-+91-9937148622 |
prerana_bgr@rediffmail.com |
Saturday 9th May 2026 |
R.N.I. Regd No. ODIODI/2010/46693
Breaking News
03-Feb-2021
ନର୍ଲା (ସଞ୍ଜୀବ ଦାସ)କଳାହାଣ୍ଡି ଜିଲ୍ଲା ରୁପ୍ରାରୋଡ ନିବାସୀ ସମାଜସେବୀ ସାଧୁରାମ ଅଗ୍ରୱାଲ ରୟାଲ ଆମେରିକା ୟୁନିଭରସିଟି ପକ୍ଷରୁ ସମ୍ମାନଜନକ ଡକ୍ଟରେଟ ଉପାଧିରେ ଭୂଷିତ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ରୁପ୍ରାରୋଡ ଜଗନ୍ନାଥ ମନ୍ଦିର ପରିସରରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ମାରୱାଡ଼ି ସମ୍ମେଳନର ମଣ୍ଡଳୀୟ ଉପାଧ୍ୟକ୍ଷ ସୁବାଷ ଚନ୍ଦ୍ର ଅଗ୍ରୱାଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ବକ୍ତା ରୂପେ ରଜନୀ କାନ୍ତ ବେହେରା, ମୁଖ୍ୟ ଅତିଥି ଭାବେ ନର୍ଲା ବ୍ଳକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ସମ୍ମାନୀତ ଅତିଥିରେ ନର୍ଲା ପୂର୍ବତନ ବିଧାୟକ କୁମରମଣି ଶବର, ଭବାନୀପାଟଣା ଆକାଶବାଣୀ ଅଧିକାରୀ ହରେକୃଷ୍ଣ ଭୋଇ,ରୁପ୍ରାରୋଡ ସରପଞ୍ଚ ଚିତ୍ତରଞ୍ଜନ ରଣା, କଳାହାଣ୍ଡି ଜିଲ୍ଲା ମାରୱାଡ଼ି ସଂଘ ସଂପାଦକ ଶଙ୍କର ଲାଲ ଅଗ୍ରୱାଲ,ଡା. ଅଶୋକ କୁମାର ମୁଣ୍ଡ, ଯୁଧିଷ୍ଠିର ସାହୁ ପ୍ରମୁଖ ଯୋଗଦାନ କରି ଡ଼ଃ ସାଧୁ ରାମ ଅଗ୍ରୱାଲ ଜଣେ ସମାଜସେବୀ ଭାବେ ବେଶ ଆଦୃତ ଲାଭ କରି ଏ ଅଞ୍ଚଳର ହକ ଜାହିର କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଆସୁଥିବା ଜଣାଇଛନ୍ତି।
କନ୍ଧ ସଂସ୍କୃତି ଗବେଷକ ମେଦିନୀଧର ଜାନୀ,ରୁପ୍ରାରୋଡ ମାରୱାଡ଼ି ସମ୍ମେଳନର କର୍ମକର୍ତ୍ତା, ନର୍ଲା ସାମ୍ବାଦିକ ସଂଘ ସହ ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ଉପସ୍ଥିତ ରହି ଡଃ ସାଧୁରାମ ଅଗ୍ରୱାଲଙ୍କୁ ମାନପତ୍ର, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସାମ୍ବାଦିକ ମନୋଜ କୁମାର ଷଡଙ୍ଗୀ ସଭାରେ ଆଭିମୁଖ୍ୟ ପ୍ରଦାନ ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।