-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME   ଜିଲ୍ଲା

*୩୭ ତମ ସର୍ବ ଭାରତୀୟ ଲାଲ୍ ମନି କ୍ରିକେଟ - ବାପୁଜୀ କ୍ଲବ ଭୁବନେଶ୍ୱର ଫାଇନାଲ ରେ ପ୍ରବେଶ* -

23-Jan-2026



ସୋନପୁର (ମନୋରଞ୍ଜନ ତ୍ରିପାଠୀ)
 ସର୍ବ ଭାରତୀୟ ଲାଲ୍ ମନି କ୍ରିକେଟ ସେମି ଫାଇନାଲ ମ୍ୟାଚ ୱାଇ ଏସ ସି ସି ବଲାଙ୍ଗିର ଓ ବାପୁଜୀ କ୍ଲବ୍ ଭୁବନେଶ୍ୱର ମଧ୍ୟରେ ଅନୁଷ୍ଟିତ ହୋଇଥିଲା l ପ୍ରଥମେ ଟସ୍ ଜିଣି ବାପୁଜୀ କ୍ଲବ୍ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲେ l ବଲାଂଗୀର ଦଳ ୨୦ ଓଭର ବିଶିଷ୍ଟ ମ୍ୟାଚ୍ ରେ ପ୍ରଥମେ ବ୍ୟାଟିଂ କରି ୨୦ ଓଭର ରେ ୯ ୱିକେଟ୍ ହରାଇ ୧୩୮ ରନ୍ ହାସଲ କରିଥିଲେ l ଦଳ ପକ୍ଷରୁ ଶ୍ରେଷ୍ଟ ଋଷଭ ୪୫ ବଲ ରେ ୫୫ ରନ୍, ବିବେକ କୁମାର ୧୪ ବଲ ରେ ୩୧ ରନ୍, ଉତ୍କର୍ଷ ୯ ବଲ ରେ ୧୧ ରନ୍, ଚିନା ଦାସ ୯ ବଲ ରେ ୧୨ ରନ୍ କରିଥିଲେ l ବାପୁଜୀ କ୍ଲବ୍ ପକ୍ଷରୁ ସୟଦ ଜାକି ସର୍ବାଧିକ ୪ ଟି ୱିକେଟ୍, ରାକେଶ ପଟ୍ଟନାୟକ ଓ ପ୍ରାୟସ ସିଂହ ପ୍ରତ୍ୟେକ ୨ ଟି ଲେଖାଏଁ ୱିକେଟ୍, ଓ ସୁଶିଲ ବାରିକ ୧ ଟି ୱିକେଟ୍ ହାସଲ କରିଥିଲେ l ପ୍ରତି ଉତ୍ତର ରେ ୬ ୱିକେଟ୍ ହରାଇ ୧୮.୪ ଓଭର ରେ ବାପୁଜୀ କ୍ଲବ୍ ଭୁବନେଶ୍ୱର ଦଳ ୧୩୯ ରନ୍ କରି ମ୍ୟାଚ୍ ବିଜୟୀ ହୋଇ ସିଧା ଫାଇନାଲ ରେ ପ୍ରବେଶ କରିଥିଲେ l 
ବାପୁଜୀ କ୍ଲବ୍ ପକ୍ଷରୁ ବିକାଶ ଦୀକ୍ଷିତ ୪୧ ବଲ ରେ ୪୫ ରନ୍, ପ୍ରାୟସ ସିଂହ ୨୧ ବଲ ରେ ୩୦ ରନ୍, ଆର୍ଯ୍ୟ ଶ୍ରୀ ଭଟ୍ଟ ୧୭ ବଲ ରେ ୨୪ ରନ୍ , ଶୁଭମ ଶତ୍ରୁଜିତ ୧୩ ବଲ ରେ ୧୬ ରନ୍ କରିଥିଲେ l ବଲାଙ୍ଗିର ଦଳ ପକ୍ଷରୁ ଚିନା ଦାସ ୨ ଟି ୱିକେଟ୍, ଓ ଓଁକାର, ସତ୍ୟଜିତ, ବିବେକ ଓ ଉତ୍କର୍ଷ ପ୍ରତ୍ୟେକ ୧ ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ l ଟି ୧୦ ମ୍ୟାଚ ରେ ବଲାଙ୍ଗିର ଦଳ ପ୍ରଥମେ ବ୍ୟାଟିଂ କରି ୧୦ ଓଭର ରେ ୮ ୱିକେଟ୍ ହରାଇ ମାତ୍ର ୮୬ ରନ୍ କରି ଥିଲେ l ଦଳ ପକ୍ଷରୁ ଶ୍ରେଷ୍ଟ ଋଷବ ୧୭ ବଲ ରେ ୩୩ ରନ୍ , ସତ୍ୟଜିତ ସିଂଦେଓ ୮ ବଲ ରେ ୨୮ ରନ୍, ଆଦିତ୍ୟ ରାଜ ଝା ୬ ବଲ ରେ ୧୪ ରନ କରିଥିଲେ l ବାପୁଜୀ କ୍ଲବ୍ ପକ୍ଷରୁ ନମନ୍ ଧ୍ରୁବ ସର୍ବାଧିକ ୩ ଟି ୱିକେଟ୍, ସୁଶିଲ ବାରିକ ୨ ଟି ୱିକେଟ୍ ହାସଲ କରିଥିଲେ l ଏ ସହଜ ବିଜୟ ଲକ୍ଷ୍ୟ କୁ ବାପୁଜୀ ଭୁବନେଶ୍ୱର ଦଳ ୬ .୨ ଓଭର ରେ ୪ ୱିକେଟ୍ ହରାଇ ୯୦ ରନ ହାସଲ କରିଥିଲେ l ପ୍ରାୟସ ସିଂହ ୮ ବଲ ରେ ୧୮ ରନ, ଶୁଭମ ୫ ବଲ ରେ ୧୩ ରନ, କ୍ଷମା ସାଗର ୪ ବଲ ରେ ୧୦ ରନ କରିଥିଲେ l ବଲାଙ୍ଗିର ଦଳ ପକ୍ଷରୁ ଡିନା ଦାସ ୨ ଟି ୱିକେଟ୍, ଆଦିତ୍ୟ ରାଜ ଝା ୧ ଟି ୱିକେଟ୍, ଓ ବିବେକ କୁମାର ୧ ଟି ୱିକେଟ୍ ହାସଲ କରିଥିଲେ l ଭୁବନେଶ୍ୱର ବାପୁଜୀ କ୍ଲବ୍ ଉଭୟ ମ୍ୟାଚ ବିଜୟ ହାସଲ କରି ଲାଲ୍ ମନି କ୍ରିକେଟ ର ଫାଇନାଲ କୁ ପ୍ରବେଶ କରିଛି l ବାପୁଜୀ କ୍ଲବ୍ ର ଖେଳାଳୀ ପ୍ରାୟସ ସିଂହ ଙ୍କୁ ଆଜିର ଅତିଥି ସୋନପୁର ଷ୍ଟେଟ ବ୍ୟାଙ୍କ ଚିଫ୍ ଜେନେରାଲ ମ୍ୟାନେଜର ଶ୍ରୀ ଲକ୍ଷ୍ମଣ ମାଝୀ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ l ପୌର ପରିଷଦ ଅଧ୍ୟକ୍ଷା ତାମସି ତାମସ୍ମିତା ନାଏକ୍,  କାଉନସିଲର କଇରୁ ସ୍ବାଇଁ, ଡି ଏ ଏ ସଂପାଦକ ପୀୟୂଷ କୁମାର ପଣ୍ଡା ଆଜିର ମ୍ୟାଚ କୁ ଉଦ୍ଘାଟନ  କରିଥିଲେ l ଓସିଏ ପେନେଲ୍ ଅମ୍ପାୟର ସତ୍ୟ ପ୍ରସାଦ ରଥ, ଓ ଅମିୟ ସାହୁ ଖେଳ ପରିଚାଳନା କରିଥିଲେ l ପ୍ରଦୀପ ସେଠି ସ୍କୋରର ଭାବେ ଓ ଦିନେଶ ହିମାଂଶୁ ଅନ ଲାଇନ ସ୍କୋରୀଙ୍ଗ ଦାୟିତ୍ଵ ନିର୍ବାହ କରିଥିଲେ l ପାର୍ଥ ସାରଥୀ, ବିନୋଦ ଓ ଟୁଟୁ ରାଓ ଖେଳ ର ପ୍ରତ୍ୟକ୍ଷ ଧାରା ବିବରଣୀ ପ୍ରଦାନ କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like