ ଶୁକ୍ରବାର ଦିନ ଠାରୁ ତା/ ୧୪/୦୨/୨୦୨୬ ରିଖ ପଯ୍ୟନ୍ତ ଆତ୍ମ ସୁରକ୍ଷା ତାଲିମ ଶିବିର ଆରମ୍ଭ ହୋଇଯାଇଛି। ଇନ୍ଦ୍ରାବତୀ ଉଚ୍ଚମାଧ୍ଯମିକ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ବିନୟ କୁମାର ବେହେରା ମୁଖ୍ୟ ଅତିଥ୍ ଭାବେ ଯୋଗଦେଇଥିଲେ ଓ ଇନ୍ଦ୍ରାବତୀର ବିଶିଷ୍ଟ ସମାଜସେବୀ ତଥା ବ୍ୟବସାୟୀ ଶ୍ରୀ କୃପାନିଧ୍ ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଆତ୍ମ ସୁରକ୍ଷା ତାଲିମ ପ୍ରଶିକ୍ଷକ ଶ୍ରୀମତୀ ରସ୍ମିତାଞ୍ଜଳୀ କର୍କରାଙ୍କ ଆନୁକୁଲ୍ୟରେ ଆତ୍ମ ସୁରକ୍ଷା ତାଲିମ ଶିବିର କାର୍ଯ୍ୟକ୍ରମକୁ ଉଦଘାଟନ କରଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସରକାରୀ ଡିଗ୍ରୀ କଲେଜର ଅଧ୍ଯକ୍ଷ ଡ. ଆଲବିନ ରିକୋ ଖାଲଖା ପରିଚାଳନା କରି ଛାତ୍ରଛାତ୍ରୀ ମାନଙ୍କୁ "ନିଜେ ଶିକ୍ଷିତ ହେବା ସହିତ ଅନ୍ୟମାନଙ୍କୁ ଶିକ୍ଷିତ କରାଇବା ଏବଂ ନିଜେ ସୁରକ୍ଷିତ ରହିବା ସହିତ ଅନ୍ୟ ମାନଙ୍କୁ ମଧ୍ଯ କିପରି ସୁରକ୍ଷିତ ଭାବରେ ରହିବା'' ସେହି ବିଷୟରେ ସଚେତନ କରିଥଲେ । ତା' ସହିତ ''ଯେଉଁ ଘରେ ନାରୀଟିଏ ଶିକ୍ଷିତ ହୋଇଥାଏ ସେହିଘରେ ସବୁବେଳେ ଆଲୋକ ଉଦ୍ଭାସିତ ହୋଇଥାଏ'' ବୋଲି ଉପଦେଶ ଦେଇଥିଲେ। ଆତ୍ମ ସୁରକ୍ଷା ତାଲିମ କାର୍ଯ୍ୟକ୍ରମର ଦାୟିତ୍ବରେ ଥିବା ସୁଶ୍ରୀ ପୂର୍ବା ଭଦ୍ରା ଓ ଜି. ସୁନିତା, ଅଧ୍ୟାପକ ଡ. ବିରାଜ ଚଲାନ, ନିରଞ୍ଜନ ସାହୁ, କପିଳାସ କୁମ୍ଭାର, ଶ୍ରବଣ କୁମାର ପୂଜାରୀ, ଯୁଧୃଷ୍ଟିର ବିଷୋୟୀ ଓ କଲେଜର ସମସ୍ତ କର୍ମଚାରୀ ତଥା ଛାତ୍ରଛାତ୍ରୀମାନେ ଉପସ୍ଥିତି ରହି ତାଲିମ ଶିବିରକୁ ସାଫଲ୍ୟ ମଣ୍ଡନ କରିଥିଲେ ।